ETV Bharat / sports

IPL 2020: ପ୍ଲେଅଫରୁ ବାଦ୍‌ ପଡିଲା ସିଏସକେ, ଭାବୁକ ହେଲେ ସାକ୍ଷୀ

author img

By

Published : Oct 26, 2020, 2:01 PM IST

ଆଇପିଏଲ 2020ରେ ରାଜସ୍ଥାନ ରବିବାର ଦିନ ମୁମ୍ବାଇକୁ ମାତ୍‌ ଦେଇଛି । ଏହି ବିଜୟ ପରେ କିନ୍ତୁ ଚେନ୍ନାଇର ଫ୍ୟାନ୍ସ ବେଶ୍‌ ଦୁଃଖିତ । କାରଣ ଚେନ୍ନାଇ ପ୍ଲେଅଫ୍‌ରୁ ବାଦ୍‌ ପଡିଛି । ଏହାପରେ ସିଏସକେର ଅଧିନାୟକ ଏମଏସ ଧୋନିଙ୍କ ପତ୍ନୀ ସାକ୍ଷୀ ଭାବୁକ ହୋଇ ଏକ ଟ୍ବିଟ କରିଛନ୍ତି ।

IPL 2020: ପ୍ଲେଅଫରୁ ବାଦ୍‌ ପଡିଲା ସିଏସକେ, ଭାବୁକ ହେଲେ ସାକ୍ଷୀ
IPL 2020: ପ୍ଲେଅଫରୁ ବାଦ୍‌ ପଡିଲା ସିଏସକେ, ଭାବୁକ ହେଲେ ସାକ୍ଷୀ

ହାଇଦ୍ରାବାଦ: ଆଇପିଏଲ 2020ରେ ରାଜସ୍ଥାନ ଦଳ ରବିବାର ଦିନ ମୁମ୍ବାଇ ଟିମକୁ ମାତ୍‌ ଦେଇଛି । ଏହି ବିଜୟ ପରେ କିନ୍ତୁ ଚେନ୍ନାଇର ଫ୍ୟାନ୍ସ ବେଶ୍‌ ଦୁଃଖିତ । କାରଣ ଚେନ୍ନାଇ ପ୍ଲେଅଫ୍‌ରୁ ବାଦ୍‌ ପଡିଛି । ରାଜସ୍ଥାନର ବିଜୟ ପରେ ଚେନ୍ନାଇ ପଏଣ୍ଟ ଟେବୁଲର ଅନ୍ତିମ ସ୍ଥାନରେ ରହିଛି । ଆଉ ପ୍ରଥମ କରି ଆଇପିଏଲ ଇତିହାସରେ ଚେନ୍ନାଇ ପ୍ଲେଅଫ୍‌ରେ ପହଞ୍ଚି ପାରି ନାହିଁ । ତେବେ ସିଏସକେର ଅଧିନାୟକ ଏମଏସ ଧୋନିଙ୍କ ପତ୍ନୀ ସାକ୍ଷୀ ଭାବୁକ ହୋଇ ଏକ ଟ୍ବିଟ କରିଛନ୍ତି ।

ସେ ପ୍ରଶଂସକଙ୍କୁ କହିଛନ୍ତି ନିରାଶ ହୁଅ ନାହିଁ । ଚେନ୍ନାଇ ପୂର୍ବରୁ ବିଜେତା ଥିଲା ଓ ଏବେ ବି ରହିଛି । ଏହା କେବଳ ଏକ ଖେଳ ।

ସାକ୍ଷୀଙ୍କ ଟ୍ବିଟ

ସେ ଟ୍ବିଟରରେ ଲେଖିଛନ୍ତି, ଏହା କେବଳ ଏକ ଖେଳ । କିଏ ହାରିବାକୁ ଚାହେଁନା କିନ୍ତୁ ସମସ୍ତେ ବିଜୟ ହୋଇ ପାରିବେ ନାହିଁ । କିଏ ଜିତେ ତ କିଏ ହାରେ । ନିଜର ଭାବନାକୁ ଖେଳର ଭାବନା ଉପରେ ଭାରୀ ହେବାକୁ ଦିଅ ନାହିଁ । ଅସଲ ଯୋଦ୍ଧା ଲଢିବାକୁ ଜନ୍ମ ହୋଇଥାନ୍ତି । ସେ ଆମ ପାଇଁ ସବୁବେଳେ ସୁପରକିଙ୍ଗ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.