ETV Bharat / sports

IND vs SA: ଧର୍ମଶାଳାରେ ପହଞ୍ଚିଲା ଟିମ ଇଣ୍ଡିଆ, ଚହଳଙ୍କ ମୁହଁରେ ମାସ୍କ - Dharamsala

ହିମାଚଳ ପ୍ରଦେଶର ଧର୍ମଶାଳା ଗ୍ରାଉଣ୍ଡରେ ଆସନ୍ତା 12 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ । ଏନେଇ ମଙ୍ଗଳବାର ଉଭୟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ ଭେନ୍ୟୁରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

indvssa-team-india-arrives-at-dharamsala-max-in-chahals-face
INDvsSA: ଧର୍ମଶାଳାରେ ପହଞ୍ଚିଲା ଟିମ ଇଣ୍ଡିଆ, ଚହଳଙ୍କ ମୁହଁରେ ମାକ୍ସ
author img

By

Published : Mar 10, 2020, 6:16 PM IST

ଧର୍ମଶାଳା: ଆଇପିଏଲ ପୂର୍ବରୁ ଆଉ ଏକ ଘରୋଇ ସିରିଜ ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ । ହିମାଚଳ ପ୍ରଦେଶର ଧର୍ମଶାଳା ଗ୍ରାଉଣ୍ଡରେ ଆସନ୍ତା 12 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ । ଏନେଇ ମଙ୍ଗଳବାର ଉଭୟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ ଭେନ୍ୟୁରେ ପହଞ୍ଚିଛନ୍ତି । ତେବେ ଭାରତୀୟ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଳ ମୁହଁରେ ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି ।

indvssa-team-india-arrives-at-dharamsala-max-in-chahals-face
ଚହଳଙ୍କ ମୁହଁରେ ମାକ୍ସ

ତେବେ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ସମ୍ପୂର୍ଣ୍ଣ ଭାରତ ଗସ୍ତରେ ବିପକ୍ଷ ଖେଳାଳିଙ୍କ ସହ ହାତ ମିଳାଇବାରୁ ଦୂରେଇ ରହିବେ ବୋଲି ଜଣାପଡିଛି । ସେପଟେ ବିରାଟ କୋହଲିଙ୍କ ନେତୃତ୍ବାଧିନ ଘରୋଇ ଦଳ ମଧ୍ୟ କୋରୋନା ଭାଇରସ୍ ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ମଙ୍ଗଳବାର ଯାତ୍ର ସମୟରେ ଚହଳ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିବା ମୁଖାପିନ୍ଧା ଫଟୋରୁ ବାରି ହେଉଛି ଯେ, କୋରୋନା ଭାଇରସ ପାଇଁ କେତେ ଦୂର ସତର୍କ ରହିଛି ଘରୋଇ ଦଳ ।

ଧର୍ମଶାଳାରେ ପହଞ୍ଚିଲା ଟିମ ଇଣ୍ଡିଆ

ଅନ୍ୟପଟେ ପରାମର୍ଶ ପାଇଁ ଆମ ପାଖରେ ଏକ ଶକ୍ତିଶାଳୀ ଡାକ୍ତରୀ ଦଳ ରହିଥିବା ସୋମବାର କହିଥିଲେ ଭ୍ରମଣକାରୀ ଦ.ଆଫ୍ରିକାର ମୁଖ୍ୟ କୋଚ୍‌ ମାର୍କ ବାଉଚର । ହ୍ୟାଣ୍ଡସେକ ଏବଂ ସମସ୍ତ ପ୍ରକାରର ସାମଗ୍ରୀ ବିଷୟରେ ଯାହା ଆମେ ବ୍ୟବାହର କରିବୁ, ତାହା ଆମ ଡାକ୍ତରୀ ଦଳ ଦ୍ବାରା ମାଇନା କରାଯିବ । ଏହା ଦ୍ବାର ଆମ ଖେଳାଳିଙ୍କ ପ୍ରତି କୌଣସି ବିପଦ ରହିବ ନାହିଁ ବୋଲି ମୋର ଆଶା ବୋଲି ସୋମବାର ସାମ୍ବାଦିକ ସମ୍ମିଳନୀରେ ବାଉଚର କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.