ଦୁବାଇ: ଭାରତରେ କ୍ରିକେଟର ଲକଡାଉନ୍ ଶେଷ ହେବା ନେଇ ଏବେ ଆଶା କରାଯାଉଛି । କାରଣ ଆଇପିଏଲ ପରେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଦେଶରେ ଇଂଲଣ୍ଡ ସିରିଜ୍ ଆୟୋଜନ କରିବାକୁ ଯୋଜନା କରୁଛି । ଏନେଇ ବିସିସିଆଇର ଜଣେ ଅଧିକାରୀ ଖବର ସରବରାହ ସଂସ୍ଥାକୁ ସୂଚନା ଦେଇଛନ୍ତି ।
ଘରୋଇ ସିରିଜର ଆୟୋଜନ ସହ ନିଜ ନିଜ ଷ୍ଟାଡିୟମରେ ନିଜର ପସନ୍ଦିଦାର କ୍ରିକେଟରଙ୍କୁ ପ୍ରଶଂସକ ଦେଖିବାକୁ ପାଇବେ ବୋଲି ସେ କହିଛନ୍ତି । ବର୍ତ୍ତମାନର ପରିସ୍ଥିତିରେ ଭାରତ ସରକାରଙ୍କ ଅନୁମତି ପରେ ୟୁଏଇକୁ ଆଇପିଏଲ ଆୟୋଜନ ହେଉଛି । ତେବେ ସୁରକ୍ଷା ବଳୟ ଭିତରେ ଆୟୋଜନ ହେବା ପରି ଦେଶରେ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ ଆୟୋଜନ ନେଇ ଆମେ ଆଶାବାଦି ଅଛୁ ବୋଲି ସେ କହିଛନ୍ତି । ଏନେଇ ପ୍ରସାରଣକାରୀ ସଂସ୍ଥା ଓ ବିଭିନ୍ନ ଆୟୋଜକଙ୍କ ସହ ଆମେ ଯୋଗାଯୋଗରେ ରହିଛୁ ବୋଲି ସେ ସୂଚନା ଦେଇଛନ୍ତି ।
ସେହିପରି ଏମିରେଟ୍ସ କ୍ରିକେଟ୍ ବୋର୍ଡ (ECB) ସହିତ ନିକଟରେ ହୋଇଥିବା ଏମଓୟୁ ସ୍ୱାକ୍ଷରର ଉତ୍ତରରେ କହିଛନ୍ତି, ଏହା ଆମ ପାଇଁ 2ୟ ଘରୋଇ ଭେନ୍ୟୁ ସଦୃଶ ହୋଇଛି । ଆମେ ଘରୋଇ ସିରିଜ ନେଇ ୟୁଏଇକୁ ମଧ୍ୟ ଯୋଜନା ମଧ୍ୟରେ ସାମିଲ କରିଛୁ ।