ETV Bharat / sports

ଆଇପିଏଲ 2020: ହାଇଦ୍ରାବାଦ vs ଦିଲ୍ଲୀ, ଟାର୍ଗେଟ ପ୍ଲେ-ଅଫ୍, ଲକ୍ଷ୍ୟ ବିଜୟ

author img

By

Published : Oct 27, 2020, 5:28 PM IST

Updated : Oct 27, 2020, 7:32 PM IST

ମଙ୍ଗଳବାର ଆଇପିଏଲ 2020ର 47ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ସହ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା ରହିଛି । ଅଧିକ ପଢନ୍ତୁ...

IPL 2020: Delhi aim to bounce back, settle scores with SRH
ଆଇପିଏଲ 2020: ହାଇଦ୍ରାବାଦ vs ଦିଲ୍ଲୀ, ଟାର୍ଗେଟ ପ୍ଲ-ଅଫ୍, ଲକ୍ଷ୍ୟ ବିଜୟ

ଦୁବାଇ: ପଞ୍ଜାବ ଓ କୋଲକାତା ବିପକ୍ଷରେ କ୍ରମାଗତ ଦୁଇଟି ପରାଜୟ ପରେ ବିଜୟ ଟ୍ରାକକୁ ଫେରିବା ଲକ୍ଷ୍ୟରେ ରହିଛି ଦିଲ୍ଲୀ କ୍ୟାପାଟାଲ୍ସ । ମଙ୍ଗଳବାର ଆଇପିଏଲ 2020ର 47ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ସହ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା ରହିଛି ।

ଆଇପିଏଲ 2020

ଏହି ମ୍ୟାଚ ହାଇଦ୍ରାବାଦ ପାଇଁ କର ବା ମର ହୋଇଛି । କାରଣ ବିଜୟ ପ୍ଲେ-ଅଫ ଆଶାକୁ ଉଜ୍ଜୀବିତ ରଖିବାବେଳେ, ପରାଜୟ ପ୍ଲେ-ଅଫ ଦୌଡରୁ ବାଦ ପଡିବାକୁ ବାଧ୍ୟ କରିବ ।

ଦିଲ୍ଲୀ ଓ ହାଇଦ୍ରାବାଦ ପୂର୍ବରୁ ମୁହାଁମୁହିଁ ହୋଇସାରିଛନ୍ତି । ଏହି ମ୍ୟାଚରେ ଡେଭିଡ ୱାର୍ଣ୍ଣରଙ୍କ ଅରେଞ୍ଜ ଆର୍ମୀ 15 ରନରେ ବିଜୟୀ ହୋଇଥିଲା ।

ତେବେ ଦିଲ୍ଲୀର ବ୍ୟାଟିଂ ଲାଇନଅପ ଶିଖର ଧାୱନ, ପୃଥୀ ଶ, ଶ୍ରେୟସ ଆୟର, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ ଓ ସିମ୍ରନ ହେଟମେୟରଙ୍କୁ ନେଇ ଶକ୍ତିଶାଳୀ ରହିଛି । ଅନ୍ୟପଟେ ବୋଲିଂରେ କାଗିସୋ ରବାଡା, ଆନରିଚ ନର୍ଟଜେ, ସ୍ପିନର ଅକ୍ସର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନୀ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି ।

ଅନ୍ୟପଟେ ଅରେଞ୍ଜ ଆର୍ମୀ ହାଇଦ୍ରାବାଦ, କ୍ୟାପଟେନ ଡେଭିଡ ୱାର୍ଣ୍ଣର, ଜନ୍ନି ବେୟାରଷ୍ଟୋ, ମିଷ ପାଣ୍ଡେ, ବିଜୟ ଶଙ୍କରଙ୍କ ଉପରେ ବ୍ୟାଟିଂରେ ନିର୍ଭର କରିବ । ସେହିପରି ବୋଲିଂ ଭାର ଟି.ନଟରାଜନ, ଖଲିଲ ଅହମ୍ମଦ ଓ ରସିଦ ଖାନଙ୍କ ରହିବ ।

Risers selected for #TeamIndia's Australia Tour 👇

🔸@im_manishpandey: ODI & T20I squad
🔸@Wriddhipops: Test squad
🔸@Natarajan_91: Travelling as additional bowler#AUSvIND #OrangeArmy #KeepRising pic.twitter.com/6F1K2oN8TH

— SunRisers Hyderabad (@SunRisers) October 26, 2020 " class="align-text-top noRightClick twitterSection" data=" ">

ହାଇଦ୍ରାବାଦ ପାଇଁ ଏହି ମ୍ୟାଚ ଗୁରୁତ୍ବପୂର୍ଣ୍ଣ ଓ ନିଶ୍ଚିନ୍ତ ବିଜୟ ଲକ୍ଷ୍ୟରେ ଥିବାରୁ ଉଭୟ ଟିମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବା ବୋଲି ଆଶା କରାଯାଉଛି ।

ସ୍କ୍ବାଡ

ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ ୱାର୍ଣ୍ଣର (କ୍ୟାପଟେନ), ଅଭିଷେକ ଶର୍ମା, ବେସିଲ ଥାମ୍ପି, ଭୁବନେଶ୍ୱର କୁମାର, ବିଲି ଷ୍ଟାନଲେକ, ଜନି ବେୟାରଷ୍ଟୋ, କେନ ୱିଲିୟମସନ, ମନୀଷ ପାଣ୍ଡେ, ମହମ୍ମଦ ନବୀ, ରସିଦ ଖାନ, ସନ୍ଦୀପ ଶର୍ମା, ଶାହବାଜ ନାଡିମ, ଶ୍ରୀଭତ୍ସ ଗୋସ୍ୱାମୀ , ଟି। ନଟରାଜନ୍, ବିଜୟ ଶଙ୍କର, ରିଦ୍ଧିମାନ ସାହା, ବିରାଟ ସିଂ, ପ୍ରିୟ ଗର୍ଗ, ଜେସନ ହୋଲ୍ଡର, ସନ୍ଦୀପ ବାୱଙ୍କା, ଫାବିଆନ୍ ଆଲେନ୍, ଅବଦୁଲ ସମାଦ, ସଞ୍ଜୟ ଯାଦବ ।

ଦିଲ୍ଲୀ କ୍ୟାପିଟାଲ୍ସ: ଶ୍ରେୟସ୍ ଆୟର (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଆଲେକ୍ସ କ୍ୟାରି, ଜେସନ ରୟ, ପୃଥ୍ବୀ ଶ, ଋଷଭ ପନ୍ତ (ୱିକେଟ୍ କିପର), ଶିଖର ଧୱନ, ଶିମ୍ରାନ ହେଟମାୟର, ଅକ୍ଷର ପଟେଲ, ଲଲିତ ଯାଦବ, ମାର୍କସ ଷ୍ଟୋଇନିସ, କେମୋ ପଲ, ଆବେଶ ଖାନ, ହର୍ଷଲ ପଟେଲ, କାଗିସୋ ରବାଡା, ମୋହିତ ଶର୍ମା, ରବିଚନ୍ଦ୍ରନ୍ ଅଶ୍ୱିନ୍, ସନ୍ଦୀପ ଲାମିଚେନ୍, ଆନରିଚ୍‌ ନୋର୍ଜେ, ତୁଷାର ଦେଶପାଣ୍ଡେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଦୁବାଇ: ପଞ୍ଜାବ ଓ କୋଲକାତା ବିପକ୍ଷରେ କ୍ରମାଗତ ଦୁଇଟି ପରାଜୟ ପରେ ବିଜୟ ଟ୍ରାକକୁ ଫେରିବା ଲକ୍ଷ୍ୟରେ ରହିଛି ଦିଲ୍ଲୀ କ୍ୟାପାଟାଲ୍ସ । ମଙ୍ଗଳବାର ଆଇପିଏଲ 2020ର 47ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ସହ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା ରହିଛି ।

ଆଇପିଏଲ 2020

ଏହି ମ୍ୟାଚ ହାଇଦ୍ରାବାଦ ପାଇଁ କର ବା ମର ହୋଇଛି । କାରଣ ବିଜୟ ପ୍ଲେ-ଅଫ ଆଶାକୁ ଉଜ୍ଜୀବିତ ରଖିବାବେଳେ, ପରାଜୟ ପ୍ଲେ-ଅଫ ଦୌଡରୁ ବାଦ ପଡିବାକୁ ବାଧ୍ୟ କରିବ ।

ଦିଲ୍ଲୀ ଓ ହାଇଦ୍ରାବାଦ ପୂର୍ବରୁ ମୁହାଁମୁହିଁ ହୋଇସାରିଛନ୍ତି । ଏହି ମ୍ୟାଚରେ ଡେଭିଡ ୱାର୍ଣ୍ଣରଙ୍କ ଅରେଞ୍ଜ ଆର୍ମୀ 15 ରନରେ ବିଜୟୀ ହୋଇଥିଲା ।

ତେବେ ଦିଲ୍ଲୀର ବ୍ୟାଟିଂ ଲାଇନଅପ ଶିଖର ଧାୱନ, ପୃଥୀ ଶ, ଶ୍ରେୟସ ଆୟର, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ ଓ ସିମ୍ରନ ହେଟମେୟରଙ୍କୁ ନେଇ ଶକ୍ତିଶାଳୀ ରହିଛି । ଅନ୍ୟପଟେ ବୋଲିଂରେ କାଗିସୋ ରବାଡା, ଆନରିଚ ନର୍ଟଜେ, ସ୍ପିନର ଅକ୍ସର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନୀ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି ।

ଅନ୍ୟପଟେ ଅରେଞ୍ଜ ଆର୍ମୀ ହାଇଦ୍ରାବାଦ, କ୍ୟାପଟେନ ଡେଭିଡ ୱାର୍ଣ୍ଣର, ଜନ୍ନି ବେୟାରଷ୍ଟୋ, ମିଷ ପାଣ୍ଡେ, ବିଜୟ ଶଙ୍କରଙ୍କ ଉପରେ ବ୍ୟାଟିଂରେ ନିର୍ଭର କରିବ । ସେହିପରି ବୋଲିଂ ଭାର ଟି.ନଟରାଜନ, ଖଲିଲ ଅହମ୍ମଦ ଓ ରସିଦ ଖାନଙ୍କ ରହିବ ।

ହାଇଦ୍ରାବାଦ ପାଇଁ ଏହି ମ୍ୟାଚ ଗୁରୁତ୍ବପୂର୍ଣ୍ଣ ଓ ନିଶ୍ଚିନ୍ତ ବିଜୟ ଲକ୍ଷ୍ୟରେ ଥିବାରୁ ଉଭୟ ଟିମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବା ବୋଲି ଆଶା କରାଯାଉଛି ।

ସ୍କ୍ବାଡ

ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ ୱାର୍ଣ୍ଣର (କ୍ୟାପଟେନ), ଅଭିଷେକ ଶର୍ମା, ବେସିଲ ଥାମ୍ପି, ଭୁବନେଶ୍ୱର କୁମାର, ବିଲି ଷ୍ଟାନଲେକ, ଜନି ବେୟାରଷ୍ଟୋ, କେନ ୱିଲିୟମସନ, ମନୀଷ ପାଣ୍ଡେ, ମହମ୍ମଦ ନବୀ, ରସିଦ ଖାନ, ସନ୍ଦୀପ ଶର୍ମା, ଶାହବାଜ ନାଡିମ, ଶ୍ରୀଭତ୍ସ ଗୋସ୍ୱାମୀ , ଟି। ନଟରାଜନ୍, ବିଜୟ ଶଙ୍କର, ରିଦ୍ଧିମାନ ସାହା, ବିରାଟ ସିଂ, ପ୍ରିୟ ଗର୍ଗ, ଜେସନ ହୋଲ୍ଡର, ସନ୍ଦୀପ ବାୱଙ୍କା, ଫାବିଆନ୍ ଆଲେନ୍, ଅବଦୁଲ ସମାଦ, ସଞ୍ଜୟ ଯାଦବ ।

ଦିଲ୍ଲୀ କ୍ୟାପିଟାଲ୍ସ: ଶ୍ରେୟସ୍ ଆୟର (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଆଲେକ୍ସ କ୍ୟାରି, ଜେସନ ରୟ, ପୃଥ୍ବୀ ଶ, ଋଷଭ ପନ୍ତ (ୱିକେଟ୍ କିପର), ଶିଖର ଧୱନ, ଶିମ୍ରାନ ହେଟମାୟର, ଅକ୍ଷର ପଟେଲ, ଲଲିତ ଯାଦବ, ମାର୍କସ ଷ୍ଟୋଇନିସ, କେମୋ ପଲ, ଆବେଶ ଖାନ, ହର୍ଷଲ ପଟେଲ, କାଗିସୋ ରବାଡା, ମୋହିତ ଶର୍ମା, ରବିଚନ୍ଦ୍ରନ୍ ଅଶ୍ୱିନ୍, ସନ୍ଦୀପ ଲାମିଚେନ୍, ଆନରିଚ୍‌ ନୋର୍ଜେ, ତୁଷାର ଦେଶପାଣ୍ଡେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 27, 2020, 7:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.