ଦୁବାଇ: ଆଜି ପ୍ରଥମ କ୍ବାଲିଫାୟର ମ୍ୟାଚ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଦିଲ୍ଲୀ ଟସ୍ ଜିତି ମୁମ୍ବାଇକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ମୁମ୍ବାଇ ଦଳ ନିର୍ଦ୍ଧାରିତ ଓଭରରେ 5 ଓ୍ବିକେଟ ହରାଇ 200ରନ ସଂଗ୍ରହ କରିଛି ।
ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଇଶାନ କିଶାନ ଅପାରଜିତ 55ରନ୍(30ବଲ୍,4ଚୌକା, 3ଛକା) ପାଳି ଖେଳିଛନ୍ତି । ସେହିପରି ସୂର୍ଯ୍ୟକୁମାର ଯାଦବ 51, କ୍ବିଣ୍ଟନ୍ ଡି କକ୍ 40, ହାର୍ଦ୍ଦିକ ପାଣ୍ଡ୍ୟା 37*ରନ୍, କୃଣାଳ ପାଣ୍ଡ୍ୟା 13ରନ୍ ଇଂନିସ ବଳରେ ଦଳ ନିର୍ଦ୍ଧାରିତ ଓଭରରେ 5ଓ୍ବିକେଟ ହରାଇ 200ରନ୍ ସଂଗ୍ରହ କରିଛି ।
ତେବେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆର ଅଶ୍ବିନ 3ଟି, ଆନ୍ରିଚ୍ ନୋର୍ଜେ ଓ ମାର୍କସ ଷ୍ଟୋଇନିସ ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଛନ୍ତି ।
ଦିଲ୍ଲୀର କ୍ୟାପିଟାଲ୍ସ: ଶିଖର ଧୱନ, ପୃଥ୍ବୀ ଶ', ଅଜିଙ୍କ୍ୟ ରହାଣେ, ଶ୍ରେୟାସ ଆୟର,ଋଷଭ ପନ୍ତ , ମାର୍କସ ଷ୍ଟୋଇନିସ, ଡାନିଏଲ ସାମସ୍, ଅକ୍ସର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, କାଗିସୋ ରାବାଡା, ଆନ୍ରିଚ୍ ନୋର୍ଜେ ।
ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶ: ରୋହିତ ଶର୍ମା, କ୍ବିଣ୍ଟନ୍ ଡି କକ୍, ସୂର୍ଯ୍ୟକୁମାର ଯାଦବ, ସୌରଭ ତିୱାରୀ, ଇଶାନ କିଶାନ, କ୍ରୁଣାଲ ପାଣ୍ଡ୍ୟା, କିରନ୍ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, ନାଥାନ୍ କୁଲଟର୍ ନାଇଲ୍, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରିତ ବୁମରାହ ।