ETV Bharat / sports

2ୟ ଟି-20: ହୋଲକରରେ କିଏ ନେବ ହିଟ୍ ମ୍ୟାନଙ୍କ ସ୍ଥାନ ?

ହୋଲକର ଷ୍ଟାଡିୟମରେ ଭାରତ ଖେଳିଛି ଏକମାତ୍ର ଟି-20 ମୁକାବିଲା । ତାହା ପୁଣି ଶ୍ରୀଲଙ୍କା ବିପକ୍ଷରେ 2017 ଡିସେମ୍ବର 22 ତାରିଖରେ  ଖେଳାଯାଇଥିବା ଏହି ଟି-20 ମ୍ୟାଚରେ ଭାରତ ନିଜର ଟି-20 କ୍ରିକେଟର ସର୍ବାଧିକ ସ୍କୋର 260ରନ କରିଥିଲା ।

author img

By

Published : Jan 7, 2020, 6:01 PM IST

indvssl-team-india-highest-innings-totals-at-holkar-cricket-stadium
ରୋହିତ ଶର୍ମା

ଇନ୍ଦୋର: ଆସାମର ବର୍ଷାପରାରେ ବର୍ଷା ପରେ ମଙ୍ଗଳବାର ସ୍ଥାନୀୟ ହୋଲକର ଷ୍ଟାଡିୟମରେ ଖେଳାଯିବା ଶ୍ରୀଲଙ୍କା ବିପକ୍ଷ ଘରୋଇ ଟି-20 ସିରିଜର 2ୟ ମ୍ୟାଚ । ନୂଆ ବର୍ଷର ପ୍ରଥମ ମୁକାବିଲାରେ ବିଜୟରୁ ଯାତ୍ରା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ବିରାଟ ବାହିନୀ । ତେବେ ଏହି ଷ୍ଟାଡିୟମ ସହ ଜଡିତ ଏକ ଖାସ୍‌ ସ୍ମୃତିକୁ ଆସନ୍ତୁ ମ୍ୟାଚ ପୂର୍ବରୁ ତାଜା କରିନେବା...

indvssl-team-india-highest-innings-totals-at-holkar-cricket-stadium
ଶ୍ରୀଲଙ୍କା ବିପକ୍ଷ ଘରୋଇ ଟି-20 ସିରିଜ

ତେବେ ଏହି ଷ୍ଟାଡିୟମରେ ଭାରତ ଖେଳିଛି ଏକମାତ୍ର ଟି-20 ମୁକାବିଲା । ତାହା ପୁଣି ଶ୍ରୀଲଙ୍କା ବିପକ୍ଷରେ ହୋଇସାରିଛି । 2017 ଡିସେମ୍ବର 22 ତାରିଖରେ ଖେଳାଯାଇଥିବା ଏହି ଟି-20 ମ୍ୟାଚରେ ଭାରତ ନିଜର ଟି-20 କ୍ରିକେଟର ସର୍ବାଧିକ ସ୍କୋର 260ରନ କରିଥିଲା । ଆଉ ଏହି ହାଇସ୍କୋରିଙ୍ଗ ପାଳିରେ ସାମିଲ ଥିଲା ହିଟ୍‌ମ୍ୟାନ ରୋହିତ ଶର୍ମାଙ୍କ ବିଗ ହିଟ୍‌ । ମାତ୍ର 35 ବଲରେ ହିଟ୍‌ ମ୍ୟାନ ଯୋଡିଥିଲେ ବିସ୍ଫୋରକ ଶତକ । ଯାହା ଟି-20 କ୍ରିକେଟର ସବୁଠାରୁ ଦୃତ ଶତକ । ମାତ୍ର ସମାନ ବଲରେ ଦୃତ ଶତକର ରେକର୍ଡ ମଧ୍ୟ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ନାମରେ ରହିଛି ।

ତେବେ ମ୍ୟାଚରେ ଭାରତ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ 5 ୱିକେଟ ହରାଇ 260ରନ କରିଥିଲା । 43ବଲରୁ 118ରନର ଶତକୀୟ ପାଳି ଖେଳିଥିଲେ ହିଟ୍‌ମ୍ୟାନ । ଯେଉଁଥିରେ ସାମିଲ ଥିଲା ବିଶାଳ 10ଟି ଛକା ଓ 12ଟି ଚୌକା । ବିଜୟ ଲକ୍ଷ୍ୟକୁ ପିଛା କରି 172ରନରେ ଅଲଆଉଟ ହୋଇଯାଇଥିଲା ବିପକ୍ଷ ଶ୍ରୀଲଙ୍କା । 98ରନରେ ମ୍ୟାଚ ଜିତିଥିଲା ଭାରତ ।

ତେବେ ଆଜି ପୁଣିଥରେ ସେହି ମୈଦାନ, ସେହି ବିରୋଧି । ହେଲେ ନାହାଁନ୍ତି ହିଟ୍‌ମ୍ୟାନ । କାରଣ ଚଳିତ ସିରିଜରୁ ଉପଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ଓପନିଂ କରିବାକୁ ଆସୁଛନ୍ତି ଶିଖର ଧୱନ-କେଏଲରାହୁଲଙ୍କ ଯୋଡି । ତେଣୁ ଦେଖିବାକୁ ବାକି ରହିଲା 2017 ପରି ଆଜି ପୁଣିଥରେ ହିଟ୍‌ମ୍ୟାନଙ୍କ ସ୍ଥାନ କିଏ ପୁରଣ କରିପାରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.