ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) 2021 ମିନି ଖେଳାଳି ନିଲାମ ଗୁରୁବାର ଚେନ୍ନାଇରେ ଆରମ୍ଭ ହୋଇଛି ।
ମୋଟ 164 ଭାରତୀୟ ଖେଳାଳି ଓ 125ବିଦେଶୀ ଖେଳାଳି ଓ 3ଜଣ ଆସୋସିଏଟ ଦେଶର ଖେଳାଳି ନିଲାମ ପ୍ରକ୍ରିୟାରେ ରହିଛନ୍ତି ।
ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ), ଦିଲ୍ଲୀ କ୍ୟାପିଟାଲ୍ସ(ଡିସି), ପଞ୍ଜାବ କିଙ୍ଗ୍ସ, କୋଲକାତା ନଇଟ ରାଇଡର୍ସ(କେକେଆର), ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ), ରଜାସ୍ଥାନ ରୟାଲ୍ସ(ଆରଆର), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି), ଓ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଟିମ ଗତ ସଂସ୍କରଣରେ ଖେଳିଥିବା ଏକାଧିକ ଖେଳାଳିଙ୍କୁ ରିଲିଜ କରିଛନ୍ତି ।
8ଟି ଟିମ ମଧ୍ୟରେ ପଞ୍ଜାବ ପାଖରେ ସର୍ବାଧିକ 53.2 କୋଟି ଟଙ୍କା ଖର୍ଚ୍ଚ କରିବାକୁ ରହିଛି । ପରେ ରାଜସ୍ଥାନ ରୟାଲ୍ସ 37.85 କୋଟି ଟଙ୍କା ଖର୍ଚ୍ଚ କରି ପାରିବେ । ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ ରାଇଡର୍ସ 10.75 କୋଟି ଖର୍ଚ୍ଚ କରିପାରିବେ ।
ରୟାଲ ଚ୍ୟାଲେଞ୍ଜର୍ ବାଙ୍ଗାଲୋର ସର୍ବାଧିକ 11 ଖେଳାଳି କିଣିପାରିବ ।
ଟର୍ବୋନେଟର ହରଭଜନ ସିଂ, କେଦାର ଯାଦବ, ଗ୍ଳେନ ମାକ୍ସୱେଲ, ଷ୍ଟିଭ ଷ୍ଟିଥ, ଜେସନ ରୟଙ୍କ ସମେତ ମୋଟ 10ଜଣ ଖେଳାଳିଙ୍କର ବେସ ପ୍ରାଇସ 2 କୋଟି ରହିଛି ।
ମୋଟ 12 ଖେଳାଳିଙ୍କ ବେସ ପ୍ରାଇସ 1.5 କୋଟି ଓ 11 ଖେଳାଳିଙ୍କ ବେସ ପ୍ରାଇସ 1 କୋଟି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ