କୋଲକାତା: ଶେଷ ହୋଇଛି ବିଶ୍ବର ସବୁଠାରୁ ବଡ ଧନୀ ଲିଗର କିଣା ବିକା ଆଇପିଏଲ ଅକ୍ସନ। 8ଟି ଦଳ 62 ଜଣ ଦେଶୀ ତଥା ବିଦେଶୀ ଖେଳାଳିଙ୍କୁ ନୂଆ କରି କିଣିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ଲିଗର ଅନ୍ୟତମ ଫ୍ରାଞ୍ଚାଇଜ ପାଖରେ ରହିଛନ୍ତି ଭାରତୀୟ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଓ ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ। ମାତ୍ର ଦଳ ଏହି ଦୁଇ ଅଭିଜ୍ଞ ଖେଳାଳିଙ୍କୁ ପାଖରେ ରଖିଥିବା ସତ୍ତ୍ବେ ଦଳର ପୂର୍ବ ଅଧିନାୟକ ଶ୍ରେୟସ ଆୟାରଙ୍କୁ ଅଧିନାୟକ ପଦ ସମ୍ଭାଳିବା ପାଇଁ କହିଛି।
ଆସନ୍ତା ବର୍ଷ ଏପ୍ରିଲ-ମେ ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 13ତମ ସଂସ୍କରଣ। ଗୁରୁବାର ଆଇପିଏଲ ଅକ୍ସନ ଶେଷ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ଚେୟାରମ୍ୟାନ ପାର୍ଥ ଜିନ୍ଦଲ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଯେଉଁଠି ସେ ସୂଚନା ଦେଇଛନ୍ତି ଯେ, ଗତ ସଂସ୍କରଣ ପାଇଁ ଦିଲ୍ଲୀର କ୍ୟାପଟେନ ରହିଥିବା ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟାର ଆଗାମୀ ସିଜନ ପାଇଁ ମଧ୍ୟ ଦଳର ନେତୃତ୍ବ ନେବେ । ଜିନ୍ଦଲ କହିଛନ୍ତି, ଆମ ପାଖରେ ଅଶ୍ବିନ ଓ ରାହାଣେଙ୍କ ପରି ଖେଳାଳି ଅଛନ୍ତି । ସେମାନଙ୍କ ଅଭିଜ୍ଞତାରୁ ଶ୍ରେୟସଙ୍କୁ ବହୁତ କିଛି ଶିଖିବାକୁ ମିଳିବ।
![IPL 2020: Shreyas will lead Delhi Capital](https://etvbharatimages.akamaized.net/etvbharat/prod-images/gazi_9402_2012newsroom_1576808362_923.jpg)
ଉଲ୍ଲେଖଥାଉ କି ଗତ ସଂସ୍କରଣରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ରହିଥିଲେ ରାହାଣେ। ଯେତେବେଳେ କି କିଙ୍ଗ୍ସ ଏକାଧଶ ପଞ୍ଜାବର ଅଧିନାୟକ ଭାର ଉଠାଇଥିଲେ ଅଶ୍ବିନ। ଉକ୍ତ 3 ଦଳ ଖେଳାଳି ଅଦଳ ବଦଳ ପ୍ରକ୍ରିୟାରେ ଏହି ଦୁଇ ଖେଳାଳିଙ୍କୁ କିଣିଛନ୍ତି ।
- ଦିଲ୍ଲୀ କ୍ୟାପିଟାଲ୍ସ-
- ପୂର୍ବରୁ ରଖିଥିବା ଖେଳାଳି: ଶିଖର ଧାୱନ, ଅଜିଙ୍କ୍ୟ ରାହାଣେ, ପୃଥ୍ବୀ ଶ, ଶ୍ରେୟସ ଆୟର, ରିଷଭ ପନ୍ତ(ୱିକେଟ କିପର), ଆକ୍ସର ପଟେଲ, ହର୍ଷଲ ପଟେଲ, ଆର ଆଶ୍ବିନ, ଅମିତ ମିଶ୍ର, ସନ୍ଦୀପ ଲାମିଚାନେ, କାଗିଶୋ ରାବାଡା, ଇଶାନ୍ତ ଶର୍ମା, କିମୋ ପଲ, ଅଭେସ ଖାନ ।
- ନିଲାମରେ କିଣିଥିବା ଖେଳାଳି: ସିମ୍ରନ ହେଟମେୟର(7.75 କୋଟି), ମାର୍କସ ଷ୍ଟୋନିସ(1 କୋଟି), ଆଲେକ୍ସ କେରୀ(2.4 କୋଟି), ଜଶନ ରୟ(1.5 କୋଟି), କ୍ରିସ ୱର୍କସ(1.5 କୋଟି), ମୋହିତ ଶର୍ମା(50 ଲକ୍ଷ), ତୁଷାର ଦେଶପାଣ୍ଡେ(20 ଲକ୍ଷ), ଲଳିତ ଯାଦବ(20 ଲକ୍ଷ)