ନୂଆଦିଲ୍ଲୀ: ଆଜି ବସିବ ଆଇପିଏଲ ପରିଚାଳନା ପରିଷଦ ବୈଠକ । ଏହି ବୈଠକ ଉପରେ ସମସ୍ତ 8ଟି ଟିମର ନଜର ରହିଛି । କାରଣ ଏହି ବୈଠକର ନିଷ୍ପତ୍ତି ଅନୁସାରେ ୟୁଏଇ ଗସ୍ତର ଯୋଜନା କରିବେ ଟିମ । କୋଭିଡ-19 କାରଣରୁ ଚଳିତ ସିଜନର 13ତମ ସଂସ୍କରଣ ୟୁଏଇରେ ଆୟୋଜନ ହେବ ।

ଆଇପିଏଲର ଚ୍ୟାୟରମ୍ୟାନ ବୃଜେଶ ପଟେଲ କହିଛନ୍ତି ଯେ, ଏହି ବୈଠକରେ ଲିଗ ସମ୍ବନ୍ଧିତ ସମସ୍ତ ପ୍ରସଙ୍ଗ ଉପରେ ଚର୍ଚ୍ଚା କରାଯିବ ।

ଖାସ୍ କରି ଫ୍ରାଞ୍ଚାଇଜ୍ଙ୍କ ନଜର ମୁଖ୍ୟତଃ 4ଟି ପ୍ରସଙ୍ଗ ଉପରେ ରହିବ । ଯେପରି ଟୁର୍ଣ୍ଣାମେଣ୍ଟକୁ ନେଇ ଅଧିକାରୀଙ୍କ ସୂଚନା, କୋରୋନାକୁ ନେଇ ଲାଗୁ ହେବାକୁ ଥିବା ଏସଓପି, ବିଦେଶୀ ଖେଳାଳିଙ୍କ ଉପସ୍ଥିତି ଓ ଖେଳାଳିଙ୍କ ସହ ପରିବାର ସଦସ୍ୟ ଗସ୍ତ କରିବେ କି ନାହିଁ ।
ଫ୍ରାଞ୍ଚାଇଜ୍ର ଏକ ଅଧିକାର କହିଛନ୍ତି ଯେ, ଆମେ ଟୁର୍ଣ୍ଣାମେଣ୍ଟର ଅନ୍ତିମ ନିଷ୍ପତ୍ତିର ଅପେକ୍ଷା କରିଛୁ । ଏହା ପରେ ଭିସା ଆବେଦନ କରିବୁ । ତେବେ ଦେଖିବାକୁ ରହିଲା ଏହି ସମୟରେ କେଉଁ ବିଭାଗରେ ଭିସା ମିଳିବ । ଏହି ସମ୍ବନ୍ଧରେ ବିସିସିଆଇର ମାଗଦର୍ଶନ ଦରକାର ।