ETV Bharat / sports

ସାମ୍ନାରେ ମୁମ୍ବାଇ, ପ୍ଲେ-ଅଫ୍ ପାଇଁ ହାଇଦ୍ରାବାଦ ପାଖରେ ଶେଷ ସୁଯୋଗ - ସନରାଇଜର୍ସ ହାଇଦ୍ରାବାଦ vs ମୁମ୍ବାଇ ଇଣ୍ଡିଆନ୍ସ ସ୍କ୍ବାଡ ଅପଡେଟ

ଆଇପିଏଲ 2020ର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଶାରଜାହ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଅଧିକ ପଢନ୍ତୁ...

IPL 2020: Mumbai, Hyderabad in last ditch effort to qualify
ସାମ୍ନାରେ ମୁମ୍ବାଇ, ପ୍ଲେ-ଅଫ୍ ପାଇଁ ହାଇଦ୍ରାବାଦ ପାଖରେ ଶେଷ ସୁଯୋଗ
author img

By

Published : Nov 3, 2020, 6:42 PM IST

Updated : Nov 3, 2020, 7:27 PM IST

ଶାରଜାହ: ଆଇପିଏଲ 2020ର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଶାରଜାହ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । 12 ପଏଣ୍ଟ ସହ ପଏଣ୍ଟ ଟେବୁଲର 5ମ ସ୍ଥାନରେ ରହିଛି ଡେଭିଡ ୱାର୍ଣ୍ଣରଙ୍କ ହାଇଦ୍ରାବାଦ । ତେବେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ପ୍ଲେ-ଅଫ ଟିକେଟ ହାସଲ କରିବା ଲକ୍ଷ୍ୟରେ ରହିଛି ହାଇଦ୍ରାବାଦ ।

ଆଇପିଏଲ ସମର

ପୂର୍ବରୁ 18 ପଏଣ୍ଟ ସହ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ, ପ୍ରଥମରୁ ପ୍ଲେ-ଅଫରେ ସ୍ଥାନ ପକ୍କା କରିସାରିଛି । ଦିଲ୍ଲୀ ଓ ବାଙ୍ଗାଲୋର ବିପକ୍ଷରେ ହାଇଦ୍ରାବାଦ ଖେଳିଥବା ଶେଷ ଦୁଇଟି ମ୍ୟାଚରେ ବିଜୟୀ ହୋଇ ଦୃଢଆତ୍ମବିଶ୍ବାସରେ ରହିଛି । ମାତ୍ର ମଙ୍ଗଳବାର ଅରେଞ୍ଜ ଆର୍ମୀ ସାମ୍ନାରେ ଶକ୍ତିଶାଳୀ ପ୍ରତିପକ୍ଷ ରହିଛି ।

IPL 2020: Mumbai, Hyderabad in last ditch effort to qualify
ମୁମ୍ବାଇ ଇଣ୍ଡିଆନ୍ସ

ଡେଭିଡ ୱାର୍ଣ୍ଣର, ରିଦ୍ଧିମାନ ଶାହା, ମନିଷ ପାଣ୍ଡେ, କେନ ୱିଲିୟମସନଙ୍କୁ ନେଇ ଟିମ ହାଇଦ୍ରାବାଦ ପାଖରେ ରହିଛି ମଝବୁତ ବ୍ୟାଟିଂ ଲାଇନଅପ । ମଧ୍ୟକ୍ରମରେ ଅଲରାଉଣ୍ଡର ଜେସନ ହୋଲ୍ଡର ମଧ୍ୟ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି । ବୋଲିଂ ବିଭାଗ ପୁନର୍ବାର ସନ୍ଦୀପ ଶର୍ମା, ଟି.ନଟରାଜନ ଓ ସ୍ପିନର ରସିଦ ଖାନଙ୍କ ଉପର ନିର୍ଭର କରିବ ।

ସନରାଇଜର୍ସ ହାଇଦ୍ରାବାଦ

ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସର ନିୟମିତ କ୍ୟାପଟେନ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଅଲରାଉଣ୍ଡର କିରଣ ପୋଲାର୍ଡ ଟିମ ପାଇଁ ସଫଳ ସାବ୍ୟସ୍ତ ହୋଇଛନ୍ତି । ଯୁବ ଖେଳାଳି ଇଶାନ କିଶନ, କ୍ବିଣ୍ଟନ ଡିକକ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁଣାଳ ପାଣ୍ଡ୍ୟାଙ୍କୁ ନେଇ ଶକ୍ତିଶାଳୀ ବ୍ୟାଟିଂ ବିଭାଗ ରହିଛି । ବୋଲିଂରେ ମଧ୍ୟ ଟ୍ରେଣ୍ଟ ବୋଲ୍ଟ ଓ ଜଶପ୍ରୀତଙ୍କ ପରି ଘାତକ ବୋଲର ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 3, 2020, 7:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.