ETV Bharat / sports

ଆଇପିଏଲ 2020: ସୁପରଓଭରରେ ପଞ୍ଜାବକୁ ମାତ୍‌ ଦେଲା ଦିଲ୍ଲୀ

author img

By

Published : Sep 21, 2020, 8:52 AM IST

ଯୁବ ଅଧିନାକଙ୍କ ଟିମ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ସୁପରଓଭରରେ ପଞ୍ଜାବୁ ମାତ୍‌ ଦେଇଛି ଦିଲ୍ଲୀ ।

ଆଇପିଏଲ2020: ସୁପରଓଭରରେ ପଞ୍ଜାବକୁ ମାତ୍‌ ଦେଲା ଦିଲ୍ଲୀ

ଦୁବାଇ: ଆଇପିଏଲର 2ୟ ମ୍ୟାଚ ରବିବାର ଦିନ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଛି । 2ଯୁବ ଅଧିନାୟକଙ୍କ ଟିମ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ସୁପରଓଭରରେ ପଞ୍ଜାବୁ ମାତ୍‌ ଦେଇଛି ଦିଲ୍ଲୀ ।

ପଞ୍ଜାବ ବନାମ ଦିଲ୍ଲୀ

ନିର୍ଦ୍ଧାରିତ ଓଭରରେ ମ୍ୟାଚ ଟାଇ ହେବା ପରେ ଫାଇନାଲ ଫଳାଫାଳ ପାଇଁ ସୁପରଓଭର ଖେଳାଯାଇଥିଲା । ସୁପରଓଭରରେ କିଙ୍ଗ୍ସ ଏକାଦଶ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା । ରାହୁଲ ଓ ନିକଲୋସ ପୁରାନ ବ୍ୟାଟିଂ କରିବାକୁ ଆସିଥିଲେ ଓ ଦିଲ୍ଲୀ ପକ୍ଷରୁ ବୋଲିଂ କରିଥିଲେ କାଗିସୋ ରାବାଡା । ପ୍ରଥମ ବଲ୍‌ରେ ରାହୁଲ 2ରନ କରିଥିଲେ ଓ ଏହାପରେ 2ୟ ବଲରେ ରାହୁଲ ଓ 3ୟବଲରେ ପୁରାନ ମଧ୍ୟ ଆଉଟ ହୋଇଥିଲା ।

ତେବେ 3ରନର ବିଜୟ ଲକ୍ଷ୍ୟନେଇ ଦିଲ୍ଲୀ ପକ୍ଷରୁ ଋଷବ ପନ୍ତ ଓ ଶ୍ରେୟସ ଆୟାର ବ୍ୟାଟିଂ କରିବାକୁ ଆସିଥିଲେ ଓ ପଞ୍ଜାବ ପକ୍ଷରୁ ମହମ୍ମଦ ସାମି ବୋଲିଂ କରିଥିଲେ । ସାମିଙ୍କ ପ୍ରଥମ ବଲରେ କୌଣସି ରନ ମିଳିନଥିଲା । ଏହାପରେ 2ୟ ବଲ୍‌ ଓ୍ବାଇଡ୍‌ ଥିଲା । 3ୟ ବଲ୍‌ରେ ପନ୍ତ 2ରନ ସଂଗ୍ରହ କରି ଦଳକୁ ଆଇପିଏଲର ପ୍ରଥମ ବିଜୟ ଦେବାରେ ସକ୍ଷମ ହୋଇଥିଲେ । ତେବେ ଦିଲ୍ଲୀ ଦଳର ଅଲରାଉଣ୍ଡର ମାର୍କସ ଷ୍ଟୋନିସଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ ହୋଇଛନ୍ତି ।

ସୂଚନାଥାଉକି, 2ୟ ମ୍ୟାଚରେ ପଞ୍ଜାବ ପ୍ରଥମେ ଟସ୍‌ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ବ୍ୟାଟିଂ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସର ଟପ ଅର୍ଡର ଆରମ୍ଭରୁ ହିଁ ଭୁଶୁଡି ପଡିଥିଲା । ପୃଥ୍ବୀ ଶ' (5) ଓ ଶିମରନ ହେଟମେୟର (7), ଓପନର ଶିଖର ଧୱନ ବିନା ଖାତା ଖୋଲି ପାଭେଲିଅନ ଫେରିଯାଇଥିଲେ । ଏହାପରେ ଅଧିନାୟକ ଶ୍ରେୟସ ଆୟର(39) ଓ ଋଷବ ପନ୍ତ(31) ପାଳି ସମ୍ଭାଳିଥିଲେ । ତେବେ ପନ୍ତ ଆଉଟ ହେବା ପରେ ଅଲରାଉଣ୍ଡର ମାର୍କସ ଷ୍ଟୋନିସ(53)ଙ୍କ ଅର୍ଦ୍ଧଶତକ ପାଳି ଏକ ନିର୍ଭର ଯୋଗ୍ୟ ବିଜୟ ଲକ୍ଷ୍ୟ ଛିଡା କରି ପାରିଥିଲା । ତେବେ ନିର୍ଦ୍ଧାରିତ ଓଭର ଶେଷ ସୁଦ୍ଧା 8 ଓ୍ବିକେଟ ହରାଇ 157ରନ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ ।

ସେପଟେ ପଞ୍ଜାବ ପକ୍ଷରୁ ମହମ୍ମଦ ସାମି 3, ଶେଲଡନ କୋଟ୍ରିଲ 2 ଓ ଡେବ୍ୟୁ ମ୍ୟାଚ ଖେଳୁଥିବା ରବି ବିଷ୍ଣୋୟୀ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ଏପଟେ ପଞ୍ଜାବ ସାମ୍ନାରେ 158ରନର ବିଜୟ ଲକ୍ଷ୍ୟ ଦେଇଥିଲା ଦିଲ୍ଲୀ । ପଞ୍ଜାବ ପକ୍ଷରୁ ଅଧିନାୟକ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ ଓପନିଂ ପାଇଁ ଆସିଥିଲେ । ଆରମ୍ଭରୁ ବଡ ସଟ୍‌ ଦେଖିବାକୁ ମିଳିଥିଲା । ତେବେ ଦଳୀୟ ସ୍କୋର 30 ଥିବାବେଳେ ରାହୁଲ 21ରନ୍‌(19)ରେ ଆଉଟ୍‌ ହୋଇଥିଲେ । ଏହାପରେ କରୁଣ ନାଏର (1ରନ୍‌), ପୁରାନ (0ରନ୍‌), ମ୍ୟାକ୍ସଓ୍ବେଲ(1ରନ୍‌)ରେ ଆଉଟ ହୋଇଥିଲେ । ଏହାପରେ ସର୍ଫାରାଜ 12ରନ, କ୍ରିଷ୍ଣପା 20ରନ କରିଥିଲେ । କିନ୍ତୁ ମୟଙ୍କ ଅଗ୍ରଓ୍ବାଲଙ୍କ କ୍ରିଜରେ ରହି 89 ପାଳି ଖେଳିଥିଲେ । ଫଳରେ ନିର୍ଦ୍ଧାରିତ ଓଭରରେ 8ଓ୍ବିକେଟ ହାରାଇ 157ରନ କରିଥିଲା ପଞ୍ଜାବ । ଫଳରେ ମ୍ୟାଚ ଟାଇ ହୋଇଥିଲା । ଅନ୍ତିମ ଫଳ ପାଇଁ ସୁପରଓଭର ଖେଳାଯାଇଥିଲା ।

ବିପକ୍ଷ ଦିଲ୍ଲୀ ଦଳ ପକ୍ଷରୁ ରାବାଡା, ଅଶ୍ବିନ, ଷ୍ଟୋନିସ 2ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ସେହିପରି ଅକ୍ଷର ପଟେଲ ଓ ମୋହିତ ଶର୍ମା ଗୋଟିଏ ଲେଖାଏଁ ଓ୍ବିକେଟ ହାସଲ କରିଥିଲେ ।

ତେବେ ଏହି ଆଇପିଏଲରେ ଡେବ୍ୟୁ ମ୍ୟାଚ ଖେଳିଥିଲେ ପଞ୍ଜାବ ଦଳର ରବି ବିଷ୍ଣୋୟୀ । ଡେବ୍ୟୁ ମ୍ୟାଚରେ ରବିଙ୍କ ଗୁଗଲିରେ ପନ୍ତ ଆଉଟ ହୋଇଥିଲେ ।

ବିଜୟ ଦିଲ୍ଲୀ କ୍ୟାପିଟାଲ୍ସ ତା'ର ପରବର୍ତ୍ତୀ ମ୍ୟାଚ 25ସେପ୍ଟେମ୍ବରକୁ ଦୁବାଇରେ ଚେନ୍ନାଇ ବିପକ୍ଷରେ ଖେଳିବ । ସେହିପରି ରାହୁଲଙ୍କ ପଞ୍ଜାବ 24ସେପ୍ଟେମ୍ବରକୁ ଦୁବାଇ ଷ୍ଟାଡିୟମରେ କୋହଲିଙ୍କ ବାଙ୍ଗୋଲର ସହ ମୁକାବିଲା କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.