ETV Bharat / state

ଔଷଧୀୟ ବୃକ୍ଷ ବିହନ ସଂରକ୍ଷଣ ପାଇଁ ପ୍ରୟାସ, ଦେଓମାଳିରେ ଖୋଲିଲା ସଂରକ୍ଷଣ କେନ୍ଦ୍ର - MEDICINAL SEED CONSERVATION CENTER

ଦେଓମାଳିର ଔଷଧୀୟ ସମ୍ପଦକୁ ପରଖୁଥିବା ଆଦିବାସୀ ଗବେଷକ ହରି ପାଙ୍ଗି ଆରମ୍ଭ କଲେ ଔଷଧୀୟ ବୃକ୍ଷ ବିହନ ସଂରକ୍ଷଣ କେନ୍ଦ୍ର ।

ପାରମ୍ପରିକ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କେନ୍ଦ୍ର
ପାରମ୍ପରିକ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କେନ୍ଦ୍ର (ETV Bharat Odisha)
author img

By ETV Bharat Odisha Team

Published : Nov 28, 2024, 8:15 PM IST

Updated : Nov 28, 2024, 8:45 PM IST

କୋରାପୁଟ: ପାରମ୍ପରିକ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଏନେଇ କୋରାପୁଟ ଦେଓମାଳି ପାଦଦେଶରେ ଖୋଲିଲା ପାରମ୍ପରିକ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କେନ୍ଦ୍ର । ଜିଲ୍ଲା ପ୍ରଶାସନ ସହାୟତାରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦଳେଇପୁଟ ପଞ୍ଚାୟତର ତେନ୍ତୁଳିଗୁଡା ଗ୍ରାମରେ ଖୋଲିଛି ଏହି ବିହନ ସଂରକ୍ଷଣ କେନ୍ଦ୍ର ।

ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କେନ୍ଦ୍ର ଶୁଭାରମ୍ଭ:

ପାରମ୍ପରିକ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କେନ୍ଦ୍ର (ETV Bharat Odisha)

ଆୟୁର୍ବେଦିକ ଚିକିତ୍ସକ ତଥା ସଂରକ୍ଷକ ହରି ପାଙ୍ଗିଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ତେନ୍ତୁଳିଗୁଡା ଠାରେ ଗୁପ୍ତେଶ୍ଵର ଚେରମୁଳି ଔଷଧ ଓ ପାରମ୍ପରିକ ବିଜ୍ଞାନ ଗବେଷଣା କେନ୍ଦ୍ରରେ ନୂତନ ଭାବେ ଆରମ୍ଭ ହୋଇଛି ପାରମ୍ପରିକ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କେନ୍ଦ୍ର । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ,କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ବିଭାଗର ପ୍ରଫେସର ଶରତ କୁମାର ପାଳିତା ଏବଂ ଡ ଦେବବ୍ରତ ପଣ୍ଡା ସାମିଲ ହୋଇଥିଲେ ।

ହରି ପାଙ୍ଗିଙ୍କ ଅନନ୍ୟ ପ୍ରୟାସ:

ପାରମ୍ପରିକ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କେନ୍ଦ୍ର
ପାରମ୍ପରିକ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କେନ୍ଦ୍ର (ETV Bharat Odisha)

ଦେଓମାଳିର ଔଷଧୀୟ ସମ୍ପଦକୁ ପରଖୁଥିବା ଆଦିବାସୀ ଗବେଷକ ହରି ପାଙ୍ଗି ଜଳବାୟୁ ପରିବର୍ତ୍ତନ ତଥା ଜୈବ ବିବିଧତା ବିଷୟରେ କାର୍ଯ୍ୟ କରୁଛନ୍ତି । କୋରାପୁଟ ଅଞ୍ଚଳର ପାରମ୍ପରିକ ଔଷଧୀୟ ବୃକ୍ଷ ଓ ତାର ଜଳବାୟୁ ଉପରେ ପ୍ରଭାବ ସମ୍ପର୍କରେ ସଫଳତାର ସହ ଗବେଷଣା ଜାରି ରଖିଛନ୍ତି । ଗତ କିଛିଦିନ ପୂର୍ବେ ସେ ଆମେରିକାର ଓରେଗାଓଁ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ବିଶ୍ବସ୍ତରୀୟ ସମ୍ମିଳନୀରେ ଯୋଗ ଦେଇଥିଲେ । ପାରମ୍ପରିକ ବୈଦ୍ୟ ଭାବେ ତାଙ୍କ ଉପସ୍ଥାପନାରେ କୋରାପୁଟର ଦେଓମାଳୀ ପର୍ବତରେ ଭରି ରହିଥିବା ଔଷଧୀୟ ସମ୍ପଦର ବର୍ଣ୍ଣନା କରି ଅନେକ ପ୍ରଶଂସା ସାଉଁଟି ଥିଲେ । ସେ ବର୍ତ୍ତମାନ କୋରାପୁଟ ଜିଲ୍ଲାର ଔଷଧୀୟ ବୃକ୍ଷର ସନ୍ଧାନ କରି ସେଗୁଡିକର ବିହନ ସଂରକ୍ଷଣ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ଆୟୁର୍ବେଦ ଗବେଷକଙ୍କ ଉଦ୍ୟମ, ସଂରକ୍ଷଣ କଲେଣି ୩୦୦ ଔଷଧୀୟ ବୃକ୍ଷ ବିହନ

ଏହା ମଧ୍ୟ ପଢନ୍ତୁ ...ମସ୍ତିଷ୍କ ପାଇଁ ମହୌଷଧୀ ଏହି ନୀଳ ରଙ୍ଗର ଫୁଲ

ଏହା ମଧ୍ୟ ପଢନ୍ତୁ ...ପିଅନ୍ତୁ ଭେଣ୍ଡି ପାଣି : ପାଖ ପଶିବନି ବଡ଼ ରୋଗ ! - Benefits Of Ladies Finger Water

ଏକ ହଜାରରୁ ଉର୍ଦ୍ଧ୍ବ ଔଷଧୀୟ ବିହନ ସଂରକ୍ଷଣ ଲକ୍ଷ୍ୟ:

ଏକ ହଜାରରୁ ଉର୍ଦ୍ଧ୍ବ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କରିବାର ଲକ୍ଷ୍ୟ ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେମିଲିଗୁଡା ବ୍ଲକର ଡଲିଆମ୍ବରେ ପ୍ରତିଷ୍ଠା ହୋଇଥିବା ତାଙ୍କ ଗବେଷଣା କେନ୍ଦ୍ରରେ ଏ ପର୍ଯ୍ୟନ୍ତ 430 ପ୍ରକାରର ପାରମ୍ପରିକ ବିହନକୁ ସଂରକ୍ଷଣ କରିଛନ୍ତି ସେ । ଏନେଇ ପ୍ରଫେସର ଶରତ କୁମାର ପାଳିତା କହିଛନ୍ତି," ବିଶ୍ୱରେ ବିଭିନ୍ନ ଅନୁଷ୍ଠାନ ପାରମ୍ପରିକ ଔଷଧୀୟ ବୃକ୍ଷର ସୁରକ୍ଷା ଓ ପ୍ରାଚାର ପ୍ରସାର ଦିଗରେ କାର୍ଯ୍ୟ କରୁଥିବା ବେଳେ ହରି ପାଙ୍ଗି ଏହି ଉଦ୍ୟମ ଏକ ନୂତନ ଦିଗ ପ୍ରଦାନ କରିବ। "

ଇଟିଭି ଭାରତ, କୋରାପୁଟ

Last Updated : Nov 28, 2024, 8:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.