ETV Bharat / sports

ଆଇପିଏଲ 2021: ଚେନ୍ନାଇରେ ପହଞ୍ଚିଲେ କୋହଲି, ଡିଭିଲିଅର୍ସ - ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଚେନ୍ନାଇରେ ପହଞ୍ଚିଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୟାପଟେନ ବିରାଟ କୋହଲି । ଅଧିକ ପଢନ୍ତୁ...

IPL 2021: After ABD, Kohli joins RCB bubble in Chennai
ଆଇପିଏଲ 2021: ଚେନ୍ନାଇରେ ପହଞ୍ଚିଲେ କୋହଲି, ଡିଭିଲିଅର୍ସ
author img

By

Published : Apr 1, 2021, 4:08 PM IST

ଚେନ୍ନାଇ: ଆଇପିଏଲ 2021 ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ । 9 ଏପ୍ରିଲରୁ ଆରମ୍ଭ ହେଉଥିବା ଆଇପିଏଲର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଆରସିବି କ୍ୟାପଟେନ ବିରାଟ କୋହଲି ଗୁରୁବାର ଚେନ୍ନାଇରେ ପହଞ୍ଚିବା ସହ ଟିମର ଜୈବ ସୁରକ୍ଷା ବଳୟରେ ପ୍ରବେଶ କରିଛନ୍ତି । ଏନେଇ ଫ୍ରାଞ୍ଚାଇଜ ଟ୍ବିଟ ଯୋଗେଁ ସୂଚନା ଦେଇଛି ।

ପୂର୍ବରୁ ବ୍ୟାଟ୍ସମ୍ୟାନ ଏବି ଡି ଭିଲିଅର୍ସ ଟିମର ଜୈବ ବଳୟରେ ପ୍ରବେଶ କରିଛନ୍ତି ।

କୋହଲି ଗତ ସୋମବାର, ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ତିଆରି ହୋଇଥିବା ଜୈବ ସୁରକ୍ଷା ବଳୟରୁ ବାହାରି ଥିଲେ । ଏହାପରେ ଏପ୍ରିଲ 1ରେ ଚେନ୍ନାଇରକେ ଟିମ ସହ ସାମିଲ ହେବେ ବୋଲି ସୂଚନା ରହିଥିଲା । କୋଭିଡ-19 ସଂକ୍ରମଣ ମଧ୍ୟରେ ଆଇପିଏଲ ଖେଳାଯାଉଥିବାରୁ ବିସିସିଆଇର ଗାଇଡଲାଇନ ଅନୁଯାୟୀ, ଅଭ୍ୟାସ ଆରମ୍ଭ କରିବା ପୂର୍ବରୁ ଟିମର ସମସ୍ତ ସଦସ୍ୟ 7ଦିନ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.