ETV Bharat / sports

ଆଇପିଏଲ 2020: ଆଉ ଏକ କିର୍ତ୍ତିମାନ ରଚିଲେ କୋହଲି - Virat Kohli

ଆଇପିଏଲ୍ 2020ର ମ୍ୟାଚ୍ 31ରେ ଆରସିବି ପାଇଁ 200ତମ ମ୍ୟାଚ ଖେଳୁଛନ୍ତି କ୍ୟାପଟେନ କୋହଲି ।

ଆଇପିଏଲ୍ 2020: ଆଉ ଏକ କିର୍ତ୍ତିମାନ ରଚିଲେ କୋହଲି

author img

By

Published : Oct 15, 2020, 9:02 PM IST

ହାଇଦ୍ରାବାଦ: ଗୁରୁବାର ଶାରଜା କ୍ରିକେଟ ଷ୍ଟାଡିୟମରେ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ଆଇପିଏଲ୍ 2020ର ମ୍ୟାଚ୍ 31ରେ ଆରସିବି ପାଇଁ 200ତମ ମ୍ୟାଚ ଖେଳୁଛନ୍ତି କ୍ୟାପଟେନ କୋହଲି । ତେବେ ଏଥିପାଇଁ ସେ ନିଜ ଫ୍ରାଞ୍ଚାଇଜକୁ ଧନ୍ୟବାଦ ଜଣାଇବା ସହିତ ଏହା ତାଙ୍କ ପାଇଁ ଏକ ସମ୍ମାନ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ବିରାଟ କୋହଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଆରସିବି ପାଇଁ 185ଟି ମ୍ୟାଚ ଖେଳିଥିବା ବେଳେ 15ଟି ଚାମ୍ପିଅନ୍ସ ଲିଗ୍ ଟି-20 ମଧ୍ୟ ତାଙ୍କ ନାମରେ ରହିଛି । ତେବେ ସେ ଉଭୟ ଟୁର୍ଣ୍ଣାମେଣ୍ଟରେ ବାଙ୍ଗାଲୋର ସହିତ ତାଙ୍କର ସମସ୍ତ କ୍ୟାରିଅର୍ ଅତିବାହିତ କରିଛନ୍ତି । 2008 ଆଇପିଏଲ୍ ନିଲାମରେ ବିରାଟ କୋହଲି ଆରସିବି ସହ ଚୁକ୍ତି ବଦ୍ଧ ହୋଇଥିଲେ । ସେହି ଦିନଠାରୁ ଭାରତୀୟ ଅଧିନାୟକ ଆଭରେଜ 38.55 ଏବଂ ଷ୍ଟ୍ରାଇକ୍ ରେଟ୍ 131.41 ସହ 5668 ରନ୍ ସଂଗ୍ରହ କରିଛନ୍ତି । ସେ 5ଟି ଶତକ ଏବଂ 38ଟି ଅର୍ଦ୍ଧଶକତୀୟ ପାଳି ମଧ୍ୟରେ ଏହି ଫଟାଫଟ କ୍ରିକେଟରେ ଖେଳିଛନ୍ତି ।

ତେବେ 200 ମ୍ୟାଚ ଖେଳିବା ନେଇ କୋହଲି କହିଛନ୍ତି, " ଆରସିବି ମୋ ପାଇଁ ସବୁକିଛି । ଅନେକ ସେହି ଭାବନାକୁ ବୁଝିପାରନ୍ତି ନାହିଁ । 200 ମ୍ୟାଚ ଖେଳିବା ଅବିଶ୍ୱସନୀୟ, 2008ରେ ମୁଁ କେବେ ଏହା ଭାବି ପାରିନଥିଲି । ଏହା ଏକ ସମ୍ମାନ, ସେମାନେ ମୋତେ ରଖିଛନ୍ତି ଏବଂ ମୁଁ ରହି ଆସିଛି।’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.