ETV Bharat / sports

ଆଇପିଏଲ ସମର: ଆଜି ଶାରଜାହରେ ରାଜସ୍ଥାନ-ପଞ୍ଜାବ ମୁହାଁମୁହିଁ

author img

By

Published : Sep 27, 2020, 12:53 PM IST

Updated : Sep 27, 2020, 6:05 PM IST

ଆଜି ଶାରଜାହ ଠାରେ ଖେଳାଯିବ ଚଳିତ ସଂସ୍କରଣ 9ମ ମ୍ୟାଚ । ଏହି ମ୍ୟାଚରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ଭେଟିବ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ବିଜୟ ଧାରା ଜାରି ରଖିବାକୁ ଚାହିଁବେ ।

ଆଇପିଏଲ 2020: ଆଜି ଶାରଜାହରେ  ରାଜସ୍ଥାନ-ପଞ୍ଜାବ ମୁହାଁମୁହିଁ

ଶାରଜାହ: ଆଇପିଏଲର 9ମ ମ୍ୟାଚରେ ରାଜସ୍ଥାନ- ପଞ୍ଜାବ ମୁକାବିଲା । ଆଜିର ଏହି ମ୍ୟାଚ ଭାରତୀୟ ସମୟାନୁସାରେ ସନ୍ଧ୍ୟା 7.30ରେ ଶାରଜାହ ଷ୍ଟାଡିୟମରେ ଖେଳାଯିବ । ଚଳିତ ସଂସ୍କରଣରେ ପଞ୍ଜାବର ଏହା 3ୟ ମ୍ୟାଚ ହୋଇଥିବାବେଳେ ରାଜସ୍ଥାନ ରୟାଲ୍ସର ଏହା 2ୟ ମ୍ୟାଚ । ଉଭୟ ଦଳ ନିଜର ପୂର୍ବ ମ୍ୟାଚରେ ବିଜୟ ହାସଲ କରିଛନ୍ତି ।

ଆଇପିଏଲ ସମର

କିଙ୍ଗ୍ସ ଏକାଦଶ ପଞ୍ଜାବ ପୂର୍ବ ମ୍ୟାଚରେ ଆରସିବି ବିପକ୍ଷରେ ବିଶାଳ ବିଜୟ ହାସଲ କରିଥିଲା । ଦଳର ଅଧିନାୟକ କେଏଲ ରାହୁଲ 132*ରନର ପାଳି ଖେଳି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ତେବେ ଆତ୍ମବିଶ୍ବାସରେ ଭରପୂର ପଞ୍ଜାବ ଦଳ କେବଳ ମଧ୍ୟକ୍ରମ ବ୍ୟାଟିଂକୁ ନେଇ ଚିନ୍ତାରେ ରହିବ । କାରଣ ଏଯାଏଁ ପୁରନ ଓ ମ୍ୟାକ୍ସଓ୍ବେଲଙ୍କ ବ୍ୟାଟିଂ ଯାଦୁ ଦେଖିବାକୁ ମିଳି ନାହିଁ । ପଞ୍ଜାବ ବୋଲିଂ ବିଭାଗରେ ମହମ୍ମଦ ସାମି ପୂର୍ବ 2ଟି ମ୍ୟାଚରେ କମାଲ କରିଛନ୍ତି । ସେହିପରି ଶେଲଡନ କଟ୍ରେଲ ବି ଭଲ ପ୍ରଦର୍ଶନ କରିଛନ୍ତି । ଯୁବ ଖେଳାଳି ରବି ବିଷ୍ଣୋଇ ନିଜର ପୂର୍ବ ମ୍ୟାଚରେ ନିଜର ଛାପ ଛାଡିଛନ୍ତି । ତାଙ୍କ ସାଥ ମୁରୁଗାନ ଅଶ୍ବିନ ବେଶ ଭଲ ଭାବରେ ଦେଇଛନ୍ତି । ଦେଖିବାକୁ ବାକି ରହିଲା ଏହି 2 ସ୍ପିନର ରାଜସ୍ଥାନ ବିପକ୍ଷରେ କିପରି ପ୍ରଦର୍ଶନ କରୁଛନ୍ତି ।

ipl-2020-rajasthan-royals-vs-kings-xi-punjab-9th-match-preview
ହେଡ ଟୁ ହେଡ ମ୍ୟାଚ

ପଏଣ୍ଟ ଟେବୁଲ

ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ପୂର୍ବ ମ୍ୟାଚରେ 3ଥରର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗ୍ସକୁ ମାତ୍‌ ଦେଇଛି । ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମସନ ଓ ଷ୍ଟିଭ ସ୍ମିଥ ଉଭୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ମାତ୍ର ଏହି 2 ଖେଳାଳିଙ୍କୁ ଛାଡିଦେଲେ ଯୁବ ଖେଳାଳି ଯଶ୍ବସୀ, ଅନୁଭବୀ ପ୍ଲେୟାର ରବିନ ଉତ୍ଥପା, ଡେଭିଡ ମିଲର କେହି ବି ଭଲ ପ୍ରଦର୍ଶନ କରି ନାହାଁନ୍ତି । ଆଜିର ମ୍ୟାଚରେ ରାଜସ୍ଥାନର ବ୍ୟାଟ୍ସମ୍ୟାନଙ୍କୁ ପଞ୍ଜାବର ଧୁରନ୍ଧର ବୋଲରଙ୍କ ପ୍ରତି ସତର୍କ ରହିବାକୁ ପଡିବ । ବୋଲିଂ ବିଭାଗକୁ ଦେଖିଲେ ରାହୁଲ ତେୱାଟିଆ 3ଟି ଓ୍ବିକେଟ ନେଇଥିଲେ ସତ କିନ୍ତୁ 4 ଓଭରରେ 37ରନ ଦେଇଥିଲେ । ଜୟଦେବ, ଟମ କୁରାନ,ଶ୍ରେୟାସ ଗୋପାଳ ବି ବିପକ୍ଷ ଦଳକୁ ୍ଧିକ ରନ ଦେଇଥିଲେ ।

ତେବେ ଉଭୟ ଦଳ ମଧ୍ୟରେ 19ଟି ହେଡ ଟୁ ଡେଡ ମ୍ୟାଚ ଖେଳାଯାଇଛି । ରାଜସ୍ଥାନ 10ଟି ଓ ପଞ୍ଜାବ 9ଟି ମ୍ୟାଚରେ ବାଜିମାତ୍‌ ମାରିଛି ।

Last Updated : Sep 27, 2020, 6:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.