ETV Bharat / sports

ଆଇପିଏଲ 2021 ନିଲାମ: ଶାହାରୁଖ ଖାନଙ୍କୁ କିଣିଲା ପଞ୍ଜାବ

author img

By

Published : Feb 18, 2021, 6:46 PM IST

ଅନକ୍ୟାପ୍‌ ଖେଳାଳି ଶାହାରୁଖ ଖାନଙ୍କୁ ପଞ୍ଜାବ କିଙ୍ଗ୍ସ 5.25 କୋଟିରେ କିଣିଛି ।

IPL AUCTION 2021 UNCAPPED PLAYER SHAHRUKH KHAN SOLD FOR 5.25 crores
ଆଇପିଏଲ 2021 ନିଲାମ: ଶାହାରୁଖ ଖାନଙ୍କୁ କିଣିଲା ପଞ୍ଜାବ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 2021 ସଂସ୍କରଣ ପାଇଁ ଗୁରୁବାର ଚେନ୍ନାଇରେ ଖେଳାଳି ନିଲାମି ପ୍ରକ୍ରିୟା ଜାରି ରହିଛି । ଅନକ୍ୟାପ୍‌ ଖେଳାଳି ଶାହାରୁଖ ଖାନଙ୍କୁ ପଞ୍ଜାବ 5.25 କୋଟିରେ କିଣିଛି ।

ସଦ୍ୟ ସମାପ୍ତ ହୋଇଥିବା ବିସିସିଆଇର ସୟଦ ମୁସ୍ତାକ ଅଲୀ ଟି20ରେ ତାମିଲନାଡୁ ଅଲରାଉଣ୍ଡର ଶାହାରୁଖ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ତାଙ୍କର ବେସ୍‌ ପ୍ରାଇସ 20 ଲକ୍ଷ ଟଙ୍କା ରହିଥିଲା ।

ଅନ୍ୟପଟେ ସଚିନ ବେବିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବେସ୍‌ ପ୍ରାଇସ 20 ଲକ୍ଷରେ କିଣିଛି । ସେହିପରି ଅଲରାଉଣ୍ଡର ରିପଲ ପଟେଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ 20 ଲକ୍ଷରେ କିଣିଛି ।

ତେବେ ଅନକ୍ୟାପ୍‌ ଖେଳାଳି କେସ ଅହମ୍ମଦ, ହିମାଂଶୁ ରାଣା, ରାହୁଲ ଗେହଲଟ, ହିମ୍ମତ ସିଂହ, ବିଷ୍ଣୁ ସୋଲାଙ୍କି ଓ ଅତୀତ ସିଂଙ୍କୁ କୌଣସି ଫ୍ରଞ୍ଚାଇଜ କିଣିନାହାଁନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.