ETV Bharat / sports

କୋରୋନା ଯୋଦ୍ଧାଙ୍କୁ ସମର୍ପିତ ଆରସିବି ଜର୍ସି - ଆରସିବି

ଆରସିବି ଗୁରୁବାର ଦିନ ତା'ର ନୂଆ ଜର୍ସି ଉନ୍ମୋଚନ କରିଛି । ଆଉ ସେହି ଜର୍ସି କୋରୋନା ଯୋଦ୍ଧାଙ୍କୁ ସମର୍ପିତ କରାଯାଇଛି ।

କୋରୋନା ଯୋଦ୍ଧାଙ୍କୁ ସମର୍ପିତ ଆରସିବି ଜର୍ସି
କୋରୋନା ଯୋଦ୍ଧାଙ୍କୁ ସମର୍ପିତ ଆରସିବି ଜର୍ସି
author img

By

Published : Sep 18, 2020, 1:56 PM IST

Updated : Sep 18, 2020, 2:12 PM IST

ନୂଆଦିଲ୍ଲୀ: ଦିନକ ପରେ ଆରମ୍ଭ ହେବ କ୍ରିକେଟ ସମର । ଏଥିଲାଗି ଗ୍ରାଉଣ୍ଡ ପ୍ରସ୍ତୁତ ଓ ଖେଳାଳି ବି ପ୍ରସ୍ତୁତ । ତେବେ ଏହି ଅବସରରେ ଆରସିବି ଗୁରୁବାର ଦିନ ତା'ର ନୂଆ ଜର୍ସି ଉନ୍ମୋଚନ କରିଛି । ଆଉ ସେହି ଜର୍ସି କୋରୋନା ଯୋଦ୍ଧାଙ୍କୁ ସମର୍ପିତ କରାଯାଇଛି । ଖେଳାଳିଙ୍କ ଜର୍ସି ପଛରେ କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଲେଖାଯାଇଛି, 'ମାଇ କୋଭିଡ ହିରୋସ' ।

ଗୁରୁବାର ଦିନ ବିରାଟ କୋହିଲି ୟୁଏଇରେ ଭିସି ଯୋଗେ ଏହାକୁ ଲଞ୍ଚ କରିଛନ୍ତି । ଆଉ ଏହି ଅବସରରେ ବିରାଟ କହିଛନ୍ତି ଯେ, ଆମେ ଗୋଟେ ସାନଦାର ଅଭିଯାନରେ ଯୋଡି ହୋଇଛୁ । ଏହି ଜର୍ସି କୋରୋନା ଯୋଦ୍ଧାଙ୍କୁ ସମର୍ପିତ । ଯେଉଁମାନେ ନିଜର ଚିନ୍ତା ଛାଡି ନିସ୍ବାର୍ଥପର ଭାବେ ଅନ୍ୟର କଥା ଭାବୁଛନ୍ତି । ଏହା ଆମମାନଙ୍କ ପକ୍ଷରୁ ସେମାନଙ୍କୁ ପାଇଁ ଏକ ସମ୍ମାନ । ଏହି ଜର୍ସି ପିନ୍ଧିବା ଆମପାଇଁ ଗର୍ବର ବିଷୟ ।

ଏଥିସହ ଆରସିବିର ଚେୟାରମ୍ୟାନ ସଞ୍ଜୀବ କହିଛନ୍ତି ଯେ, ଖେଳାଳିମାନେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟର ମ୍ୟାଚରେ ଓ ଅଭ୍ୟାସ ବେଳେ ଏହି ଜର୍ସି ପିନ୍ଧିବେ । ପ୍ରଥମ ମ୍ୟାଚରେ ଖେଳାଳିମାନେ ପିନ୍ଧିଥିବା ଜର୍ସିର ନିଲାମୀ କରାଯିବ । ଆଉ ସେହି ନିଲାମୀ ଟଙ୍କାକୁ'ଗିଭ ଇଣ୍ଡିଆ ଫାଉଣ୍ଡେସନ'କୁ ଦିଆଯିବ । ଆରସିବି କିଛି ଦିନ ହେବ ସୋସିଆଲ ମିଡିଆରେ ମାଇ କୋଭିଡ ହିରୋସର ଅଭିଯାନ ଆରମ୍ଭ କରିଛି । ସେଥିରେ କୋରୋନା କାଳରେ ସମାଜ ସେବାରେ ଯୋଡି ହୋଇଥିବା ଅସଲ ହିରୋଙ୍କ କହାଣୀ ଦେଖା ଯାଉଛି ।

Last Updated : Sep 18, 2020, 2:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.