ETV Bharat / sports

ଆଇପିଏଲ 2020: କାହିଁକି ଚୁଟି କାଟିଲେ ଧୋନି, କାରଣ କହିଲେ ନେହେରା - Dhoni cut his hair

ଧୋନି ଏକ ନୂଆ ରୂପରେ ଦେଖାଦେଇଛନ୍ତି । ଚେନ୍ନାଇର ଅଧିନାୟକ ଉଭୟ କେଶ ଏବଂ ଦାଢିକୁ କାଟି ଛୋଟ କରି ଦେଇଛନ୍ତି ।

ଆଇପିଏଲ 2020: କାହିଁକି ଚୁଟି କାଟିଲେ ଧୋନି, କାରଣ କହିଲେ ନେହେରା

author img

By

Published : Oct 10, 2020, 9:19 PM IST

ହାଇଦ୍ରାବାଦ: ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଧୋନିଙ୍କୁ ନୂଆ ରଙ୍ଗରେ ଦେଖିବାକୁ ମିଳିଛି । ଧୋନି ତାଙ୍କ କେଶକୁ ଛୋଟ କରିଛନ୍ତି । ତାଙ୍କ ଜିରୋ ସାଇଜ୍ ହେୟାର ଷ୍ଟାଇଲରେ ଆଜି ମ୍ୟାଚରେ ଦେଖିବାକୁ ମିଳିବ ।

ବିରାଟ କୋହଲିଙ୍କ ସେନା ଆଗରେ ଅବତରଣ କରିବା ପୂର୍ବରୁ ଧୋନି ଏକ ନୂଆ ରୂପରେ ଦେଖାଦେଇଛନ୍ତି । ଚେନ୍ନାଇର ଅଧିନାୟକ ଉଭୟ କେଶ ଏବଂ ଦାଢିକୁ କାଟି ଛୋଟ କରି ଦେଇଛନ୍ତି । ଯେତେବେଳେ ଧୋନି ମ୍ୟାଚ୍ ପୂର୍ବରୁ ଦଳର ବସ୍‌ରୁ ଓହ୍ଲାଇ ଗ୍ରାଉଣ୍ଡକୁ ଯାଉଥିଲେ, ଏହି ନୂଆ ଲୁକ୍ ସମସ୍ତଙ୍କ ସାମ୍ନାରେ ଆସିଥିଲା । ଧୋନିଙ୍କ କେଶ ଦେଖିବା ପରେ, ସେ ଆଇସିସି ବିଶ୍ୱକପ 2011 ଜିତିବା ପରେ ତାଙ୍କ ଲୁକକୁ ମନେ ପକାଇଲେ ଫ୍ୟାନ୍ସ ।

ମ୍ୟାଚ୍ ସମୟରେ ମନ୍ତବ୍ୟ ଦେଉଥିବା ପୂର୍ବତନ ଭାରତୀୟ ଦ୍ରୁତ ବୋଲର ତଥା ଧୋନିଙ୍କ ସହଯୋଗୀ ଆଶିଷ ନେହେରା ତାଙ୍କ ଲୁକ୍ ବିଷୟରେ ଅନେକ କଥା କହିଛନ୍ତି । ଧୋନିଙ୍କ ଛୋଟ କେଶର ଲୁକ୍ ଦେଖିବା ପରେ ନେହେରା ହଠାତ୍ ବିଶ୍ୱକପ୍ 2011 ର କଥା ମନେ ପକାଇଲେ । ନେହେରା କହିଛନ୍ତି, ‘‘ବିଶ୍ବକପ ସମୟରେ ଆମକୁ କିଛି ବି ଜଣା ନଥିଲା । ହଠାତ୍‌ ଧୋନି ଲଣ୍ଡା ହୋଇ ଡ୍ରେସିଂ ରୁମକୁ ଆସିଲେ ।’’ ନେହେରା ଆହୁରି ମଧ୍ୟ କହିଛନ୍ତି ଯେ ଆପଣ ପଡ଼ିଆରେ ଦେଖୁଥିବା ଖେଳାଳିଙ୍କୁ 39 ବର୍ଷ ବୟସ ହୋଇପାରେ, କିନ୍ତୁ ତାଙ୍କ ଭିତରେ ଜଣେ 93 ବର୍ଷ ବୟସ୍କ ବ୍ୟକ୍ତି ଅଛନ୍ତି । ସେମାନେ କ୍ରିକେଟ୍ ବିଷୟରେ ବହୁତ ଆଗରେ ଭାବନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.