ETV Bharat / sports

ଆଇପିଏଲ-13: ଉଦ୍‌ଘାଟନୀ ମ୍ୟାଚରେ ମୁମ୍ବାଇ-ଚେନ୍ନାଇ ଲଢେଇ

author img

By

Published : Sep 19, 2020, 8:16 AM IST

Updated : Sep 19, 2020, 2:22 PM IST

ସରିଲା କାଉଣ୍ଟଡାଉନ, ବାଜିବ ବିଗୁଲ୍‌ । ଆଜିଠୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଆଇପିଏଲ ସମର । ତେବେ ଆଜିର ଉଦ୍‌ଘାଟନୀ ମ୍ୟାଚ୍‌ ଗତ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ଉପବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବ ।

ଆଇପିଏଲ-13: ଉଦ୍‌ଘାଟନୀ ମ୍ୟାଚରେ ମୁମ୍ବାଇ -ଚେନ୍ନାଇ ଲଢେଇ

ଆବୁଧାବି: ସରିଲା କାଉଣ୍ଟଡାଉନ, ବାଜିବ ବିଗୁଲ୍‌ । ଆଜିଠୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଆଇପିଏଲ ସମର । ତେବେ ଆଜିର ଉଦ୍‌ଘାଟନୀ ମ୍ୟାଚ ଗତ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ଉପବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବ । କୋରୋନା ମହାମାରୀ କାରଣରୁ ଚଳିତବର୍ଷର ସଂସ୍କରଣ ୟୁଏଇରେ ଖେଳାଯାଉଛି । ମ୍ୟାଚ ଭାରତୀୟ ସମୟ ଅନୁସାରେ ସଂନ୍ଧ୍ୟା 7ଟା 30ରେ ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯିବ ।

ନିଶ୍ଚିତ ଭାବେ ଉଭୟ ଦଳ ବିଜୟରୁ ସିଜନ ଆରମ୍ଭ କରିବାକୁ ଚାହିଁବେ । ଫଳରେ ମ୍ୟାଚଟି ବେଶ ରୋମାଞ୍ଚକ ରହିବ । ଖାସ କରି ଦୀର୍ଘଦିନର ଅପେକ୍ଷା ପରେ ମହେନ୍ଦ୍ର ସିଂ ଧୋନିଙ୍କୁ କ୍ରିକେଟ ଗ୍ରାଉଣ୍ଡରେ ଦେଖିବାକୁ ମିଳିବ । ଯାହାକୁ ନେଇ ଫ୍ୟାନ୍ସ ଓ କ୍ରିକେଟରଙ୍କ ମନରେ ବେଶ ଉତ୍କଣ୍ଠା ରହିଛି ।

ଅନ୍ୟପଟେ କୋଭିଡ କଟକଣା ଯୋଗୁଁ ଷ୍ଟାଡିୟମରେ ଫ୍ୟାନ୍ସଙ୍କୁ ମନା । ଖାଲି ଷ୍ଟାଡିୟମରେ ଜୈବ ସୁରକ୍ଷିତ ପରିବେଶରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ସୁରେଶ ରାଇନା ଓ ହରଭଜନ ସିଂ ବ୍ୟକ୍ତିଗତ କାରଣରୁ ଚଳିତବର୍ଷ ଆଇପିଏଲରୁ ଓହରିଛନ୍ତି । ତେବେ ମାହିଙ୍କୁ ଏହି 2 ମୁଖ୍ୟ ଖେଳାଳି ବିନା କିପରି ଟିମରୁ ଆଗକୁ ନେଉଛନ୍ତି ଦେଖିବାକୁ ରହିଲା ।

ଏପଟେ ମୁମ୍ବାଇ କ୍ରିସ ଲିନଙ୍କ ପରି ଦମଦାର ବ୍ୟାଟ୍ସମ୍ୟାନ ଟିମରେ ରହିଛନ୍ତି । ଅଧିନାୟକ ରୋହିତ ଶର୍ମା ଓ ଦ.ଆଫ୍ରିକାର ଓ୍ବିକେଟକିପର କ୍ବିଣ୍ଟନ ଡି କକ୍‌ ଓପନୋର ଭାବେ ଗ୍ରାଉଣ୍ଡକୁ ଓହ୍ଲାଇବେ , ବିପକ୍ଷ ଦଳକୁ ଏହି ଯୋଡିର ସାମ୍ନା କରିବାକୁ ପଡିବ । ରେକର୍ଡକୁ ଦେଖିଲେ ଏହି ଯୋଡି ସିଜନର 15ମ୍ୟାଚରେ 565ରନ ସଂଗ୍ରହ କରିଥିଲେ । ରୋହିତ ବ୍ୟକ୍ତିଗତ ଭାବେ 405ରନ କରିଥିବାବେଳେ 529ରନ ଡି କକ୍‌ କରିଥିଲେ । ପୁଣି ଏହି ଯୋଡିଙ୍କ ସାନଦାର ଇଂନିସ ଦେଖିବାକୁ ମିଳିପାରେ । ମଲିଙ୍ଗା ଚଳିତବର୍ଷ ଆଇପିଏଲରୁ ଓହରିଯାଇଛନ୍ତି ।

ତେବେ ୟୁଏଇର ପିଚକୁ ଦେଖିବାକୁ ଗଲେ ପିଚ ଧୀମା ରହିଛି ଓ ଏହା ସ୍ପିନରଙ୍କୁ ବେଶ ସୁହାଇବ । ତେବେ ପିଚକୁ ଦେଖିଲେ ଉଭୟ ଦଳ ମଧ୍ୟରେ ଚେନ୍ନାଇକୁ ବେଶ ଲାଭ ମିଳିବ । କାରଣ ମୁମ୍ବାଇ ପାଖରେ କୌଣସି ଅନୁଭବୀ ସ୍ପିନର ଖେଳାଳି ନାହାଁନ୍ତି । ଆଇପିଏଲ ଯାତ୍ରାର ସମସ୍ତ ରେକର୍ଡକୁ ଦେଖିଲେ ଉଭୟ ଟିମ ମୋଟ 20ଟି ମ୍ୟାଚ ଖେଳିଛନ୍ତି । 18ଥର ମୁମ୍ବାଇ ବିଜୟ ହାସଲ କରିଥିବାବେଳେ 12ଥର ସିଏସକେ ବାଜିମାତ୍‌ ମାରିଛି ।

Last Updated : Sep 19, 2020, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.