ETV Bharat / sports

ସନଡେ ଡବଲହେଡର ମ୍ୟାଚ: ପ୍ରଥମ ମ୍ୟାଚରେ ସ୍ମିଥ-ଓ୍ବାର୍ଣ୍ଣରଙ୍କ ଫାଇଟ

author img

By

Published : Oct 11, 2020, 2:22 PM IST

ସନଡେ ଡବଲହେଡର ମ୍ୟାଚ । ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ଭାରତୀୟ ସମୟାନୁସାରେ ଦିନ 3ଟା 30ରେ ଦୁବାଇ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଉଭୟ ଦଳ । ପଏଣ୍ଟ ଟେବୁଲରେ 5ମ ସ୍ଥାନରେ ହାଇଦ୍ରାବାଦ ରହିଥିବାବେଳେ ସପ୍ତମ ସ୍ଥାନରେ ରାଜସ୍ଥାନ ରହିଛି ।

ସନଡେ ଡବଲହେଡର ମ୍ୟାଚ: ପ୍ରଥମ ମ୍ୟାଚରେ ସ୍ମିଥ-ଓ୍ବାର୍ଣ୍ଣରଙ୍କ ଫାଇଟ
ସନଡେ ଡବଲହେଡର ମ୍ୟାଚ: ପ୍ରଥମ ମ୍ୟାଚରେ ସ୍ମିଥ-ଓ୍ବାର୍ଣ୍ଣରଙ୍କ ଫାଇଟ

ଦୁବାଇ: ଆଜି ପୁଣି ଦେଖିବାକୁ ମିଳିବ ଆଉ ଏକ ଡବଲ ହେଡର ମ୍ୟାଚ । ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ଭାରତୀୟ ସମୟାନୁସାରେ ଦିନ 3ଟା 30ରେ ଦୁବାଇ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଉଭୟ ଦଳ । ପଏଣ୍ଟ ଟେବୁଲରେ 5ମ ସ୍ଥାନରେ ହାଇଦ୍ରାବାଦ ରହିଥିବାବେଳେ ସପ୍ତମ ସ୍ଥାନରେ ରାଜସ୍ଥାନ ରହିଛି ।

ipl-2020-sunrisers-hyderabad-vs-rajasthan-royals-match-preview
ଡବଲ ହେଡର ମ୍ୟାଚ

ତେବେ ଓ୍ବାର୍ଣ୍ଣରଙ୍କ ହାଇଦ୍ରାବାଦ ଟିମ ପୂର୍ବ ମ୍ୟାଚରେ ପଞ୍ଜାବକୁ 69ରନ୍‌ରେ ପରାସ୍ତ କରିଥିଲା । ରାଜସ୍ଥାନକୁ ପରାସ୍ତ କରି ଲିଗ୍‌ରେ 4ର୍ଥ ବିଜୟ ହାସଲ କରିବା ପାଇଁ ଦଳ ଚାହିଁବ । ଅନ୍ୟପଟେ ସ୍ମିଥଙ୍କ ଦଳ ଚଳିତ ଲିଗ୍‌ରେ ନିରନ୍ତର ଭାବେ ଭଲ ପ୍ରଦର୍ଶନ କରି ପାରୁ ନାହାଁନ୍ତି । ଟିମର ଷ୍ଟାର ଖେଳାଳିମାନେ ଆରମ୍ଭରେ ଯେପରି ଫର୍ମରେ ଥିଲେ ଏବେ ସେହି ଫର୍ମରେ ରହି ପାରୁ ନାହାଁନ୍ତି ।

ଯଦି ଆଜିର ମ୍ୟାଚରେ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦଳରେ ସାମିଲ ହୁଅନ୍ତି ତେବେ ରାଜସ୍ଥାନ ପାଇଁ ବେଶ୍‌ ଲାଭଦାୟକ ହେବ । ବୋଲିଂ ସହ ମଧ୍ୟକ୍ରମକୁ ମଜବୁତ କରିବେ ଷ୍ଟୋକ୍ସ । ଏଥିସହ ଅଧିନାୟକ ସ୍ମିଥ, ବଟଲର, ସାମଜନଙ୍କୁ ବି ବ୍ୟାଟିଂ ଯାଦୁ ଦେଖାଇବାକୁ ପଡିବ । ରାଜସ୍ଥାନ ବୋଲର ଦିଲ୍ଲୀ ବିପକ୍ଷରେ ସାନଦାର ବୋଲିଂ କରିଥିଲେ ,ସେହି ଫର୍ମରେ ଆଜି ରହୁଛନ୍ତି କି ନାହିଁ ଦେଖିବାକୁ ପଡିବ ।

ଅନ୍ୟପଟେ ଲିଗ୍‌ରେ 3ଟି ବିଜୟ ହାସଲ କରିଥିବା ହାଇଦ୍ରାବାଦ ଟିମର ବ୍ୟାଟିଂ ବିଭାଗକୁ ଦେଖିଲେ ପଞ୍ଜାବ ବିପକ୍ଷରେ ଓପନର ଯୋଡି ବେଶ୍‌ ଭଲ ପ୍ରଦର୍ଶନ କରିଥିଲେ । ଓ୍ବାର୍ଣ୍ଣର ଓ ବେୟରଷ୍ଟୋଙ୍କ ଯୋଡି 160ରନ୍‌ର ପାର୍ଟନରସିପ୍‌ ଇଂନିସ ଖେଳିଥିଲେ । ଏହି ଫର୍ମରେ ଯଦି ଆଜି ରହିବେ ତେବେ ରାଜସ୍ଥାନ ଟିମ ପାଇଁ ଚିନ୍ତାର ବିଷୟ ହେବ । ଏହି 2 ଖେଳାଳିଙ୍କ ବ୍ୟତୀତ ମନୀଷ ପାଣ୍ଡେ ଓ କେନ ଓ୍ବିଲିୟମସନ୍‌ ବି ମ୍ୟାଚ ଫିନିସରର ଦକ୍ଷତା ରଖିଛନ୍ତି । ଏସଆରଏଚ୍‌ର ବୋଲିଂ ବିଭାଗ ମଜବୁତ ରହିଛି । ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ ଓ ଟି.ନଟରାଜନ ଙ୍କ ସହ ସ୍ପିନର ରଶିଦ ଖାନଙ୍କ ବୋଲିଂରେ ରାଜସ୍ଥାନର ବ୍ୟାଟିଂ ଅର୍ଡର ଭୁଷିଡି ପାରେ ।

ତେବେ ଉଭୟ ଦଳର ହେଡଟୁ ହେଡ ମ୍ୟାଚକୁ ଦେଖିଲେ ଉଭୟଙ୍କ ମଧ୍ୟରେ 11ଟି ମ୍ୟାଚ ଖେଳାଯାଇଛି । 6ଟି ହାଇଦ୍ରାବାଦ ଓ 5ଟି ରାଜସ୍ଥାନ ନିଜ ନାଁରେ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.