ETV Bharat / sports

ଆଇପିଏଲ 2020: ୱାର୍ଣ୍ଣର-ଶାହାଙ୍କ ବିସ୍ଫୋରକ ଇଂନିସ, ହାଇଦ୍ରାବାଦ 219/2

author img

By

Published : Oct 27, 2020, 9:52 PM IST

ନିର୍ଧାରିତ 20 ଓଭରରେ ହାଇଦ୍ରାବାଦ 2 ୱିକେଟ ହରାଇ 129 ରନ ସଂଗ୍ରହ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ 220 ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି ।

IPL 2020: Warner, Saha guide SRH to 219 for 2 vs Delhi Capitals
ଆଇପିଏଲ 2020: ୱାର୍ଣ୍ଣର-ଶାହାଙ୍କ ବିସ୍ଫୋରକ ଇଂନିସ, ହାଇଦ୍ରାବାଦ 219/2

ଦୁବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଆଜି(ମଙ୍ଗଳବାର) ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି 47ତମ ମ୍ୟାଚ । ଟସ ଜିତି ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଶ୍ରେୟସ ଆୟର ବୋଲିଂ ନିଷ୍ପତ୍ତି ନେବାସହ ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ।

ନିର୍ଧାରିତ 20 ଓଭରରେ ହାଇଦ୍ରାବାଦ 2 ୱିକେଟ ହରାଇ 129 ରନ ସଂଗ୍ରହ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ 220 ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି ।

ଦୁଇ ହାଇଦ୍ରାବାଦ ଓପନର ଡେଭିଡ ୱାର୍ଣ୍ଣର ଓ ରିଦ୍ଧିମାନ ଶାହାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଉଭୟ ଖେଳାଳି ପ୍ରଥମ 6 ଓଭରରେ 77 ରନ ଯୋଡିଥିଲେ ।

ଡେଭିଡ ୱାର୍ଣ୍ଣର 34 ବଲରୁ 8 ଚୌକା ଓ 2 ଛକା ସହାୟତାରେ ଧୁଆଁଧାର 66 ରନର ଇଂନିସ ଖେଳିଛନ୍ତି । ଶାହା ଓ ୱାର୍ଣ୍ଣରଙ୍କ ମଧ୍ୟରେ 9.4 ଓଭରରେ 107ରନର ଦମଦାର ପାର୍ଟନରସିପ ହୋଇଛି। ପରେ ପ୍ରଥମ ଖେଳାଳି ଭାବେ ୱାର୍ଣ୍ଣର, ଅଶ୍ବିନୀଙ୍କ ଦ୍ବାରା ଆଉଟ ହୋଇଛନ୍ତି ।

ୱାର୍ଣ୍ଣର ପ୍ୟାଭିଲିୟନ ଫେରିବାପରେ, ଶାହା ଅଧିକ ବିସ୍ଫୋରକ ହୋଇଥିଲେ । ମାତ୍ର 45 ବଲରୁ 12 ଚୌକା ଓ 2 ଛକା ସହାୟତାରେ 87 ରନର ଗୁରୁତ୍ବପୂର୍ଣ୍ଣ ଇଂନିସ ଖେଳିଛନ୍ତି । ମନିଷ ପାଣ୍ଡେ ଓ କେନ ୱିଲିୟମସନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଟିମର ସ୍କୋର 200 ପାର କରାଇଛନ୍ତି । ପାଣ୍ଡେ 31 ବଲରୁ 4ଟି ଚୌକା ଓ ଗୋଟିଏ ଛକା ସହାୟତାରେ 44 ଓ ୱିଲିୟମସନ 11 ରନରେ ଅପରାଜିତ ରହିଥିଲେ ।

ଦିଲ୍ଲୀ ପକ୍ଷରୁ କାଗିସୋ ରବାଡା ଓ ରବିଚନ୍ଦ୍ରନ ଅଶ୍ବିନୀଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ବ୍ୟୁରାେ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.