ETV Bharat / sports

ଆଇପିଏଲ 2020: ବିଜୟ ଟ୍ରାକକୁ ଫେରିବା ଲକ୍ଷ୍ୟରେ ଚେନ୍ନାଇ ସୁପରକିଙ୍ଗ୍ସ

author img

By

Published : Sep 25, 2020, 3:39 PM IST

ତିନି ଥର ଆଇପିଏଲ ଚମ୍ପିଆନ ରହିସାରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ13ର ସପ୍ତମ ମୁକାବିଲାରେ ଶ୍ରେୟସ ଆୟରଙ୍କ ଯୁବ ଟିମ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ।

IPL 2020: CSK aim to regain winning momentum vs DC
ଆଇପିଏଲ 2020: ବିଜୟ ଟ୍ରାକକୁ ଫେରିବା ଲକ୍ଷ୍ୟରେ ଚେନ୍ନାଇ ସୁପରକିଙ୍ଗ୍ସ

ଦୁବାଇ: ତିନି ଥର ଆଇପିଏଲ ଚମ୍ପିଆନ ରହିସାରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ 13ର ସପ୍ତମ ମୁକାବିଲାରେ ଶ୍ରେୟସ ଆୟରଙ୍କ ଯୁବ ଟିମ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯିବାକୁ ଥିବା ଏହି ମ୍ୟାଚରେ ବିଜୟ ଟ୍ରାକକୁ ଫେରିବା ଲକ୍ଷ୍ୟରେ ରହିବ ଧୋନିଙ୍କ ସୁପର କିଙ୍ଗ୍ସ ।

ଋଷଭ ପନ୍ତ

କାରଣ ଗତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଠାରୁ ଧୋନୀ ବାହୀନିକୁ 16 ରନର ପରାଜୟ ମିଳିଥିଲା । ବୋଲର ମହଙ୍ଗା ସାବ୍ୟସ୍ତ ହେବାପରେ 200ରୁ ଅଧିକ ରନର ବିଜୟ ଲକ୍ଷ୍ୟ ମିଳିଥିଲା । ତେବେ ଫାଫ ଡୁ ପ୍ଲେସିସଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇଥିଲେ । ଏମିତିକି କ୍ୟାପଟେନ ମହେନ୍ଦ୍ର ସିଂ ଧୋନି 7 ନଂ ସ୍ଥାନରେ ବ୍ୟାଟିଂ ଆସିବା ନେଇ ମଧ୍ୟ ସମାଲୋଚିତ ହୋଇଥିଲେ ।

ଟିମ ରେକର୍ଡ

ତେବେ ଆଜିର ମ୍ୟାଚ ପୂର୍ବରୁ ଉଭୟ ଦିଲ୍ଲୀ କ୍ୟପିଟାଲ୍ସା ଓ ଚେନ୍ନାଇ ସୁପର କିଙ୍ଗ୍ସ 21ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ ସିଏସକେ 15ଟି ବିଜୟୀ ହୋଇଥିବାବେଳେ, ଦିଲ୍ଲୀ 6ଟି ବିଜୟୀ ହୋଇଛି ।

ତେବେ ଦିଲ୍ଲୀ କ୍ୟାପିଟାଲ୍ସରେ କ୍ୟାପଟେନ ଶ୍ରେୟସ ଆୟର, ଋଷଭ ପନ୍ତ, ଶିଖର ଧାୱନ, ପୃଥ୍ବୀ ଶ, ସିମ୍ରନ ହେଟମେୟରଙ୍କ ଭଳି ଷ୍ଟ୍ରାଇକର ରହିଛନ୍ତି । ସେଥିପାଇଁ କଡା ମୁକାବିଲା ହେବାର ସମ୍ଭାବନା ରହିଛି ।

ସ୍କ୍ବାଡ

ଚେନ୍ନାଇ ସୁପର କିଙ୍ଗ୍ସ: ମହେନ୍ଦ୍ର ସିଂ ଧୋନି(କ୍ୟାପଟେନ), ମୁରଲି ବିଜୟ, ଅମ୍ବାତି ରାୟୁଡୁ, ଫାଫ ଡୁ ପ୍ଲେସିସ, ସେନ ୱାଟସନ, କେଦାର ଯାଦବ, ଡ୍ବାଇନ ବ୍ରାଭୋ, ରବିନ୍ଦ୍ର ଜାଡେଜା, ଲୁଙ୍ଗି ନିଙ୍ଗିଡି, ଦିପକ ଚହର, ପିୟୁସ ଚାୱଲା, ଇମ୍ରାନ ତାହିର, ମିଚେଲ ସାଣ୍ଟନର, ଜସ ହେଜେଲଉଡ, ଶାର୍ଦ୍ଦଉଳ ଠାକୁର, ସାମ କରନ, ଏନ ଜଗଦୀଶାନ, କେଏମ ଆସିଫ, ମୋନୁ କୁମାର, ଆର ସାଇ କିଶୋର, ରୁତୁରାଜ ଗାଏକ୍ବାଡ, କର୍ଣ୍ଣ ଶର୍ମା ।

ଦିଲ୍ଲୀ କ୍ୟାପିଟାଲ୍ସ: ଶ୍ରେୟସ ଆୟର(କ୍ୟାପଟେନ), ରବିଚନ୍ଦ୍ରନ ଅଶ୍ବିନୀ, ଶିଖର ଧାୱନ, ପୃଥ୍ବୀ ଶ, ସିମ୍ରନ ହେଟମେୟର, କାଗିସୋ ରବାଡା, ଅଜିଙ୍କ୍ୟ ରାହାଣେ, ଅମିତ ମିଶ୍ର ଋଷଭ ପନ୍ତ(ୱିକେଟ କିପର), ଇଶାନ୍ତ ଶର୍ମା, ଅକ୍ସର ପଟେଲ, ସନ୍ଦୀପ ଲାମିଚେନ, କିମୋ ପଲ, ଡାନିଏଲ ସାମ୍ସ, ମୋହିତ ଶର୍ମା ଅନରିଚ ନର୍ଟଜେ, ଆଲେକ୍ସ କ୍ୟାରୀ(ୱିକେଟ କିପର), ଅଭେଷ ଖାନ, ତୁଷାର ଦେଶପାଣ୍ଡେ, ହର୍ଷଲ ପଟେଲ, ମାର୍କସ ଷ୍ଟୋଇନିସ, ଲଳିତ ଯାଦବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.