ETV Bharat / sports

DC vs RR: ବିଜୟ ସହ ଟପ୍‌ ସ୍ପଟ୍‌ ଲକ୍ଷ୍ୟରେ ଦିଲ୍ଲୀ - playoff

ଆଜି ଖେଳାଯିବା ଆଇପିଏଲ ମ୍ୟାଚ ନମ୍ବର-53 । ସାମ୍ନାସାମ୍ନି ହେଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ।

ଫଟୋ ସୌଜନ୍ୟ- ଟ୍ବିଟର @DC
author img

By

Published : May 4, 2019, 11:42 AM IST

ନୂଆଦିଲ୍ଲୀ: ଆଜି ଖେଳାଯିବ ଆଇପିଏଲ ମ୍ୟାଚ ନମ୍ବର-53 । ସାମ୍ନାସାମ୍ନି ହେଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ । ତେବେ ପ୍ଲେ-ଅଫ ରେସରୁ ଦୂରରେ ଥିବା ରାଜସ୍ଥାନ ରୟାଲ୍ସ ପାଇଁ ଏହା ଶେଷ ଲିଗ ମ୍ୟାଚ ହେବ । ଫଳରେ ମ୍ୟାଚ ଜିତି ଚଳିତ ସିଜନରେ ଯାତ୍ରା ଶେଷ କରିବାକୁ ଚାହିଁବ ଆରଆର । ସେହିପରି ପ୍ଲେ-ଅଫରେ ସ୍ଥାନ ପକ୍କା ସାରିଥିବା ଯୁବ ଦିଲ୍ଲୀ ଦଳ ଆଜି ମ୍ୟାଚ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହି କ୍ବାଲିଫାୟର ଖେଳିବାକୁ ଲକ୍ଷ୍ୟ ରଖିଛି ।

ତେବେ ଦୀର୍ଘ 6ବର୍ଷ ପରେ ପ୍ଲେ-ଅଫରେ ସ୍ଥାନ ପକ୍କା କରିଥିବା ଏହି ଯୁବ ଦିଲ୍ଲୀ ଦଳ ଫୁଲ ଜୋସରେ ଭରପୁର ଅଛି । ସେହିପରେ ନିଜ ଘରୋଇ ଗ୍ରାଉଣ୍ଡରେ ଶେଷ ମ୍ୟାଚ ଖେଳୁଥିବା ଦିଲ୍ଲୀ ଆଜି ମ୍ୟାଚର ଫାଇଦା ଉଠାଇବ । 13 ମ୍ୟାଚରୁ 8ଟି ବିଜୟ ଓ 5ଟି ପରାଜୟ ସହ 16 ପଏଣ୍ଟ ପାଇ ପ୍ଲେ-ଅଫରେ ସ୍ଥାନ ପକ୍କା କରିସାରିଛି ଦିଲ୍ଲୀ । ତେବେ ଖରାପ ବୋଲିଂ ବିଭାଗ ଦଳର ଚିନ୍ତା ବଢାଇ ଦେଇଛି । ଅଲରାଉଣ୍ଡର କାସିଗୋ ରବଡା ଆହତ କରାଣରୁ ଦଳରୁ ବାଦ ପଡିଛନ୍ତି ।

ସେହିପରି ରାଜସ୍ଥାନର ବିଦେଶୀ ଖେଳାଳି ଫେରିଯାଇଥିବାରୁ ଦଳର ବ୍ୟାଟିଂ ଲାଇନ-ଅପ ମଧ୍ୟ ବିଗିଡିଯାଇଛି । ଅଷ୍ଟ୍ରେଲିଆଲ ଷ୍ଟିଭ ସ୍ମିଥ ସ୍ବଦେଶ ଫେରି ଯାଇଥିବାରୁ ତାଙ୍କ ସ୍ଥାନରେ ପୁଣି ଅଧିନାୟକ ଭାର ତୁଲାଇବାକୁ ଯାଉଛନ୍ତି ଅଜିଙ୍କ୍ୟ ରାହାଣେ ।

ତେବେ ଅପେକ୍ଷା ସଂଧ୍ୟା 8ଟା ମ୍ୟାଚକୁ । ଦିଲ୍ଲୀ ମ୍ୟାଚ ଜିତି ପଏଣ୍ଟ ତାଲିକାର ଶୀର୍ଷରେ ବସୁଛି ନା ମ୍ୟାଚ ଜିତି ରାଜସ୍ଥାନ ଯାତ୍ରା ଶେଷ କରୁଛି ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.