ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲର) ଆଗାମୀ ସଂସ୍କରଣ ପାଇଁ ନିୟମାବଳୀ ବା ଏସଓପି ଜାରି କରିଛି ବିସିସିଆଇ । ଜାରି ହୋଇଥିବା ଏସଓପି ଅନୁଯାୟୀ, ଖେଳାଳିଙ୍କ ପରିବାର, ଖେଳାଳି ଓ ଟିମର ସପୋର୍ଟ ଖେଳାଳିଙ୍କ ସହ ଯୋଗ ଦେଇପାରିବେ । ମାତ୍ର ଟିମ ବସରେ ଖେଳାଳିଙ୍କ ସହ ଯାତ୍ରା କରିପାରିବେ ନାହିଁ । ଏଥିସହିତ ପରିବାରକୁ ଜୈବ ସୁରକ୍ଷିତ ପରିବେଶରେ ରହିବାର ଅନୁମତି ମିଳିବ ନାହିଁ ।

ସମସ୍ତ ଟିମଙ୍କ ଉଦ୍ଦେଶ୍ୟରେ 16 ପୃଷ୍ଠାର ନିୟମାବଳୀରେ ଏହା ସ୍ପଷ୍ଟ କରାଯାଇଛି । ଟସ୍ ସମୟରେ ସମସ୍ତ ଟିମର କ୍ୟାପଟେନଙ୍କୁ ପେପରରେ ଲେଖା ଖେଳାଳିଙ୍କ ତାଲିକା ବଦଳରେ ଇଲୋକଟ୍ରୋନିକ୍ସ ଉପକରଣରେ ଖେଳାଳିଙ୍କ ନାମ ଦର୍ଶାଇବାକୁ କୁହାଯାଇଛି ।

ମ୍ୟାଚ ସମୟରେ ସାମାଜିକ ଦୂରତା ପାଳନ କରିବା ପାଇଁ ଖାଲି ଷ୍ଟାଡିୟମର ବ୍ୟବହାର କରିବାକୁ ଟିମଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ।
ନଜର ପକାନ୍ତୁ ଆଇପିଏଲ 2020 ପାଇଁ ବିସିସିଆଇ ପକ୍ଷରୁ ଜାରି ହୋଇଥିବା ଏସଓପି ଉପରେ...
- ଖେଳାଳି ଓ ମ୍ୟାଚ ଅଧିକାରୀଙ୍କୁ ମ୍ୟାଚ ପରେ ହୋଟେଲ ଫେରିବା ପରେ ଗାଧୋଇବାକୁ ହେବ ।
- ଆଇସିସିର ନୂଆ ନିୟମ ଅନୁଯାୟୀ, ବଲରେ ଛେପର ବ୍ୟବହାର ହେବନାହିଁ ।
- ସମସ୍ତ 8ଟି ଫ୍ରାଞ୍ଚାଇଜ ଅଲଗା ହୋଟେଲର ବ୍ୟବସ୍ଥା କରିବା ସହ, ଟିମ ବୈଠକ ଅନଲାଇନରେ କରିବେ ।
- ସମସ୍ତ ଟିମଙ୍କୁ ଜଣେ ଲେଖାଏଁ ଟିମ ଡାକ୍ତର ନିଯୁକ୍ତ କରିବାକୁ ହେବ । ଖେଳାଳିମାନେ 53 ଦିନ ଜୈବ ସୁରକ୍ଷିତ ପରିବେଶରେ ରହିବା ଓ ସମସ୍ତ ଗାଇଡଲାଇନର ପାଳନ ନେଇ ଉତ୍ତରଦାୟୀ ରହିବେ ।
- ବିସିସିସିଆଇ ପକ୍ଷରୁ ସମସ୍ତ ଫ୍ରାଞ୍ଚାଇଜଙ୍କ ମେଡିକାଲ ଟିମ, ୟୁଏଇ ଗସ୍ତର 2 ସପ୍ତାହ ପୂର୍ବରୁ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ଯାତ୍ରା ବିବରଣୀ(1ମାର୍ଚ୍ଚ 2020ପର୍ଯ୍ୟନ୍ତ) ପରୀକ୍ଷା କରିବେ।
- ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଯାଉଥିବା ସମସ୍ତ ଖେଳାଳି ଜୈବ ସୁରକ୍ଷିକ ପରିବେଶରେ ପ୍ରବେଶ କରିବା ପୂର୍ବରୁ 5ଟି କୋଭିଡ-19 ଟେଷ୍ଟ କରାଇଥିବେ ।
- ଜୈବ ସୁରକ୍ଷିତ ପରିବେଶରେ ପହଞ୍ଚିବା ପରେ, ପ୍ରତି 5 ଦିନରେ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କର କୋଭିଡ ଟେଷ୍ଟ କରାଯିବ ।
- ଦୁଇଟି କୋଭିଡ-19 ଟେଷ୍ଟ ରିପୋର୍ଟ ନେଗେଟିଭ୍ ପରେ, ଖେଳାଳିଙ୍କୁ ୟୁଏଇ ଗସ୍ତ ପାଇଁ ଅମୁମତି ମିଳିବ ।
- ପରେ ଟିମ ପକ୍ଷରୁ ନିର୍ଦ୍ଧାରିତ ହୋଟେଲରେ ଖେଳାଳିମାନେ କ୍ବାରେଣ୍ଟାଇନରେ ରହିବେ । ଏହି 6 ଦିନ ସମୟ ମଧ୍ୟରେ 3ଥର କୋଭିଡ୍ ଟେଷ୍ଟ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ