ETV Bharat / sports

ଆଇପିଏଲ ଉଦ୍‌ଘାଟନୀ ମ୍ୟାଚ ଦେଖିବାକୁ ରାଜ୍ୟ ବୋର୍ଡଙ୍କୁ ନିମନ୍ତ୍ରଣ

ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବାକୁ ଥିବା ଆଇପିଏଲ ଉଦ୍‌ଘାଟନୀ ମ୍ୟାଚ ଦେଖିବାକୁ ରାଜ୍ୟ ବୋର୍ଡ ସଭାପତି ଓ ସମ୍ପାଦକଙ୍କୁ ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ନିମନ୍ତ୍ରଣ । ଅଧିକ ପଢନ୍ତୁ...

IPL 2021: BCCI Secretary invites Presidents and Secretaries of affiliated units for MI-RCB tie
ଆଇପିଏଲ ଉଦ୍‌ଘାଟନୀ ମ୍ୟାଚ ଦେଖିବାକୁ ରାଜ୍ୟ ବୋର୍ଡଙ୍କୁ ନିମନ୍ତ୍ରଣ
author img

By

Published : Apr 3, 2021, 6:51 PM IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌ର 14ତମ ସଂସ୍କରଣ ଏପ୍ରିଲ 9ରୁ ଆରମ୍ଭ ହେବ । ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏମଏ ଚିଦାମ୍ବର ଷ୍ଟାଡିୟମ, ଚେନ୍ନାଇରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି ।

ତେବେ ଉଦ୍‌ଘାଟନୀ ମ୍ୟାଚ ଦେଖିବାକୁ ଚିଠି ଲେଖି ସମସ୍ତ ସହଯୋଗୀ ରାଜ୍ୟ ବୋର୍ଡ ସଭାପତି ଓ ସମ୍ପାଦକଙ୍କୁ ନିମନ୍ତ୍ରଣ କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ ।

ମେଗା ଲିଗ୍‌ର ଗତ ସଂସ୍କରଣ ୟୁଏଇରେ ଖେଳାଯିବା ପରେ ଭାରତକୁ ଫେରିଥିବା ନେଇ ଉତ୍ସାହିତ ଥିବା କହିଛନ୍ତି ଜୟ ଶାହ । ସମସ୍ତ ରାଜ୍ୟ ବୋର୍ଡର ସଭାପତି ଓ ସମ୍ପାଦକଙ୍କ ଉପସ୍ଥିତି ସହ ଏକତ୍ର ଭାରତୀୟ କ୍ରିକେଟର ଉନ୍ନତି ପାଇଁ ବୈଠକ ହେବା ନେଇ ଆଶାବାଦୀ ଅଛନ୍ତି ବିସିସିଆଇ ସମ୍ପାଦକ ।

ଆଇପିଏଲ ମ୍ୟାଚ ଖେଳାଯିବାକୁ ସ୍ଥିର ହୋଇଥିବା ବିଭିନ୍ନ ଭେନ୍ୟୁରେ ସୁରକ୍ଷିତ ଜୈବ ସୁରକ୍ଷା ବଳୟରେ ଭାରତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଆୟୋଜନ କରିବ ବୋଲି ଆଶାବାଦୀ ଅଛନ୍ତି ଶାହ । ଏଥିସହ ବର୍ଷର ଶେଷ ଭାଗରେ ଟି20 ବିଶ୍ବକପର ମଧ୍ୟ ସଫଳ ଆୟୋଜନ ନେଇ ବିଶ୍ବାସ ରହିଥିବା ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.