ETV Bharat / sports

ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିଛୁ: ଏମଆଇ ଅଧିନାୟକ ରୋହିତ ଶର୍ମା

author img

By

Published : Oct 12, 2020, 12:38 PM IST

ଲିଗ୍‌ର 27ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 5 ଓ୍ବିକେଟରେ ପରାସ୍ତ କରିଛି । ଏହି ମ୍ୟାଚ ପରେ ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ଦଳର ପ୍ରଦର୍ଶନକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ।

ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିଛୁ: ଏମଆଇ ଅଧିନାୟକ ରୋହିତ ଶର୍ମା
ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିଛୁ: ଏମଆଇ ଅଧିନାୟକ ରୋହିତ ଶର୍ମା

ଆବୁଧାବି: ଲିଗ୍‌ର 27ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 5 ଓ୍ବିକେଟରେ ପରାସ୍ତ କରିଛି । ଏହି ମ୍ୟାଚ ପରେ ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ଦଳର ପ୍ରଦର୍ଶନକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ଏହି ବିଜୟ ବହୁତ ମହତ୍ତ୍ବପୂର୍ଣ୍ଣ ଥିଲା । ଆମେ ଯେମିତି କ୍ରିକେଟ ଖେଳୁଛୁ ଆମକୁ ଆଗକୁ ବଢିବାର ଆତ୍ମବିଶ୍ବାସ ମିଳୁଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ଇଂନିସ ଯେମିତି ଖେଳିଲୁ ସେଥିପାଇଁ ବହୁତ ଖୁସି ଅଛି । ଆମ ପାଇଁ ଦିନ ବହୁତ ଭଲ ଥିଲା । ଆମେ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିଛୁ ।

ଆହୁରି ମଧ୍ୟ ସେ କହିଛନ୍ତି, ଆମେ ବୋଲିଂରେ ଭଲ କଲୁ । ବ୍ୟାଟିଂରେ ଭଲ ପ୍ରଦର୍ଶନ କଲୁ । ଏହି ସିଜନରେ ବିଜୟଲକ୍ଷ୍ୟର ପିଛା କରିବା ସହଜ ନଥିଲା କିନ୍ତୁ ଆମେ ଯେପରି ଲକ୍ଷ୍ୟ ହାସଲ କରିଛୁ ସେଥିରୁ ଆମକୁ ଆତ୍ମବିଶ୍ବାସ ମିଳିଛି । ସୂଚନାଥାଉକି, ଦିଲ୍ଲୀକୁ ପରାସ୍ତ କରି ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.