ଚେନ୍ନାଇ: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ତଥା ସନରାଇଜର୍ସ ହାଇଦ୍ରାବାଦ(SRH) କ୍ୟାପଟେନ ଡେଭିଡ ୱାର୍ଣ୍ଣର, ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନ ଓ ଟିମର ସହକାରୀ କୋଚ ବ୍ରାଡ ହାଡିନ ଶୁକ୍ରବାର ଚେନ୍ନାଇରେ ପହଞ୍ଚିଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ(IPL) 2021ର 14ତମ ସଂସ୍କରଣ ଏପ୍ରିଲ 9ରୁ ଆରମ୍ଭ ହେବାକୁ ଯାଉଛି ।
ଆଇପିଏଲର 13ତମ ସଂସ୍କରଣରେ ୱାର୍ଣ୍ଣରଙ୍କ ନେତୃତାଧୀନ ହାଇଦ୍ରାବାଦ ଟିମ ଖେଳିଥିବା ଶେଷ 6ଟି ଲିଗ ମ୍ୟାଚରୁ 5ଟିରେ ବିଜୟ ସହ ପ୍ଲେ-ଅଫରେ ପ୍ରବେଶ କରିଥିଲା । ଫଳରେ ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟରେ ଟିମ ସମାନ ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ରହିବ ।
ୱାର୍ଣ୍ଣର, ହାଡିନ ଓ ୱିଲିୟମସନ ଗାଇଡଲାଇନ ଅନୁଯାୟୀ, ଆଇପିଏଲ ଆରମ୍ଭ ପୂର୍ବରୁ 7 ଦିନ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିବେ । ଏନେଇ ସନରାଇଜର୍ସ ହାଇଦ୍ରାବାଦ ଟ୍ବିଟ ଯୋଗେଁ ସୂଚନା ଦେଇଛି ।
ହାଇଦ୍ରାବାଦ ସ୍କ୍ବାଡ: ଡେଭିଡ ୱାର୍ଣ୍ଣର(କ୍ୟାପଟେନ), ଅଭିଶେକ ଶର୍ମା, ବାଶିଲ ଥାମ୍ପି, ଭୁବନେଶ୍ବର କୁମାର, ଜନ୍ନି ବେୟାରଷ୍ଟୋ, କେନ ୱିଲିୟମସନ, ମନୀଷ ପାଣ୍ଡେ, ମହମ୍ମଦ ନବୀ, ରସିଦ ଖାନ, ସନ୍ଦୀପ ଶର୍ମା, ଶାହବାଜ ନଦୀମ, ଶ୍ରୀବାତ ଗୋସ୍ବାମୀ, ସିଦ୍ଧାର୍ଥ କୌଲ, ଖଲିଲ ଅହମ୍ମଦ, ଟି ନଟରାଜନ, ବିଜୟ ଶଙ୍କର, ରିଦ୍ଧିମାନ ଶାହା, ଅବଦୁଲ ସମାଦ, ଜେସନ ରୟ, ଜେସନ ହୋଲ୍ଡର, ପ୍ରିୟମ ଗର୍ଗ, ବିରାଟ ସିଂହ, କେଦାର ଯାଦବ, ମୁଜୀବ ଅର ରେହମାନ, ଜେ ସୁଚୀତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ