ଆବୁଧାବି: ଓପନର ନୀତିଶ ରାଣା ଓ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଦମଦାର ପ୍ରଦର୍ଶନ ବଳରେ 59 ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଲା କୋଲକାତା ନାଇଟ ରାଇଡର୍ସ । ଶନିବାର ଶୈଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ କେକେଆରର ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ମିଳିଛି ।
ସ୍ପିନର ବରୁଣ ଚକ୍ରବର୍ତ୍ତୀ ଘାତକ ବୋଲିଂ ସହ 5 ୱିକେଟ ଦଖଲ କରି ଦିଲ୍ଲୀର ଶକ୍ତିଶାଳୀ ବ୍ୟାଟିଂ ଲାଇନଅପକୁ ଧରାଶାୟୀ କରିଥିଲେ । ଅନ୍ୟପଟେ ରାଣା 81 ରନର ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ ।
ସୁନୀଲ ନାରିନ ଓ ନୀତିଶ ରାଣାଙ୍କ ମଧ୍ୟରେ 4ର୍ଥ ୱିକେଟ ଯୋଡିରେ 115 ରନର ଉପଯୋଗୀ ପାର୍ଟନରସିପ ହୋଇଥିଲା । ଫଳରେ ଖରାପ ଆମ୍ଭ ସତ୍ତ୍ବେ ନିର୍ଧାରିତ 20 ଓଭରରେ କୋଲକାତା 6 ୱିକେଟ ହରାଇ 194 ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା ।
-
Innings Break!
— IndianPremierLeague (@IPL) October 24, 2020 " class="align-text-top noRightClick twitterSection" data="
Half-centuries by Nitish Rana and Sunil Narine, guide #KKR to a formidable total of 194/6 on the board.
Will #DelhiCapitals chase this down? Stay tuned.#Dream11IPL pic.twitter.com/xO2vVKWwlf
">Innings Break!
— IndianPremierLeague (@IPL) October 24, 2020
Half-centuries by Nitish Rana and Sunil Narine, guide #KKR to a formidable total of 194/6 on the board.
Will #DelhiCapitals chase this down? Stay tuned.#Dream11IPL pic.twitter.com/xO2vVKWwlfInnings Break!
— IndianPremierLeague (@IPL) October 24, 2020
Half-centuries by Nitish Rana and Sunil Narine, guide #KKR to a formidable total of 194/6 on the board.
Will #DelhiCapitals chase this down? Stay tuned.#Dream11IPL pic.twitter.com/xO2vVKWwlf
ମାତ୍ର ଦିଲ୍ଲୀ କ୍ୟାପିଟାଲ୍ସ ଜବାବରେ ମାତ୍ର 135 ରନ କରିପାରିଥିଲା । କ୍ୟାପଟେନ ଶ୍ରେୟସ ଆୟର 38ବଲରୁ 5 ଚୌକା ସହାୟତାରେ ସର୍ବାଧିକ 47 ରନର ଇଂନିସ ଖେଳିଥିଲେ । ଋଷଭ ପନ୍ତ 27 ଓ ସିମ୍ରନ ହେଟମେୟର 10 ରନ କରି ପାଭିଲିୟନ ଫେରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ