ETV Bharat / sports

ବୁମରା-କିଶନଙ୍କ ପ୍ରଭାବୀ ପ୍ରଦର୍ଶନ, 9 ୱିକେଟରେ ଦିଲ୍ଲୀକୁ ହରାଇଲା ମୁମ୍ବାଇ

ଦିଲ୍ଲୀ କ୍ୟାପିଟାଲ୍ସକୁ 9 ୱିକେଟରେ ହରାଇଛି ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ।

author img

By

Published : Oct 31, 2020, 8:09 PM IST

IPL 2020: Bumrah, Kishan power Mumbai Indians to 9-wicket win over Delhi Capitals
ବୁମରା-କିଶନଙ୍କ ପ୍ରଭାବୀ ପ୍ରଦର୍ଶନ, 9ୱିକେଟରେ ଦିଲ୍ଲୀକୁ ହରାଇଲା ମୁମ୍ବାଇ

ଦୁବାଇ: ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶନିବାର ଡବଲହେଡର ମ୍ୟାଚର ପ୍ରଥମ ମୁକାବିଲାରେ ବିଜୟୀ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଦମଦାର ପ୍ରଦର୍ଶନ ସହ ଦିଲ୍ଲୀ କ୍ୟାପିଟାଲ୍ସକୁ 9 ୱିକେଟରେ ହରାଇଛି ଡିଫେଣ୍ଡିଂ ଚମ୍ପିଆନ ।

ଦିଲ୍ଲୀ ପକ୍ଷରୁ ରଖାଯାଇଥିବା 111 ରନର ସହଜସାଧ୍ୟ ବିଜୟ ଲକ୍ଷ୍ୟକୁ 9ୱିକେଟ ବାକି ଥାଇ 34 ପୂର୍ବରୁ ଜିତି ନେଇଛି ମୁମ୍ବାଇ । ଦୁଇ ଓପନର ଇଶାନ କିଶନ ଓ କ୍ବିଣ୍ଟନ ଡି କକ୍ ଯଥାକ୍ରମେ 72 ଓ 26 ରନର ଇଂନିସ ଖେଳି ଟିମକୁ ବିଜୟୀ କରାଇଛନ୍ତି । ଫଳରେ 13 ମ୍ୟାଚରୁ 18 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ସ୍ଥିର ରହିଛି ମୁମ୍ବାଇ ଇଣ୍ଡିଆନ୍ସ ।

ପୂର୍ବରୁ ଜଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ଓ ନାଥନ କୁଲଟର-ନାଇଲ ଘାତକ ବୋଲିଂରେ ଧରାଶାୟୀ ହୋଇ ନିର୍ଧାରିତ 20 ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର 110 ରନ ସଂଗ୍ରହ କରିପାରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.