ETV Bharat / sports

ଆଇପିଏଲ ସମର: ରୟାଲ୍ସର ରନ ବର୍ଷାରେ ରୋକ ଲଗାଇବାକୁ ତୟାର କେକେଆର

author img

By

Published : Sep 30, 2020, 4:06 PM IST

Updated : Sep 30, 2020, 5:51 PM IST

ଆଜି ଆଇପିଏଲର ଦ୍ବାଦଶ ମ୍ୟାଚ । ରାଜସ୍ଥାନ ରୟାଲ୍ସ ଓ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ହେବ ଲଢେଇ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।

ଆଇପିଏଲ ସମର: ରୟାଲ୍ସର ରନ ବର୍ଷା ଉପରେ ରୋକ ଲଗାଇବାକୁ ତୟାର କେକେଆର

ଦୁବାଇ: ମଙ୍ଗଳବାରର ମହା ଲଢେଇ ପରେ ଆଜି ଆଇପିଏଲର ଦ୍ବାଦଶ ମ୍ୟାଚ । ରୟାଲ୍ସ ଓ ନାଇଟ ରାଇଡର୍ସ ମଧ୍ୟରେ ହେବ ଲଢେଇ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।

ଆଇପିଏଲ ସମର: ରୟାଲ୍ସର ରନ ବର୍ଷାରେ ରୋକ ଲଗାଇବାକୁ ତୟାର କେକେଆର

ଆଜି ଆଇପିଏଲର ଦ୍ବାଦଶ ମ୍ୟାଚ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସାମ୍ନା ସାମ୍ନି ହେବେ ରାଜସ୍ଥାନ ରୟାଲ୍ସ ଓ କୋଲକତା ନାଇଟ ରାଇଡର୍ସ । ତେବେ ଆଜି ପ୍ରଥମ କରି ଏହି ପିଚରେ ମ୍ୟାଚ ଖେଳିବେ ଦୁଇ ଦଳ । ପିଚର ରେକର୍ଡ କହୁଛି ଏଟାରେ ମୋଟ 5ଟି ମ୍ୟାଚ ଖେଳ ସରିଛି । ଯେଉଁଠି ପ୍ରଥମ ବ୍ୟାଟିଂ କରିଥିବା ଦଳ ହିଁ ବିଜୟ ହାସଲ କରିଛି । ତେଣୁ ଆଜି ମ୍ୟାଚରେ ଟସ ହିଁ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିବ । ତେବେ ଯଦି ରାଜସ୍ଥାନ ଦଳ କଥା କହିବା, ଦଳ ନିଜର ଶେଷ ଦୁଇଟି ହାଇ ସ୍କୋରିଂ ମ୍ୟାଚରେ ବିଜୟ ପାଇ ଆତ୍ମବିଶ୍ବାସରେ ଭରପୁର ରହିଛି । ସେହପରି ଶେଷ ମ୍ୟାଚରେ ହାଇଦ୍ରାଦ ବିପକ୍ଷରେ ଶାନଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ କୋଲକତା ଯୁବ ବ୍ୟାଟ୍ସମ୍ୟାନ ।

ତେବେ ଯଦି ପଏଣ୍ଟ ତାଲିକା ଉପରେ ନଜର ପକାଇବା, ଦିଲ୍ଲୀର ପରାଜୟ ପରେ ପଏଣ୍ଟ ତାଲିକର ଟପରେ ଏବେ ରାଜସ୍ଥାନ ରୟାଲ୍ସ । ସେହିପରି ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳ ଦଳ ଚେନ୍ନାଇ ଏବେ ତାଲିକାର ଶେଷ ସ୍ଥାନରେ । ସେହିପରି ଦୁଇଟି ବିଜୟ ସହ ତାଲିଖରା ମଝିରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । 7ମ ସ୍ଥାନରେ ରହିଛି ଆଜି ମ୍ୟାଚ ପାଇଁ ମୈଦାନକୁ ଓହ୍ଲାଇବାକୁ ଥିବା କୋଲକାତା ନାଇଟ ରାଇଡର୍ସ ।

ତେବେ କିଏ ସାଜିବ ଆଜି ମ୍ୟାଚରେ ଗେମ ଚେଞ୍ଜର । ଦୁଇ ଦଳ ପାଖରେ ଭରପୁର ରହିଛନ୍ତି ଷ୍ଟାର ଖେଳାଳି । ତେବେ ଦେଖିବାକୁ ବାକି ରହିଲା, ଆଜି ମ୍ୟାଚରେ ହ୍ୟାଟ୍ରିକ ବିଜୟ ଯୋଡିଛି ରୟାଲ୍ସ ନା ପଲଟ ବାର କରୁଛି କୋଲକତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 30, 2020, 5:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.