ETV Bharat / sports

IPL 2021: ଆରସିବି ସାମ୍ନାରେ 160 ରନର ବିଜୟ ଲକ୍ଷ୍ୟ - ipl 2021

ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ 159 ରନ ସଂଗ୍ରହ କରିଛି । ଫଳରେ ଆରସିବି ସାମ୍ନାରେ 160 ରନର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

IPL 2021 match 1: Mi set a target of 160 vs RCB
ଆଇପିଏଲ 2021: ଆରସିବି ସାମ୍ନାରେ 160 ରନର ବିଜୟ ଲକ୍ଷ୍ୟ
author img

By

Published : Apr 9, 2021, 9:32 PM IST

Updated : Apr 9, 2021, 10:13 PM IST

ଚେନ୍ନାଇ: ଆଇପିଏଲର 2021ର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ 159 ରନ ସଂଗ୍ରହ କରିଛି । ଫଳରେ ଆରସିବି ସାମ୍ନାରେ 160 ରନର ବିଜୟ ଲକ୍ଷ୍ୟ ରହିଛି ।

ମୁମ୍ବାଇ ପକ୍ଷରୁ କ୍ରିସ ଲିନ 35 ବଲ୍‌ରୁ ସର୍ବାଧିକ 49 ରନର ଇଂନିସ ଖେଳିଛନ୍ତି । ଲିନ୍‌ଙ୍କ ଏହି ଇଂନିସରେ 4ଚୌକା ଓ 3ଟି ଛକା ସାମିଲ ରହିଛି । ସୂର୍ଯ୍ୟକୁମାର ଯାଦବ 31 ଓ ଇଶାନ କିଶନ 28 ରନର ଉପଯୋଗୀ ଇଂନିସ ଖେଳିଛନ୍ତି । କ୍ୟାପଟେନ ରୋହିତ ଶର୍ମା 19 ରନରେ ଖେଳୁଥିବା ସମୟରେ ୟୁଜଭେନ୍ଦ୍ର ଚହଲଙ୍କ ବୋଲିଂରେ କୋହଲିଙ୍କ ଦ୍ବାରା ରନଆଉଟ ହୋଇଫେରିଥିଲେ । ଶେଷ ଭାଗରେ କିରଣ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିଶେଷ କମାଲ କରିପାରିନଥିଲେ ।

ଆରସିବି ପକ୍ଷରୁ ହର୍ଷଲ ପଟେଲ ଦମଦାର ବୋଲିଂ ସହ 5ଟି ୱିକେଟ ହାସଲ କରିଛନ୍ତି । କେଏଲ ଜେମିଏସନ ଗୋଟିଏ ଓ ୱାଶିଂଟନ ସୁନ୍ଦର ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 9, 2021, 10:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.