ETV Bharat / sports

ଏପ୍ରିଲ 8ରେ ଶ୍ରେୟସ ଆୟରଙ୍କ ଆସ୍ତ୍ରୋପଚାର

ଏପ୍ରିଲ 8ରେ ଆହତ ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟରଙ୍କ କାନ୍ଧରେ ଅସ୍ତ୍ରୋପଚାର । ଅଧିକ ପଢନ୍ତୁ...

Injured Shreyas Iyer to go under the knife on April 8
ଏପ୍ରିଲ 8ରେ ଶ୍ରେୟସ ଆୟରଙ୍କ ଆସ୍ତ୍ରୋପଚାର
author img

By

Published : Apr 2, 2021, 9:27 PM IST

ମୁମ୍ବାଇ: ଖୁବଶୀଘ୍ର ହେଇପାରେ ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟରଙ୍କ ଅସ୍ତ୍ରୋପଚାର । କାନ୍ଧରେ ଆଘାତ ଯୋଗୁଁ ଇଂଲଣ୍ଡ ବିପକ୍ଷ ଶେଷ ଦୁଇଟି ଦିନିକିଆ ମ୍ୟାଚ ଓ ସଂପୂର୍ଣ୍ଣ ଆଇପିଏଲରୁ ବାଦ ପଡିଛନ୍ତି ଆୟର । ତେବେ ଏପ୍ରିଲ 8ରେ ଆୟରଙ୍କ କାନ୍ଧରେ ଅସ୍ତ୍ରୋପଚାର ହେବାନେଇ ସୂଚନା ରହିଛି । ଫଳରେ ଅତିକମରେ ପ୍ରାୟ 4 ମାସ କ୍ରିକେଟରୁ ବାହାରେ ରହିପାରନ୍ତି ଆୟର । ସେ ଇଂଲିସ କାଉଣ୍ଟି ଟିମ ଲାନସାୟର ସହ ଚୁକ୍ତି କରିଛନ୍ତି, ମାତ୍ର ଜୁଲାଇ 23ରୁ ଆରମ୍ଭ ହେବାକୁ ଯାଉଥିବା କାଉଣ୍ଟି କ୍ରିକେଟରେ ଖେଳିବା ଆୟରଙ୍କ ପାଇଁ ସମ୍ଭବ ହୋଇନପାରେ ।

26 ବର୍ଷୀୟ ଆୟର ମାର୍ଚ୍ଚ 23ରେ ପୁନେରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଫିଲ୍ଡିଂ ବେଳେ ଆହତ ହୋଇଥିଲେ । ଶାର୍ଦ୍ଦୁଳ ଠାକୁରଙ୍କ ବଲ୍‌କୁ ଜନ୍ନି ବେୟାରଷ୍ଟୋ ଏକ ଜୋରଦାର ସଟ୍‌ ଖେଳିଥିଲେ । ଏହାକୁ ରୋକିବାକୁ ପ୍ରୟାସ କରି ଆହତ ହୋଇଥିଲେ ଆୟର ।

ଆଇପିଏଲ 2020ରେ ଆୟର ଦିଲ୍ଲୀ ଫ୍ରାଞ୍ଚାଇଜର ନେତୃତ୍ବ ନେଇଥିଲେ । ମାତ୍ର ତାଙ୍କର ଅନୁପସ୍ଥିତିରେ ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ଅଧିନାୟକ ଭାର ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.