ETV Bharat / sports

ଆଇପିଏଲ 2020: ମୟଙ୍କ-ରାହୁଲଙ୍କ ମଧ୍ୟରେ ଦ୍ବିତୀୟ ସର୍ବାଧିକ ଓପନିଂ ପାର୍ଟନରସିପ

author img

By

Published : Sep 27, 2020, 10:42 PM IST

ପଞ୍ଜାବର ଦୁଇ ଓପନର କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ ଆଇପିଏଲ ଇତିହାସରେ ଦ୍ବିତୀୟ ସର୍ବାଧିକ ପାର୍ଟନରସିପ କରିଛନ୍ତି । ଉଭୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ 183 ରନର ରେକର୍ଡ ପାର୍ଟନରସିପ ହୋଇଛି ।

IPL 2020: Mayank, Rahul register 2nd highest opening partnership in tournament
ଆଇପିଏଲ 2020: ମୟଙ୍କ-ରାହୁଲଙ୍କ ମଧ୍ୟରେ ଦ୍ବିତୀୟ ସର୍ବାଧିକ ଓପନିଂ ପାର୍ଟନରସିପ

ଶାରଜାହ: ଆଇପିଏଲର 9ମ ମ୍ୟାଚ କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ମ୍ୟାଚରେ ପଞ୍ଜାବର ଦୁଇ ଓପନର କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ ଆଇପିଏଲ ଇତିହାସରେ ଦ୍ବିତୀୟ ସର୍ବାଧିକ ପାର୍ଟନରସିପ କରିଛନ୍ତି । ଉଭୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ 183 ରନର ରେକର୍ଡ ପାର୍ଟନରସିପ ହୋଇଛି । ଏହା କିଙ୍ଗ୍ସ ଇଲେଭେନ ପଞ୍ଜାବ ପାଇଁ ସର୍ବାଧିକ ଓପନିଂ ପାର୍ଟନରସିପ ମଧ୍ୟ ହୋଇଛି ।

IPL 2020: Mayank, Rahul register 2nd highest opening partnership in tournament
କେଏଲ ରାହୁଲ - ମୟଙ୍କ ଅଗ୍ରୱାଲ

ମୟଙ୍କ ଅଗ୍ରୱାଲ 45 ବଲରୁ ନିଜର ଶତକ ପୂରଣ କରିଛନ୍ତି । ମୟଙ୍କ 50 ବଲରୁ 10 ଚୌକା ଓ 7 ଛକା ସହାୟତାରେ 106 ରନର ଦମଦାର ଶତକୀୟ ଇଂନିସ ଖେଳିଛନ୍ତି। ଏହା ଚଳିତ ଆଇପିଏଲର ଦ୍ବିତୀୟ ଶତକ । ଏଥିସହିତ ଚଳିତ ସଂସ୍କରଣରେ ଦ୍ବିତୀୟ କିଙ୍ଗ୍ସ ଇଲେଭେନ ବ୍ୟାଟ୍ସମ୍ୟାନ ଭାବେ ଶତକୀୟ ଇଂନିସ ଖେଳିଛନ୍ତି ମୟଙ୍କ । ରାହୁଲ ମଧ୍ୟ 54 ବଲରୁ 7 ଚୌକା ଓ ଗୋଟିଏ ଛକା ସହାୟତାରେ 69 ରନର ଇଂନିସ ଖେଳିଛନ୍ତି ।

ମୟଙ୍କ ଅଗ୍ରୱାଲ

ଆଇପିଏଲରେ ସର୍ବାଧିକ ଓପନିଂ ପାର୍ଟନରସିପର ରେକର୍ଡ ସନରାଇଜର୍ସ ହାଇଦ୍ରାବାଦର ଜନ୍ନି ବେୟାରଷ୍ଟୋ ଓ ଡେଭିଡୱାର୍ଣ୍ଣରଙ୍କ ନାମରେ ରହିଛି । ଉଭୟଙ୍କ ମଧ୍ୟରେ 185 ରନର ଦମଦାର ପାର୍ଟନରସିପ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଗତ ସଂସ୍କରଣର ଆଇପିଏଲରେ ହୋଇଥିଲା ।

ଶତକ ହାସଲ ପରେ ମୟଙ୍କ ଅଗ୍ରୱାଲ

ତେବେ ଆରସିବିର ବିରାଟ କୋହଲି ଓ ଏବି ଡି ଭିଲିୟର୍ସମଧ୍ୟ ନାମରେ ସମସ୍ତ ୱିକେଟ ପାଇଁ ସର୍ବାଧିକ ପାର୍ଟନରସିପର ରେକର୍ଡ ରହିଛି । ଉଭୟଙ୍କ ମଧ୍ୟରେ 2016 ସଂସ୍କରଣ ଆଇପିଏଲରେ 229 ରନର ପାର୍ଟନରସିପ ହୋଇଥିଲା ।

ବିରାଟ କୋହଲି- ଏବି ଡି ଭିଲିୟର୍ସ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.