ETV Bharat / sports

ଆଇପିଏଲ 2020: ବିରାଟଙ୍କ ବାଙ୍ଗାଲୋର vs କାର୍ତ୍ତିକଙ୍କ କୋଲକାତା ମୁକାବିଲା

ଆଇପିଏଲର 28ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

author img

By

Published : Oct 12, 2020, 4:37 PM IST

Updated : Oct 12, 2020, 8:20 PM IST

IPL 2020: Resurgent RCB to face confident Kolkata
ଆଇପିଏଲ 2020: ବିରାଟଙ୍କ ବାଙ୍ଗାଲୋର vs କାର୍ତ୍ତିକଙ୍କ କୋଲକାତା ମୁକାବିଲା

ଶାରଜାହ: ଆଇପିଏଲର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଦୁଇଟ ଯାକ ନିଜର ପୂର୍ବ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଏଥିପାଇଁ ଦୁଇ ଟିମର ଖେଳାଳିଙ୍କ ମନୋବଳ ସୁଦୃଢ଼ ରହିଛି । ଆଜିର ଏହି ମ୍ୟାଚରେ ଦୁଇ ଟିମ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ।

ନିଜର ପୂର୍ବ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଭଳି ଶକ୍ତିଶାଳୀ ଦଳକୁ 37 ରନରେ ହରାଇଥିଲା ବିରାଟ ବାହିନୀ। ପ୍ରାରମ୍ଭିକ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସେତେଟା ଭଲ ପ୍ରଦର୍ଶନ କରିନଥିଲା। ତେବେ ଚେନ୍ନାଇ ବିପକ୍ଷ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜର ମୋମେଣ୍ଟମ ଫେରି ପାଇଛି । ବିଶେଷ କରି ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଫର୍ମକୁ ଫେରିଛନ୍ତି। ବିରାଟ କୋହଲିଙ୍କ 90 ରନ ଇନିଂସ ବଳରେ ବାଙ୍ଗାଲୋର 170 ରନ ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ଚେନ୍ନାଇ କେବଳ 132 ରନ ହିଁ କରି ପାରିଥିଲା।

ଆଜି ମ୍ୟାଚରେ ବାଙ୍ଗାଲୋର ପାଇଁ ଡିଭିଲିୟର୍ସ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେବେ। ବର୍ତ୍ତମାନ ସୁଦ୍ଧା ଡିଭିଲିୟର୍ସଙ୍କ ବ୍ୟାଟର ସେଭଳି ଭଲ ଇନିଂସ ଦେଖିବାକୁ ମିଳିନାହିଁ। ଏହା ଦଳ ପାଇଁ ଏକ ଚିନ୍ତାର କାରଣ ପାଲଟିଛି। ମିଡିଲ ଅର୍ଡର ବ୍ୟାଟିଂ ଲାଇନଅପରେ ଶିଭମ ଦୁବେ ଓ କ୍ରିଶ ମୋରିସ ଭଲ ପ୍ରଦର୍ଶନ କରିଛନ୍ତି। ଆରସିବି ବୋଲର ମଧ୍ୟ ଗତ ମ୍ୟାଚ ବା ଅନ୍ୟ ମ୍ୟାଚଗୁଡ଼ିକରେ ଭଲ ପ୍ରଦର୍ଶନ କରିଛନ୍ତି।

କୋଲକାତା ନାଇଟ ରାଇଡର୍ସ ଟିମ

ଅପରପକ୍ଷରେ କୋଲକାତା ନାଇଟ ରାଇଡର୍ସ ମଧ୍ୟ ଗତ ମ୍ୟାଚରେ ଭଲ ପ୍ରଦର୍ଶନ କରିଛି। କିଙ୍ଗସ ଏକାଦଶ ପଞ୍ଜାବକୁ 2 ରନରେ ପରାସ୍ତ କରିଥିଲା କୋଲକାତା ନାଇଟ ରାଇଡର୍ସ। ଏହି ମ୍ୟାଚରେ କେକେଆର ଅଧିନାୟକ ଦିନେଶ କାର୍ତ୍ତିକ ଗୁରୁତ୍ବପୂର୍ଣ୍ଣ 58 ରନ ଇଂନିଶ ଖେଳିଥିଲେ। ସେହିଭଳି ଶୁଭମନ ଗିଲ ମଧ୍ୟ 57 ରନ କରିଥିଲେ। ତେବେ ଆନ୍ଦ୍ରେ ରସେଲ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ପାରିନାହାଁନ୍ତି। କେକେଆର ବୋଲରମାନେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ସୁନିଲ ନାରିନ ଓ ବରୁଣ ଚକ୍ରବର୍ତ୍ତୀ ବର୍ତ୍ତମାନ ସୁଦ୍ଧା ବଲ ପ୍ରଦର୍ଶନ ଜାରି ରଖିଛନ୍ତି। ତେବେ ଆଜିର ମ୍ୟାଚ ଦୁହେଁ ଭୂମିକା ଗୁରୁତ୍ବ ବହନ କରିବ।

ରୟାଲ ଚ୍ୟା଼ଲେଞ୍ଜର୍ସ ବାଙ୍ଗାଲୋର ଟିମ

ବାଙ୍ଗାଲୋର ଓ କୋଲକାତା ଆଇପିଏଲରେ 24 ଥର ମୁହାଁମୁହିଁ ହୋଇଛନ୍ତି। ଏଥି ମଧ୍ୟରେ 10ଟି ମ୍ୟାଚରେ ବାଙ୍ଗାଲୋର ଜିତିଥିବା ବେଳେ କୋଲକାତା 14ଟି ମ୍ୟାଚ ଜିତିଛି। ଦୁଇଟି ଯାକ ଟିମ ନିଜର 6ଟି ମ୍ୟାଚରୁ 4ଟି ଲେଖାଏଁ ମ୍ୟାଚ ଜିତିଛନ୍ତି। ତେବେ ପଏଣ୍ଟ ତାଲିକାରେ କେକେଆର ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଉପରେ ରହିଛି। ଦେଖିବାକୁ ବାକି ରହିଲା ଆଜିର ମ୍ୟାଚରେ କିଏ ବାଜିମାତ କରୁଛି।

ସ୍କ୍ବାଡ:

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି (ଅଧିନାୟକ), ଏବି ଡି ଭିଲିୟର୍ସ, ପାର୍ଥୀବ ପଟେଲ, ଆରୋନ ଫିଞ୍ଚ, ଜସ ଫିଲିପ, କ୍ରିଶ ମୋରିସ, ମୋଇନ ଅଲ୍ଲୀ, ମହମ୍ମଦ ସିରାଜ, ସାବାଜ ଅହମ୍ମଦ, ଦେବଦତ୍ତ ପାଦିକ୍କଲ, ୟୁଜବେନ୍ଦ୍ର ଚହଲ, ନବଦୀପ ସାଇନି, ଡେଲ ଷ୍ଟେନ, ପବନ ନେଗୀ, ଇସୁରୁ ଉଦାନା, ଶିଭମ ଦୁବେ, ଉମେଶ ଯାଦବ, ଗୁରକିରତ ସିଂ ମନ, ୱାଶିଂଟନ ସୁନ୍ଦର, ପବନ ଦେଶପାଣ୍ଡେ, ଆଡାମ ଜାମ୍ପା

କୋଲାକାତା ନାଇଟ ରାଇଡର୍ସ : ଦିନେଶ କାର୍ତ୍ତିକ(ଅଧିନାୟକ), ଇଆନ ମୋର୍ଗାନ, ଶୁଭମନ ଗିଲ, ଟମ ବାଣ୍ଟନ, ସୁନିଲ ନାରିନ, ଆନ୍ଦ୍ରେ ରସେଲ, ନୀତିଶ ରାଣା, ରାହୁଲ ତ୍ରିପାଠୀ, କୁଲଦୀପ ଯାଦବ, ପ୍ୟାଟ କମିନ୍ସ , ପ୍ରସିଦ୍ଧ କ୍ରୀଷ୍ଣା, ଲକି ଫର୍ଗୁସନ, ରିଙ୍କୁ ସିଂ, କମଲେଶ ନାଗରକୋଟି, ଶିଭମ ମାଭି, ନିଖିଲ ନାଏକ, କ୍ରିଶ ଗ୍ରୀନ, ଏମ ସିଦ୍ଧାର୍ଥ, ସନ୍ଦୀପ ୱାରିଅର, ବରୁଣ ଚକ୍ରବର୍ତ୍ତୀ ଓ ସିଦ୍ଧେଶ ଲାଡ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 12, 2020, 8:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.