ଦୁବାଇ: ସୁପରସନଡେର ଡବଲ ହେଡର ମ୍ୟାଚ ବେଶ୍ ରୋମାଞ୍ଚକର ରହିଥିଲା । ରବିବାରର 2ଟି ମ୍ୟାଚର ଫଳ ସୁପରଓଭରରେ ହିଁ ସାମ୍ନାକୁ ଆସିଥିଲା । ବିଶେଷ କରି ଡବଲ ହେଡରର 2ୟ ମ୍ୟାଚ ମୁମ୍ବାଇ ବନାମ ପଞ୍ଜାବ ବେଶ୍ ରୋମାଞ୍ଚକର ରହିଥିଲା । ଲିଗ୍ର ଏହି 36ତମ ମ୍ୟାଚରେ ଡବଲ ସୁପରଓଭର ଦେଖିବାକୁ ମିଳିଥିଲା । ଏହି ସୁପରଓଭରରେ ମୁମ୍ବାଇକୁ ମାତ୍ ଦେଇ ଲିଗ୍ର 3ୟ ବିଜୟ ହାସଲ କରିଛି ପଞ୍ଜାବ । ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ପଞ୍ଜାବର ଅଧିନାୟକ କେଏଲ ରାହୁଲ ।
-
What a victory for @lionsdenkxip. They win on second Super Over.#Dream11IPL pic.twitter.com/rT9WpB8gi4
— IndianPremierLeague (@IPL) October 18, 2020 " class="align-text-top noRightClick twitterSection" data="
">What a victory for @lionsdenkxip. They win on second Super Over.#Dream11IPL pic.twitter.com/rT9WpB8gi4
— IndianPremierLeague (@IPL) October 18, 2020What a victory for @lionsdenkxip. They win on second Super Over.#Dream11IPL pic.twitter.com/rT9WpB8gi4
— IndianPremierLeague (@IPL) October 18, 2020
ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ 176ରନ୍ ସଂଗ୍ରହ କରିଥିଲା । ପଞ୍ଜାବ ବି ନିର୍ଦ୍ଧାରିତ ଓଭରରେ 6 ଓ୍ବିକେଟ ହରାଇ176ରନ ସଂଗ୍ରହ କରିଥିଲା । ଫଳରେ ମ୍ୟାଚ ଡ୍ର ହୋଇ ସୁପରଓଭରରେ ପହଞ୍ଚିଥିଲା । ପ୍ରଥମ ସୁପରଓଭରରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି 5ରନ୍ କରିଥିଲା । ମୁମ୍ବାଇ ବି ସୁପରଓଭରରେ 5ରନ୍ କରି ମ୍ୟାଚକୁ ଆଉ ଗୋଟିଏ ସୁପରଓଭରରେ ପହଞ୍ଚାଇଥିଲା ।
-
LET'S BEGIN THAT TREK UP THE TABLE, BOYS! 🔥#SaddaPunjab #IPL2020 #KXIP #MIvKXIP pic.twitter.com/aBtLfX0Nc6
— Kings XI Punjab (@lionsdenkxip) October 18, 2020 " class="align-text-top noRightClick twitterSection" data="
">LET'S BEGIN THAT TREK UP THE TABLE, BOYS! 🔥#SaddaPunjab #IPL2020 #KXIP #MIvKXIP pic.twitter.com/aBtLfX0Nc6
— Kings XI Punjab (@lionsdenkxip) October 18, 2020LET'S BEGIN THAT TREK UP THE TABLE, BOYS! 🔥#SaddaPunjab #IPL2020 #KXIP #MIvKXIP pic.twitter.com/aBtLfX0Nc6
— Kings XI Punjab (@lionsdenkxip) October 18, 2020
ଏହି 2ୟ ସୁପରଓଭରରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି 11ରନ୍ କରିଥିଲା । ପଞ୍ଜାବ 4ଟି ବଲ୍ରେ 12ରନ୍ ସଂଗ୍ରହ କରି ମ୍ୟାଚକୁ ନିଜ ନାଁରେ କରିଥିଲା । ଆଇପିଏଲରେ ଏହା ପ୍ରଥମ 2ଟି ସୁପରଓଭର ପରେ ବିଜେତା ମିଳିବା । ତେବେ ପଞ୍ଜାବର ଏହି ବିଜୟ ପରେ ପଏଣ୍ଟ ତାଲିକାର 6ଷ୍ଠ ସ୍ଥାନକୁ ଉଠିଛି ଦଳ ।
-
Match 36 - @klrahul11 is adjudged Man of the Match for his match-winning knock of 77 off 51 deliveries.#Dream11IPL pic.twitter.com/Ctjf4g8GqO
— IndianPremierLeague (@IPL) October 18, 2020 " class="align-text-top noRightClick twitterSection" data="
">Match 36 - @klrahul11 is adjudged Man of the Match for his match-winning knock of 77 off 51 deliveries.#Dream11IPL pic.twitter.com/Ctjf4g8GqO
— IndianPremierLeague (@IPL) October 18, 2020Match 36 - @klrahul11 is adjudged Man of the Match for his match-winning knock of 77 off 51 deliveries.#Dream11IPL pic.twitter.com/Ctjf4g8GqO
— IndianPremierLeague (@IPL) October 18, 2020
-
WON FAMILY! ♥️#SaddaPunjab #IPL2020 #KXIP #MIvKXIP pic.twitter.com/oQe6bYpzUB
— Kings XI Punjab (@lionsdenkxip) October 18, 2020 " class="align-text-top noRightClick twitterSection" data="
">WON FAMILY! ♥️#SaddaPunjab #IPL2020 #KXIP #MIvKXIP pic.twitter.com/oQe6bYpzUB
— Kings XI Punjab (@lionsdenkxip) October 18, 2020WON FAMILY! ♥️#SaddaPunjab #IPL2020 #KXIP #MIvKXIP pic.twitter.com/oQe6bYpzUB
— Kings XI Punjab (@lionsdenkxip) October 18, 2020
ପଞ୍ଜାବ ପକ୍ଷରୁ ଅଧିନାୟକ କେଏଲ ରାହୁଲ ସର୍ବାଧିକ 77ରନ୍ (51ବଲ୍)ର ପାଳି ଖେଳିଛନ୍ତି । ଏହି ଦମଦାର ଇଂନିସରେ 7ଟି ଚୌକା ଓ 3ଟି ଛକା ସାମିଲ ରହିଛି । ରାହୁଲଙ୍କ ବ୍ୟତୀତ କ୍ରିସ ଗେଲ 24, ନିକୋଲାସ ପୁରୋନ 24, ମୟଙ୍କ ଅଗ୍ରୱାଲ 11, ଦୀପକ ହୁଡ୍ଡା 23*, କ୍ରିସ ଜୋର୍ଡାନ 13* ରନ୍ ସଂଗ୍ରହ କରିଥିଲେ ।
ମୁମ୍ବାଇ ପକ୍ଷରୁ ବୁମରା 3 ଓ ଚହର 2ଟି ଓ୍ବିକେଟ ହାତେଇଥିଲେ ।
36ତମ ମ୍ୟାଚରେ ପଞ୍ଜାବ ବିପକ୍ଷରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ରୋହିତଙ୍କ ଟିମ ନିର୍ଦ୍ଧାରିତ ଓଭରରେ 6 ଓ୍ବିକେଟ ହରାଇ 176ରନ୍ ହାସଲ କରିଛି । ତେବେ ଦଳ ପକ୍ଷରୁ ଡି କକଙ୍କ ସର୍ବାଧିକ 53ରନ୍ର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।
ମୁମ୍ବାଇ ପକ୍ଷରୁ କ୍ରୁଣାଳ ପାଣ୍ଡ୍ୟା 34, ପୋଲାର୍ଡ 34*, କୁଲଟର-ନାଇଲ 24*, ରୋହିତ 9, ଇଶାନ କିଶନ 7, ହାର୍ଦ୍ଦିକ ପାଣ୍ଡ୍ୟା 8ରନ୍ ସଂଗ୍ରହ କରିଥିଲେ ।
ତେବେ ପଞ୍ଜାବ ପକ୍ଷରୁ ସାମି ଓ ଆର୍ଶଦୀପ 2ଟି ଲେଖାଏଁ ଓ୍ବିକେଟ ହାତେଇଥିବାବେଳେ କ୍ରିସ ଜୋର୍ଡାନ ଓ ରବି ବିଷ୍ନୋଇ ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଥିଲେ ।