ETV Bharat / sports

ଆଇପିଏଲ ସମର: ଆଜିର 2ୟ ମ୍ୟାଚ, ଧୋନି-କୋହଲି ଫାଇଟ୍‌ - MATCH PREVIEW

ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଜି ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । କାରଣ ପ୍ଲେ-ଅଫ ଆଶା ଉଜ୍ଜୀବିତ ରଖିବାକୁ ହେଲେ ଆଜି ମ୍ୟାଚ ସିଏସକେ ପାଇଁ କର ବା ମର ମ୍ୟାଚ ହେବ । ସେପଟେ 2ଟି ପରାଜୟ ପାଇଥିବା ଆରସିବି ମଧ୍ୟ ଆଜି ମ୍ୟାଚ ପାଇଁ ଜି-ଜାନ ଲଗାଇ ଦେବ ।

ଆଇପିଏଲ ସମର: ଆଜିର 2ୟ ମ୍ୟାଚ, ଧୋନି-କୋହଲି ଫାଇଟ୍‌

author img

By

Published : Oct 10, 2020, 5:27 PM IST

Updated : Oct 10, 2020, 6:32 PM IST

ଦୁବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ ଡବଲ ହେଡର ମ୍ୟାଚ । ପ୍ରଥମ ମ୍ୟାଚରେ କାର୍ତ୍ତିକଙ୍କ କୋଲକାତା ନାଇଟ ରାଇଡର୍ସକୁ ଭେଟୁଛି କିଙ୍ଗ୍ସ ଏକାଦଶ ପଞ୍ଜାବ । ସେହିପରି 2ୟ ମ୍ୟାଚରେ ଧୋନିଙ୍କ ଚେନ୍ନାଇକୁ ଭେଟିବ ବିରାଟଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଏବେ ଆମେ ଚର୍ଚ୍ଚା କରିବା ଆଜିର 2ୟ ମ୍ୟାଚ ଉପରେ ଯାହା ଲିଗର ଅନ୍ୟତମ ଗୁରତ୍ବପୂର୍ଣ୍ଣ ମୁକାବିଲା ହେବାକୁ ଯାଉଛି ।

ଆଇପିଏଲ ସମର

ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଜି ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । କାରଣ ପ୍ଲେ-ଅଫ ଆଶା ଉଜ୍ଜୀବିତ ରଖିବାକୁ ହେଲେ ଆଜି ମ୍ୟାଚ ସିଏସକେ ପାଇଁ କର ବା ମର ମ୍ୟାଚ ହେବ । ସେପଟେ 2ଟି ପରାଜୟ ପାଇଥିବା ଆରସିବି ମଧ୍ୟ ଆଜି ମ୍ୟାଚ ପାଇଁ ଜି-ଜାନ ଲଗାଇ ଦେବେ ।

ଆଇପିଏଲ ସମର: ଆଜିର 2ୟ ମ୍ୟାଚ, ଧୋନି-କୋହଲି ଫାଇଟ୍‌
ଆଇପିଏଲ ସମର: ଆଜିର 2ୟ ମ୍ୟାଚ, ଧୋନି-କୋହଲି ଫାଇଟ୍‌

ଶନିବାରର ଶାନଦାର ମୁକାବିଲାରେ ହେବ ପୈସା ଅସୁଲ ମ୍ୟାଚ । କାରଣ ପଡିଆରେ ଲଢିବେ ଭାରତୀୟ କ୍ରିକେଟର ଦୁଇ ମହାନ ଯୋଦ୍ଧା । ମ୍ୟାଚ ହେବ ଅଧିନାୟକ ଓ ପୂର୍ବତନ ଅଧିନାୟଙ୍କ ମଧ୍ୟରେ । ବିରାଟ ଓ ମାହିଙ୍କ ମଧ୍ୟରେ । ଦୁବାଇ ଇଣ୍ଟରନ୍ୟାସନାଲ ଗ୍ରାଉଣ୍ଡରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ ବିରାଟଙ୍କ ରୟାଲଚାଲେଞ୍ଜର୍ସ ବାଙ୍ଗାଲୋର । ଲକ୍ଷ୍ୟ ହେବ ପ୍ଲେ-ଅଫରେ ସ୍ଥାନ ପକ୍କା କରିବା ପାଇଁ । ଚେନ୍ନାଇ ଦଳ କଥା ଯଦି କହିବା, ଦଳ 3 ବିଦେଶୀ ଖେଳାଳିଙ୍କୁ ଛାଡି ଦେଲେ, ପୁରା ଟିମ ଅଧାଅଧୁରା ନଜର ଆସୁଛି । ଆଇପିଏଲ ପୂର୍ବରୁ କ୍ରିକେଟ ଫ୍ୟାନ୍ସଙ୍କ ନଜର ଥିଲା ଧୋନିଙ୍କ ଉପରେ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଆଇପିଏଲରେ ଧୋନିଙ୍କ ପ୍ରଦର୍ଶନ ଦେଖିବାକୁ ଅପେକ୍ଷା କରିଥିଲେ କ୍ରିକେଟ ପ୍ରେମୀ । ମାତ୍ର ଏଯାବତ୍‌ 6ଟି ମ୍ୟାଚରୁ ଧୋନି 102 ରନ କରି ପାରିଛନ୍ତି । ଅନ୍ୟପଟେ ପ୍ରତି ସିଜିନରେ ଟ୍ରୋଲର ସାମ୍ନା କରୁଥିବା ଆରିସିବି ପାଇଁ ଚଳିତ ସିଜିନରେ ଠିକଠାକ ପ୍ରଦର୍ଶନ ଦେଖାଇଛି । ହେଲେ ଡେଥ ଓଭର ବୋଲିଂ ଦଳ ପାଇଁ ଚିନ୍ତାର କାରଣ ସାଜିଛି । ଦକ୍ଷିଣ ଆଫ୍ରିକୀୟ ବୋଲିଂ କ୍ରିସ ମୋରିସଙ୍କୁ ଫିଟ ହେବାକୁ ଦଳ ଅପେକ୍ଷା କରି ରହିଛି ।

ତେବେ ଆଜିର 2ୟ ମୁକାବିଲାରେ ଟିମ ଇଣ୍ଡିଆର ଦୁଇ ଦିଗଜ ମୁହାଁମୁହିଁ ହେବେ । ଭାରତୀୟ ଦଳ ଅଧିନାୟକ ଓ ପୂର୍ବତନ ଅଧିନାୟକଙ୍କ ମଧ୍ୟରେ ଦେଖିବାକୁ ମିଳିବ ଏକ ଦମଦାର ଲଢେଇ । ଗୋଟେ ପେଟ ଧୋନିଙ୍କ ମାଇଣ୍ଡ ଗେମ ତ ଆଉ ଗୋଟେ ପଟେ ବିରାଟଙ୍କ ଆଗ୍ରେସନ । ତେବେ ଯଦି ଦୁଇ ଦଳ କିଛି ବିଗତ ମ୍ୟାଚ ରେକର୍ଡ ଉପରେ ନଜର ପକାଇବା, ଦୁଇ ଦଳ ମଧ୍ୟରେ ଖେଳାଯାଇଛି ମୋଟ 24ଟି ମ୍ୟାଚ । ଚେନ୍ନାଇ ହାତରେ 15ଟି ମ୍ୟାଚ ଲାଗିଥିବା ବେଳେ ବାଙ୍ଗାଲୋର ମଧ୍ୟ 08ଟି ମ୍ୟାଚ ଉପରେ କବଜା କରିଛି । ଗୋଟିଏ ମ୍ୟାଚ ଫଳାଫଳ ବିହିନ ରହିଛି ।

ଯଦି ଚେନ୍ନାଇ ସୁପର କିଙ୍ଗ୍ସ ଉପରେ ନଜର ପକାଇବା, 3 ଥରର ଏହି ଆଇପିଏଲ ବିଜେତା ପାଇଁ ଚଳିତ ସିଜିନ କିଛି ଖାସ ରହି ନାହିଁ । ଯଦି ବ୍ୟାଟିଂ ଲାଇନ ଅର୍ଡର କଥା କହିବା, କ୍ୟାପେଟନ ଧୋନିଙ୍କ ଫର୍ମ ଓ ଫିନିସିଂ ଟସ ଉପରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ସେହିପରି କେକେଆର ବିପକ୍ଷ ଶେଷ ମ୍ୟାଚରେ କେଦାର ଯାଦବଙ୍କୁ ରବୀନ୍ଦ୍ର ଜାଡେଜାଙ୍କ ପୂର୍ବରୁ ବ୍ୟାଟିଂ ଦେବା ଧୋନିଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଛି । ସେହିପରି ଯଦି ଓପନିଂ ଯୋଡି କଥା କହିବା ୱାଟସନ ଓ ଫାପ୍‌ଙ୍କ ବ୍ୟାଟ ତ ଚାଲୁଛି । ମାତ୍ର ମଧ୍ୟକ୍ରମ ନିଜ କାମ ନ କରିବା ପାରିବାରୁ ଦଳକୁ ବାରମ୍ବାର ପରାଜୟ ସାମ୍ନା କରିବାକୁ ପଡୁଛି । ବୋଲିଂ ବିଭାଗର କଥା ଯଦି କହିବା, ବଲ ଓ ବ୍ୟାଟରେ ଉଭୟ କମାଲ ଦେଖାଉଛନ୍ତି ଅଲରାଉଣ୍ଡର ସାମ କରନ । ମାତ୍ର ତାଙ୍କୁ ଛାଡି ଦେଲେ ବ୍ରାଭୋ, ଦୀପକ ଚହର ସେହି ଆଟାକିଂ ଲୟରେ ନଜର ଆସୁ ନାହାଁନ୍ତି । ତେବେ ଆଜି ମ୍ୟାଚ ପାଇଁ କେଦାର ଯାଦବଙ୍କ ସ୍ଥାନରେ ଧୋନି ଋତୁରାଜ ଗାଇକ୍ୱାର୍ଡଙ୍କୁ ସ୍ଥାନ ଦେବେ ବୋଲିଂ ଆଶା କରାଯାଉଛି ।

ସେହିପରି ଯଦି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର କଥା କହିବା । ଚଳିତ ଟୁର୍ଣ୍ଣାମେଣ୍ଟରେ ଦଳ ଠିକଠାକ ପ୍ରଦର୍ଶନ ଦେଖାଇଛି । ଓପନିଂ ଯୋଡି ଦେବଦତ୍ତ ପାଦିକଲ ଓ ମିଷ୍ଟର 360 ଏବି ଡିଭିଲିୟର୍ସ ଶାନଦାର ଫର୍ମରେ ନଜର ଆସୁଛନ୍ତି । ସେହିପରି ଅଧିନାୟକ ବିରାଟଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠିଥିଲେ ମଧ୍ୟ ବିରାଟ ଗତ ଦୁଇ ମ୍ୟାଚରେ ତାର ଉତ୍ତର ଦେଇ ସାରିଛନ୍ତି । ସେହିପରି ଯଦି ଦଳ ବୋଲିଂ ଡିପାର୍ଟମେଣ୍ଟ ଉପରେ ନଜର ପକାଇବା, ୟୁଜିଭେନ୍ଦ୍ର ଚହଲ ଦଳର ପୂରା ବୋଲିଂ ବିଭାଗ ସମ୍ଭାଳିତ । ଏଯାବତ୍‌ 6ଟି ମ୍ୟାଚରୁ 8ଟି ୱିକେଟ ନେଇସାରିଛନ୍ତି ଚହଲ । ସେହିପର ଡେଥ ଓଭରରେ ବି ଦଳ ପାଇଁ ଆସା ନୁରୂପ ପ୍ରଦର୍ଶନ କରୁଛନ୍ତି ଚହଳ । ମାତ୍ର ଏହି ସ୍ପିନରଙ୍କୁ ଛାଡି ଦେଲେ ଦଳ ବୋଲିଂ ବିଭାଗ ସମ୍ପୂର୍ଣ୍ଣ ଦୁର୍ବଳ ନଜର ଆସୁଛି ।

ତେବେ ଯଦି ଆଜି ପ୍ଲେୟାର ବ୍ୟାଟେଲ କଥା କହିବା, ବିରାଟ-ଧୋନିଙ୍କ ମଧ୍ୟରେ ତ ମାଇଣ୍ଡ ଗେମର ଲଢେଇ ଦେଖିବାକୁ ମିଳିବ, ମାତ୍ର ଅଧିକ ରୋମାଞ୍ଚକର ହେବ ଦୁଇ ଦକ୍ଷିଣ ଆଫ୍ରିକୀୟ ଖେଳାଳିଙ୍କ ମଧ୍ୟରେ । ଯେତେବେଳେ ଡେଭିଲିୟର୍ସଙ୍କ ସାମ୍ନାରେ ରହିବେ ଲୁଙ୍ଗି ଇଙ୍ଗିଡି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 10, 2020, 6:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.