କରାଚୀ: ପାକିସ୍ତାନ ଅଲରାଉଣ୍ଡର ସଦାବ ଖାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଅବଶିଷ୍ଟ ସିରିଜରୁ ବାଦ ପଡିଛନ୍ତି । ଆହତ କାରଣରୁ ସଦାବ ଟିମରୁ ବାହାର ହୋଇଥିବା ପିସିବି ପାକିସ୍ତାନ କ୍ରିକେଟ ବୋର୍ଡ ସୋମବାର ସ୍ପଷ୍ଟ କରିଛି ।
ରବିବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ସଦାବ ଆହତ ହୋଇଥିଲେ । ମ୍ୟାଚ ପରେ ତାଙ୍କର ଏକ୍ସ-ରେ କରାଇଯାଇଥିଲା ଓ ପରେ ପ୍ରାୟ 4 ସପ୍ତାହ ଚିକିତ୍ସା ଚାଲିବ ବୋଲି ଜଣାପଡିଛି ।
ତେବେ କେବେ ପାକିସ୍ତାନ ଫେରିବେ ଏନେଇ ସ୍ପଷ୍ଟ କରାଯାଇନାହିଁ ।
ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ 1-1ରେ ବରାବର ରହିଛି । ଏହାପରେ ଏପ୍ରିଲ 10ରୁ 4 ମ୍ୟାଚ ବିଶିଷ୍ଟ ଟି20 ସିରିଜ ମଧ୍ୟ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ