ଦୁବାଇ: ଶୁକ୍ରବାର ଦୁବାଇ ଗ୍ରାଉଣ୍ଡରେ ସନରାଇଜର୍ସ ହାଇଦ୍ରାବାଦ 7ରନ୍ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ମାତ୍ ଦେଇଛି । ଚେନ୍ନାଇ ସୁପରକିଙ୍ଗ୍ସ 2014 ପରେ ପ୍ରଥମ ଥର ପାଇଁ କ୍ରମାଗତ ଭାବେ 3ଟି ମ୍ୟାଚରେ ପରାଜୟର ସାମ୍ନା କରିଛି । ତେବେ ମ୍ୟାଚ ପରେ ସିଏସକେ ଅଧିନାୟକ ଧୋନି ସାଥି କହିଛନ୍ତି, ବାରମ୍ବାର ଗୋଟିଏ ଭୁଲ ହେଉଛି । ଏହାକୁ ସୁଧାରିବାକୁ ପଡିବ ।
ଶୁକ୍ରବାର ଦୁବାଇ ଗ୍ରାଉଣ୍ଡରେ ବିଜୟଲକ୍ଷ୍ୟ ହାସଲ ପାଇଁ ଧୋନି ବାହିନୀ ଜୋରଦାର ପ୍ରୟାସ କରିଥିଲେ ମାତ୍ର ବିଜୟସ୍ବାଦ ଚାଖି ପାରି ନାହିଁ ଚେନ୍ନାଇ । ଅନ୍ତିମ ଓଭରର ଯାଏଁ ଧୋନି କ୍ରିଜରେ ରହିଥିଲେ ବି ଦଳକୁ କ୍ରମାଗତଭାବେ 3ୟ ପରାଜୟର ସାମ୍ନା କରିବାକୁ ପଡିଛି ।
ତେବେ ମ୍ୟାଚ ପରେ ଧୋନି କହିଛନ୍ତି ଯେ, ମୁଁ ଅନେକ ବଲ୍କୁ ଠିକ୍ ସେ ହିଟ କରି ପାରୁ ନଥିଲି । ବୋଧ ହୁଏ ମୁଁ ବଲକୁ ଜୋରରେ ମାରିବାକୁ ପ୍ରୟାସ କରୁଥିଲି । ସ୍ବାସ୍ଥ୍ୟକୁ ସେ କହିଛନ୍ତି ଯେ, ସ୍ବାସ୍ଥ୍ୟ ଠିକ ଅଛି । ଏଭଳି ସ୍ଥିତିରେ ତଣ୍ଟି ଶୁଖି ଥାଏ ।
ଏଥିସହ ଆହୁରି ମଧ୍ୟ ସେ କହିଛନ୍ତି ଯେ, ଆମକୁ କ୍ୟାଚ ଧରିବାକୁ ପଡିବ । ଆମର 2 ଓଭର ଭଲ ଥିଲା କିନ୍ତୁ ଆହୁରି ଭଲ କରି ପାରିଥାନ୍ତୁ । କୌଣସି କ୍ୟାଚ ଛାଡିବାକୁ ଚାହେଁ ନାହିଁ । ଯଦି ଏହା ନକଆଉଟ ମ୍ୟାଚ ହୋଇଥାନ୍ତା ତ କ୍ୟାଚ ଛାଡିବା ବହୁତ ଭାରି ପଡିଥାନ୍ତି ।