ଚେନ୍ନାଇ: ନ୍ୟୁଜିଲାଣ୍ଡ ଅଲରାଉଣ୍ଡର କେଲ ଜେମିଏସନଙ୍କୁ 15 କୋଟିରେ କିଣିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) । ଏହାପରେ ଚେନ୍ନାଇରେ ଜାରି ରହିଥିବା ଆଇପିଏଲ 2021 ପାଇଁ ଖେଳାଳି ନିଲାମି ପ୍ରକ୍ରିୟାରେ ଜେମିଏସନ ଦ୍ବିତୀୟ ମହଙ୍ଗା ଖେଳାଳି ହୋଇଛନ୍ତି ।
ଜେମିଏସନଙ୍କ ବେସ ପ୍ରାଇସ ଥିଲା 75 ଲକ୍ଷ । ତେବେ ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗ୍ସ ଓ ଆରସିବି ମଧ୍ୟରେ କିଣିବାକୁ କଡା ଟକ୍କର ଦେଖିବାକୁ ମିଳିଥିଲା । ତେବେ ଶେଷରେ ଆରସିବି 15 କୋଟିରେ କିଣିବା ସହ କିୱି ଅଲାରାଣ୍ଡରଙ୍କୁ ହାତେଇବାରେ ସଫଳ ହୋଇଥିଲା ।
ପୂର୍ବରୁ ଗ୍ଳେମ ମାକ୍ସୱେଲ 14.25 କୋଟି, କ୍ରିସ ମୋରିସ 16.25 କୋଟି ଓ ରିଲେ ମେରେଡିଥ 8 କୋଟି ଓ ଜୋଏ ରିଚାର୍ଡସନ 14 କୋଟିରେ କିଣା ହୋଇଛନ୍ତି । ମାକ୍ସୱେଲଙ୍କୁ ଆରସିବି କିଣିଥିବାବେଳେ, ରିଚାର୍ଡସନଙ୍କୁ ରାଜସ୍ଥାନ ରୟାଲ୍ସ ଓ ମେରେଡିଥଙ୍କୁ ପଞ୍ଜାବ କିଙ୍ଗ୍ସ କିଣିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ