ETV Bharat / sports

ଏମିତି କରିବା ରୋହିତଙ୍କୁ ପଡିଲା ମହାଙ୍ଗା

ଅଧିନାୟକ ରୋହିତ ଶର୍ମା ଏଲବିଡବ୍ଲୁ ହେବା ପରେ ନିଜ ବ୍ୟାଟରେ ଷ୍ଟମ୍ପଙ୍କୁ ହିଟ କରିଥିଲେ । ଆଉ ଏମିତି କରିବା ରୋହିତଙ୍କୁ ମହଙ୍ଗା ପଡିଛି ।

author img

By

Published : Apr 29, 2019, 11:53 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

କୋଲକାତା: ଗତକାଲି ମ୍ୟାଚରେ ପାଣ୍ଡ୍ୟାଙ୍କ ଲଢୁଆ ପାଳି ସତ୍ବେ ମୁମ୍ବାଇ ପରାଜୟର ସ୍ବାଦ ଚାକିଥିଲା । ଟପ ଅର୍ଡର ଫେଲ ମାରିବା ଫଳରେ ମ୍ୟାଚକୁ ହାତଛଡା କରିଥିଲା ମୁମ୍ବାଇ । ତେବେ ଅଧିନାୟକ ରୋହିତ ଶର୍ମା ଏଲବିଡବ୍ଲୁ ହେବା ପରେ ନିଜ ବ୍ୟାଟରେ ଷ୍ଟମ୍ପଙ୍କୁ ହିଟ କରିଥିଲେ । ଆଉ ଏମିତି କରିବା ରୋହିତଙ୍କୁ ମହଙ୍ଗା ପଡିଛି । ଏହି କାରଣରୁ ତାଙ୍କୁ ମ୍ୟାଚ୍ ଫିର ୧୫ ପ୍ରତିଶତ ଫାଇନ୍‌ ଦେବାକୁ ପଡିଛି ।

IPL
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ରୋହିତ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ । ଏହା ପରେ ସେ ନନଷ୍ଟ୍ରାଇକର ଏଣ୍ଡକୁ ଯାଇ ନିଜ ବ୍ୟାଟରେ ଷ୍ଟମ୍ପକୁ ହିଟ କରିଥିଲେ । ତେବେ ଏହା ଆଇପିଏଲ କୋର୍ଡ ଅଫ କଣ୍ଡକ୍ଟର ଉଲ୍ଲଂଘନ ବୋଲି କହିଛି ବିସିସିଆଇ । ଫଳରେ ତାଙ୍କ ମ୍ୟାଚ ଫି ବାବଦକୁ ମିଳିଥିବା ରାଶିରୁ 15 ପ୍ରତିଶତ କାଟ କରାଯାଇଛି ।

ତେବେ ଗତକାଲି ମ୍ୟାଚରେ କେକେଆର ପ୍ରଥମେ ବ୍ୟାଟିଂ କରି 232ରନର ବିଶାଳ ବିଜୟ ଲକ୍ଷ୍ୟ ଠିଆ କରିଥିଲା । ଜବାବରେ ମୁମ୍ବାଇ 7ୱିକେଟ ବିନିମୟରେ 198ରନ କରିଥିଲା । ଯେଉଁଥିରେ ସାମିଲ ଥିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ 34ବଲରୁ 91ରନର ଧୁଆଁଦାର ପାଳି ।

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.