ETV Bharat / sports

ଆଇପିଏଲ 2020: ଅଗଷ୍ଟ 2ରେ ହେବ ବିଧିବଦ୍ଧ ଘୋଷଣା

author img

By

Published : Jul 28, 2020, 6:13 PM IST

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପରିଚାଳନା ପରିଷଦ ବୈଠକ ଆସନ୍ତା ଅଗଷ୍ଟ 2 ତାରିଖରେ ବସିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ଆଇପିଏଲ୍ ଚେୟାରମ୍ୟାନ୍ ବ୍ରିଜେଶ ପଟେଲ ।

ipl-2020-governing-council-meeting-on-august-2-tournament-schedule-set-to-be-finalised
ଆଇପିଏଲ 2020: ଅଗଷ୍ଟ 2ରେ ହେବ ବିଧିବଦ୍ଧ ଘୋଷଣା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପରିଚାଳନା ପରିଷଦ ବୈଠକ ଆସନ୍ତା ଅଗଷ୍ଟ 2 ତାରିଖରେ ବସିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ଆଇପିଏଲ୍ ଚେୟାରମ୍ୟାନ୍ ବ୍ରିଜେଶ ପଟେଲ । ସେ କହିଛନ୍ତି, ଏହି ସପ୍ତାହରେ ଶେଷକୁ ବୈଠକ ବସିବ ଏବଂ ଏନେଇ ବୋର୍ଡ ପରିଷଦର ସମସ୍ତ ସଦସ୍ୟଙ୍କ ନିକଟକୁ ଏକ ବିଜ୍ଞପ୍ତି ପଠାଯାଇଛି ।

ଖବର ସରବରାହ ସଂସ୍ଥା ଆଇଏନ୍ଏସ୍ ସହିତ କଥାବାର୍ତ୍ତା କରି ଆଇପିଏଲ୍ ବୋର୍ଡର ଜଣେ ଅଧିକାରୀ ବୈଠକର କାର୍ଯ୍ୟସୂଚୀ ସମ୍ପର୍କରେ କହିଛନ୍ତି । ବୈଠକରେ ଆଇପିଏଲ ଖେଳସୂଚୀକୁ ଚୂଡ଼ାନ୍ତ ରୂପରେଖ ଦିଆଯିବ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯିବ । ଦେଶରେ ଜାରି ରହିଥିବା କୋରୋନା ମାହାମାରୀ ପାଇଁ ଚଳିତଥର ଆଇପିଏଲକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଛି । ଯାହାକି ସେପ୍ଟେମ୍ବର 19ରୁ ନଭେମ୍ବର 8 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ବିସିସିଆଇର ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, 8ଟି ଫ୍ରାଞ୍ଚାଇଜ୍ ଏହି ଟୁର୍ଣ୍ଣାମେଣ୍ଟର ମୋଡାଲ ବିଷୟରେ ସ୍ପଷ୍ଟ ଚିତ୍ର ପାଇବେ । ବୈଠକ ପରେ ଫ୍ରାଞ୍ଚାଇଜ୍ ମାନଙ୍କୁ ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟର) ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି ।

ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହାଙ୍କ ସମେତ ବିସିସିଆଇର ଅନ୍ୟାନ୍ୟ ଅଧିକାରୀ ମାନେ ଏଥିରେ ଯୋଗ ଦେବେ । ଏମିରେଟ୍ସ କ୍ରିକେଟ୍ ବୋର୍ଡ (ଇସିବି) ସୋମବାର ନିଶ୍ଚିତ କରିଛି ଯେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର 2020 ସଂସ୍କରଣ ଆୟୋଜନ କରିବା ପାଇଁ ସେମାନେ ବିସିସିଆଇରୁ ଅଫିସିଆଲ୍ ଲେଟର ପାଇଛନ୍ତି । ଏମିରେଟ୍ସ କ୍ରିକେଟ୍ ବୋର୍ଡର ସେକ୍ରେଟେରୀ ଜେନେରାଲ୍ ମୁବାଶଶୀର ଉସମାନି ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଆମେ ଚିଠି ଗ୍ରହଣ କରିଛୁ ଏବଂ ବର୍ତ୍ତମାନ ଭାରତ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ । ଏହା ପରେ ଚୂଡ଼ାନ୍ତ ଚୁକ୍ତି ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.