ଲଣ୍ଡନ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଆଉ ଏକ ଅନ୍କର୍ଜାତୀୟ କ୍ରିକେଟ ସିରିଜ ପ୍ରଭାବିତ ହୋଇଛି । ଭାରତୀୟ ମହିଳା କ୍ରିକେଟ ଦଳର ଇଂଲଣ୍ଡ ଗସ୍ତ ସ୍ଥଗିତ ହୋଇଛି । ଶୁକ୍ରବାର ଇଂଲଣ୍ଡ କ୍ରିକେଟ ବୋର୍ଡ ଜୁଲାଇ 1 ପର୍ଯ୍ୟନ୍ତ ଦେଶରେ ସମସ୍ତ ପ୍ରକାର କ୍ରିକେଟ ବାତିଲ ଘୋଷଣା କରିଥିଲା । ଏହାପରେ ଜୁନ 25ରୁ ଆରମ୍ଭ ହେବାକୁ ଥିବା ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ପ୍ରଭାବିତ ହୋଇଛି ।
ଏହି ଗସ୍ତରେ ଭାରତୀୟ ମହିଳା ଦଳ 4ଟି ଦିନିକିଆ ଓ 2ଟି ଟି-20 ଖେଳିବାର ସୂଚୀ ରହିଛି । ଅସ୍ଥାୟୀ ଭାବେ ଏହି ସିରିଜ ସ୍ଥଗିତ ହୋଇଥିଲେ ମଧ୍ୟ ସ୍ଥିତି ସ୍ବାଭାବିକ ହେଲେ, ପୁନଃ ମ୍ୟାଚସୂଚୀରେ ଧାର୍ଯ୍ୟ ହେବ । କୋରୋନା ଭାଇରସର ପ୍ରଭାବ କମ ହେବାପରେ,ଏହ ସିରିଜ ଖେଳାଯିବା ନେଇ ଆଶାବାଦୀ ଅଛନ୍ତି ECB ମୁଖ୍ୟ କାର୍ଯ୍ୟନିବାହୀ ଅଫିସର ଟମ ହରିସନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ