ETV Bharat / sports

ଆଇପିଏଲ 2021 ନିଲାମ: ଭାରତୀୟଙ୍କ ମଧ୍ୟରେ ମହଙ୍ଗା କୃଷ୍ଣାପ୍ପା ଗୌଥମ

author img

By

Published : Feb 18, 2021, 6:44 PM IST

ଅଲରାଉଣ୍ଡର କୃଷ୍ଣାପ୍ପା ଗୌଥମଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ 9.25 କୋଟିରେ କିଣିଛି । ଅଧିକ ପଢନ୍ତୁ...

IPL AUCTION 2021 KRISHNAPPA GAWTHAM SOLD FOR 9. 25 CR
ଆଇପିଏଲ 2021 ନିଲାମ: ଭାରତୀୟଙ୍କ ମଧ୍ୟରେ ମହଙ୍ଗା କୃଷ୍ଣାପ୍ପା ଗୌତମ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 2021 ସଂସ୍କରଣ ପାଇଁ ଗୁରୁବାର ଚେନ୍ନାଇରେ ଖେଳାଳି ନିଲାମି ପ୍ରକ୍ରିୟା ଜାରି ରହିଛି । ଅଲରାଉଣ୍ଡର କୃଷ୍ଣାପ୍ପା ଗୌତମଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ 9.25 କୋଟିରେ କିଣିଛି ।

କୃଷ୍ଣାପ୍ପାଙ୍କ ବେସ ପ୍ରାଇସ 20 ଲକ୍ଷ ରହିଥିଲା । କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ କୃଷ୍ଣାପ୍ପାଙ୍କୁ କଡା ଟକ୍କର ଦେଖିବାକୁ ମିଳିଥିଲା । କୋଲକାତା କୃଷ୍ଣାପ୍ପାଙ୍କୁ ଏକ କୋଟି ଦେବାକୁ ପ୍ରସ୍ତୁତ ହୋଇଯାଇଥିଲା, ମାତ୍ର ହାଇଦ୍ରାବାଦ ଆଗକୁ ବଢିଯାଇଥିଲା ଓ 5 କୋଟି ପର୍ଯ୍ୟନ୍ତ ଯାଇଥିଲା ।

ଏହାପରେ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ କୃଷ୍ଣାପ୍ପାଙ୍କୁ ହାତେଇବା ପାଇଁ ଲମ୍ଫ ପ୍ରଦାନ କରିଥିଲା ଓ 9.25 କୋଟି ଟଙ୍କାରେ ଅଲରାଉଣ୍ଡରଙ୍କୁ କ୍ୟାମ୍ପରେ ସାମିଲ କରିଥିଲା।

ସେହିପରି ୱିକେଟ କିପର ବୟାଟ୍ସମ୍ୟାନ ବିଷ୍ଣୁ ବିନୋଦଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ 20 ଲକ୍ଷର ବେସ ପ୍ରାଇସରେ ହିଁ ନିଜ କ୍ୟାମ୍ପରେ ସାମିଲ କରିନେଇଛି । ମହମ୍ମଦ ଆଝାରୁଦ୍ଦିନଙ୍କୁ 20 ଲକ୍ଷ ଟଙ୍କାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଣିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.