ETV Bharat / sports

ଆଇପିଏଲ 2020: ଆଜି କେକେଆରକୁ ମାତ୍‌ ଦେଇ ବିଜୟ ଟ୍ରାକକୁ ଫେରିବାକୁ ଚାହିଁବ ପଞ୍ଜାବ

author img

By

Published : Oct 10, 2020, 2:28 PM IST

ଆଜି ଡବଲ ହେଡର ମ୍ୟାଚର ପ୍ରଥମ ମୁକାବିଲା କୋଲକାତା ନାଇଟ୍ ରାଇଡର୍ସ-କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯିବ । ଭାରତୀୟ ସମୟଅନୁସାରେ ଦିନ 3ଟା30ରେ ଆବୁଧାବିରେ ମ୍ୟାଚ ଖେଳାଯିବ । ଲିଗର 24ତମ ମ୍ୟାଚରେ କେକେଆରକୁ ପରାସ୍ତ କରି ପୁଣି ବିଜୟ ଟ୍ରାକକୁ ଫେରିବା ପାଇଁ ଚାହିଁବ କିଙ୍ଗ୍ସ ଏକାଦଶ ପଞ୍ଜାବ ।

ଆଇପିଏଲ 2020: ଆଜି କେକେଆରକୁ ମାତ୍‌ ଦେଇ ବିଜୟ ଟ୍ରାକକୁ ଫେରିବାକୁ ଚାହିଁବ ପଞ୍ଜାବ
ଆଇପିଏଲ 2020: ଆଜି କେକେଆରକୁ ମାତ୍‌ ଦେଇ ବିଜୟ ଟ୍ରାକକୁ ଫେରିବାକୁ ଚାହିଁବ ପଞ୍ଜାବ

ଆବୁଧାବି: ଆଜି ଡବଲ ହେଡର ମ୍ୟାଚର ପ୍ରଥମ ମୁକାବିଲା କେକେଆର-କିଙ୍ଗ୍ସ ଏକାଦଶ ମଧ୍ୟରେ ଖେଳାଯିବ । ଭାରତୀୟ ସମୟଅନୁସାରେ ଦିନ 3ଟା30ରେ ଆବୁଧାବିରେ ମ୍ୟାଚ ଖେଳାଯିବ । ଲିଗର 24ତମ ମ୍ୟାଚରେ କେକେଆରକୁ ପରାସ୍ତ କରି ପୁଣି ବିଜୟ ଟ୍ରାକକୁ ଫେରିବା ପାଇଁ ଚାହିଁବ କିଙ୍ଗ୍ସ ଏକାଦଶ ପଞ୍ଜାବ ।

ହେଡ ଟୁ ହେଡ ମ୍ୟାଚ

ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ପୂର୍ବ ମ୍ୟାଚରେ ଚେନ୍ନାଇକୁ ପରାସ୍ତ କରି ଜୋସ୍‌ରେ ରହିଛି । ପଏଣ୍ଟ ଟେବୁଲରେ 6 ଅଙ୍କ ସହ 4ର୍ଥ ସ୍ଥାନରେ ରହିଛି । ପୂର୍ବମ୍ୟାଚକୁ ଦେଖିଲେ କେକେଆରର ବ୍ୟାଟ୍ସମ୍ୟାନମାନେ ଖାସ୍‌ ପ୍ରଦର୍ଶନ କରିନଥିଲେ । କେବଳ ରାହୁଲ ତ୍ରୀପାଠିଙ୍କ 51ବଲ୍‌ରେ 81ରନ ସହାୟତାରେ ଦଳ 167 ସ୍କୋର କରିଥିଲା । ଉକ୍ତ ମ୍ୟାଚରେ ଓପୋନିଂ ଯୋଡି ପରିବର୍ତ୍ତିତ କରାଯାଇଥିବାରୁ ନରେନ 4ର୍ଥ ନଂରେ ଆସିଥିଲେ । ଫଳରେ ମୋର୍ଗନ, ରସେଲଙ୍କ ବ୍ୟାଟିଂ କ୍ରମ ପଛକୁ ପଳାଇଥିଲା । ତେବେ କୋଲକାତାକୁ ବ୍ୟାଟିଂ ଅର୍ଡରକୁ ନେଇ ପୁଣି ଭାବିବାକୁ ପଡିପାରେ । କାରଣ ମୋର୍ଗନ ଓ ରସେଲ ଅଧିକ ସମୟ କ୍ରିଜରେ ରହିଲେ ଟିମ ପାଇଁ ଲାଭଦାୟକ ହେବ । ବୋଲିଂକୁ ଦେଖିଲେ ଟିମର ସ୍ପିନର ନରେନ ଓ ବରୁଣ ଭଲ ପ୍ରଦର୍ଶନ କରୁଛନ୍ତି । ଏଥୁସହ ଶିଭମ ମାଭି, କମଲେଶ ଓ ପାଟ କମିନ୍ସ ପଞ୍ଜାବର ବ୍ୟାଟ୍ସମ୍ୟାନଙ୍କୁ ଶୀଘ୍ର ପାଭିଲିୟମ ପଠେଇବାର ଦକ୍ଷତା ରଖିଛନ୍ତି ।

The @DelhiCapitals regain top spot in the Points Table after their comprehensive victory against #RR.#Dream11IPL pic.twitter.com/Eb6REr6uan

— IndianPremierLeague (@IPL) October 9, 2020 ">

ପଞ୍ଜାବର କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ ଆଉଟ ହେବାପରେ ବ୍ୟାଟିଂକୁ ସମ୍ଭାଳିବା ପରି ବ୍ୟାଟ୍ସମ୍ୟାନ ନାହାଁନ୍ତି । ନିକୋଲସ ପୁରନ ଓ ମ୍ୟାକ୍ସଓ୍ବେଲଙ୍କ ନିକଟରେ ଏକ ମ୍ୟାଚ ଫିନସର ଦକ୍ଷତା ରହିଛି କିନ୍ତୁ କ୍ରମାଗତ ଭାବେ ସବୁ ମ୍ୟାଚରେ ଫର୍ମରେ ରହି ପାରି ନାହାଁନ୍ତି । ବୋଲିଂ ବିଭାଗରେ ମହମ୍ମଦ ସାମି କେକେଆରକୁ ଚକମା ଦେଇ ପାରନ୍ତି । ଅର୍ଶଦୀପ ସିଂ ହାଇଦ୍ରାବାଦ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ ,ଆଶା ରହିଛି ଆଜିର ଏକାଦଶ ସ୍କ୍ବାର୍ଡରେ ନିଜ ସ୍ଥାନ ସଂରକ୍ଷିତ ରଖିପାରନ୍ତି । ସ୍ପିନିଂ ବିଭାଗରେ ରବି ଓ ମୁଜିବ ଉର ରେହମାନଙ୍କ ଉପରେ ଟିମ ନିର୍ଭର କରିବ ।

ତେବେ ଉଭୟଙ୍କ ମଧ୍ୟରେ ହେଡ ଟୁ ହେଡ ମ୍ୟାଚକୁ ଦେଖିଲେ ମୋଟ 25ଟି ମ୍ୟାଚରୁ 8ଟି ପଞ୍ଜାବ ଓ 17ଟି କୋଲକାତା ନିଜ ନାଁରେ କରିଛି ।

ଆବୁଧାବି: ଆଜି ଡବଲ ହେଡର ମ୍ୟାଚର ପ୍ରଥମ ମୁକାବିଲା କେକେଆର-କିଙ୍ଗ୍ସ ଏକାଦଶ ମଧ୍ୟରେ ଖେଳାଯିବ । ଭାରତୀୟ ସମୟଅନୁସାରେ ଦିନ 3ଟା30ରେ ଆବୁଧାବିରେ ମ୍ୟାଚ ଖେଳାଯିବ । ଲିଗର 24ତମ ମ୍ୟାଚରେ କେକେଆରକୁ ପରାସ୍ତ କରି ପୁଣି ବିଜୟ ଟ୍ରାକକୁ ଫେରିବା ପାଇଁ ଚାହିଁବ କିଙ୍ଗ୍ସ ଏକାଦଶ ପଞ୍ଜାବ ।

ଆଇପିଏଲ 2020: ଆଜି କେକେଆରକୁ ମାତ୍‌ ଦେଇ ବିଜୟ ଟ୍ରାକକୁ ଫେରିବାକୁ ଚାହିଁବ ପଞ୍ଜାବ
ହେଡ ଟୁ ହେଡ ମ୍ୟାଚ

ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ପୂର୍ବ ମ୍ୟାଚରେ ଚେନ୍ନାଇକୁ ପରାସ୍ତ କରି ଜୋସ୍‌ରେ ରହିଛି । ପଏଣ୍ଟ ଟେବୁଲରେ 6 ଅଙ୍କ ସହ 4ର୍ଥ ସ୍ଥାନରେ ରହିଛି । ପୂର୍ବମ୍ୟାଚକୁ ଦେଖିଲେ କେକେଆରର ବ୍ୟାଟ୍ସମ୍ୟାନମାନେ ଖାସ୍‌ ପ୍ରଦର୍ଶନ କରିନଥିଲେ । କେବଳ ରାହୁଲ ତ୍ରୀପାଠିଙ୍କ 51ବଲ୍‌ରେ 81ରନ ସହାୟତାରେ ଦଳ 167 ସ୍କୋର କରିଥିଲା । ଉକ୍ତ ମ୍ୟାଚରେ ଓପୋନିଂ ଯୋଡି ପରିବର୍ତ୍ତିତ କରାଯାଇଥିବାରୁ ନରେନ 4ର୍ଥ ନଂରେ ଆସିଥିଲେ । ଫଳରେ ମୋର୍ଗନ, ରସେଲଙ୍କ ବ୍ୟାଟିଂ କ୍ରମ ପଛକୁ ପଳାଇଥିଲା । ତେବେ କୋଲକାତାକୁ ବ୍ୟାଟିଂ ଅର୍ଡରକୁ ନେଇ ପୁଣି ଭାବିବାକୁ ପଡିପାରେ । କାରଣ ମୋର୍ଗନ ଓ ରସେଲ ଅଧିକ ସମୟ କ୍ରିଜରେ ରହିଲେ ଟିମ ପାଇଁ ଲାଭଦାୟକ ହେବ । ବୋଲିଂକୁ ଦେଖିଲେ ଟିମର ସ୍ପିନର ନରେନ ଓ ବରୁଣ ଭଲ ପ୍ରଦର୍ଶନ କରୁଛନ୍ତି । ଏଥୁସହ ଶିଭମ ମାଭି, କମଲେଶ ଓ ପାଟ କମିନ୍ସ ପଞ୍ଜାବର ବ୍ୟାଟ୍ସମ୍ୟାନଙ୍କୁ ଶୀଘ୍ର ପାଭିଲିୟମ ପଠେଇବାର ଦକ୍ଷତା ରଖିଛନ୍ତି ।

ପଞ୍ଜାବର କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ ଆଉଟ ହେବାପରେ ବ୍ୟାଟିଂକୁ ସମ୍ଭାଳିବା ପରି ବ୍ୟାଟ୍ସମ୍ୟାନ ନାହାଁନ୍ତି । ନିକୋଲସ ପୁରନ ଓ ମ୍ୟାକ୍ସଓ୍ବେଲଙ୍କ ନିକଟରେ ଏକ ମ୍ୟାଚ ଫିନସର ଦକ୍ଷତା ରହିଛି କିନ୍ତୁ କ୍ରମାଗତ ଭାବେ ସବୁ ମ୍ୟାଚରେ ଫର୍ମରେ ରହି ପାରି ନାହାଁନ୍ତି । ବୋଲିଂ ବିଭାଗରେ ମହମ୍ମଦ ସାମି କେକେଆରକୁ ଚକମା ଦେଇ ପାରନ୍ତି । ଅର୍ଶଦୀପ ସିଂ ହାଇଦ୍ରାବାଦ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ ,ଆଶା ରହିଛି ଆଜିର ଏକାଦଶ ସ୍କ୍ବାର୍ଡରେ ନିଜ ସ୍ଥାନ ସଂରକ୍ଷିତ ରଖିପାରନ୍ତି । ସ୍ପିନିଂ ବିଭାଗରେ ରବି ଓ ମୁଜିବ ଉର ରେହମାନଙ୍କ ଉପରେ ଟିମ ନିର୍ଭର କରିବ ।

ତେବେ ଉଭୟଙ୍କ ମଧ୍ୟରେ ହେଡ ଟୁ ହେଡ ମ୍ୟାଚକୁ ଦେଖିଲେ ମୋଟ 25ଟି ମ୍ୟାଚରୁ 8ଟି ପଞ୍ଜାବ ଓ 17ଟି କୋଲକାତା ନିଜ ନାଁରେ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.