ETV Bharat / sports

ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ଠାରୁ ଭାରତ 6 ୱିକେଟରେ ପରାଜିତ

ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ଠାରୁ 6 ୱିକେଟରେ ପରାଜିତ ହେଲା ଭାରତୀୟ ମହିଳା କ୍ରିକେଟ ଦଳ। ଦକ୍ଷିଣ ଆଫ୍ରିକା ଓପନର ଲିଜେଲ୍ ଲି'ଙ୍କ ଶତକୀୟ ଇନିଂଶ ବଳରେ ଦକ୍ଷିଣ ଆଫ୍ରିକା ବିଜୟ ହାସଲ କରିଛି। ଅଧିକ ପଢ଼ନ୍ତୁ...

ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ 6 ୱିକେଟରେ ପରାଜିତ

author img

By

Published : Mar 12, 2021, 6:46 PM IST

ଲକ୍ଷ୍ନୌ: ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାଠାରୁ 6 ୱିକେଟରେ ପରାଜିତ ହେଲା ଭାରତୀୟ ମହିଳା କ୍ରିକେଟ ଦଳ। ଦକ୍ଷିଣ ଆଫ୍ରିକା ଓପନର ଲିଜେଲ୍ ଲି'ଙ୍କ ଶତକୀୟ ଇନିଂଶ ବଳରେ ଦକ୍ଷିଣ ଆଫ୍ରିକା ବିଜୟ ହାସଲ କରିଛି। 47ତମ ଓଭରରେ ଡକୱର୍ଥ ଲୁଇସ ନିୟମରେ ଦକ୍ଷିଣ ଆଫ୍ରିକାକୁ ବିଜୟୀ ଘୋଷଣା କରାଯାଇଛି। ଫଳରେ 5ଟିକିଆ ଦିନିକିଆ ସିରିଜରେ 2-1ରେ ଆଗୁଆ ରହିଛି ଦକ୍ଷିଣ ଆଫ୍ରିକା ଦଳ।

249 ରନ୍ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ। ଦଳୀୟ ସ୍କୋର 41 ରନ ହୋଇଥିବା ବେଳେ ଲାଉରା ୱାଲଭାର୍ଟ ଆଉଟ ହୋଇଥିଲେ। ତେବେ ଏହାପରେ ମଧ୍ୟ ଦଳ ଦକ୍ଷିଣ ଆଫ୍ରିକା ଆକ୍ରାମକ ବ୍ୟାଟିଂ ଜାରି ରଖିଥିଲା। 81 ରନ ସ୍କୋରରେ ଲାରା ଗୁଡାଲ ଦ୍ବିତୀୟ ୱିକେଟ ଭାବରେ ଝୁଲଣ ଗୋସ୍ବାମୀଙ୍କ ଶିକାର ହୋଇଥିଲା। ଏହାପରେ ମିଗ୍ନୁନ ଡୁ ପ୍ରେଜ ଓ ଲିଜେଲ୍ ଲି'ଙ୍କ ମଧ୍ୟରେ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା।

ଆଉ କୌଣସି ବ୍ୟାଟ୍ସମ୍ୟାନ ସେଭଳି ଆଖିଦୃଶିଆ ରନ କରି ପାରିନଥିଲେ। ତେବେ ଏହା ଦକ୍ଷିଣ ଆଫ୍ରିକାର ବିଜୟ ରାସ୍ତାର କଣ୍ଟା ହୋଇନଥିଲା। ଦଳ ମାତ୍ର 4ୱିକେଟ ହରାଇ 47ତମ ଓଭର ବେଳକୁ 223ରନ କରିଥିଲା। ଏହାପରେ ବର୍ଷା ଯୋଗୁଁ ଦକ୍ଷିଣ ଆଫ୍ରିକାକୁ ବିଜୟୀ ଘୋଷଣା କରାଯାଇଥିଲା।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତୀୟ ଦଳ ଭଲ ଆରମ୍ଭ ମିଳି ପାରିନଥିଲା। ରନ ଖାତା ଖୋଲିବା ପୂର୍ବରୁ ଆଉଟ ପାଭେଲିୟନକୁ ପେରିଥିଲେ ରୋଡ୍ରିଗ୍ସ। କେବଳ ପୁନମ ରାଉତଙ୍କ 77 ରନ ଛଡ଼ା ଆଉ କୌଣସି ବ୍ୟାଟସମ୍ୟାନ ଭଲ ସ୍କୋର କରି ପାରିନଥିଲେ। ଅଧିନାୟିକା ମିତାଲୀ ରାଜ୍, ହରମନପ୍ରୀତ କୌର ଓ ଦିପ୍ତୀ ଶର୍ମା 36 ରନ ଲେଖାଏଁ କରିଥିଲେ। ନିର୍ଦ୍ଧାରିତ 50 ଓଭରରେ ଦଳୀୟ ସ୍କୋର ପହଞ୍ଚିଥିଲା 248 ରନରେ।

ଇଂଲଣ୍ଡ ପକ୍ଷରୁ ମାରିଜାନେ କାପ 5ଟି ୱିକେଟ ନେଇଥିବା ବେଳେ ଖାଖା ଓ ଇସ୍ମାଇଲ 3ଟି ଲେଖାଏଁ ୱିକେଟ ନେଇଥିଲେ। ଭାରତ ପକ୍ଷରୁ ଝୁଲଣ ଗୋ ସ୍ବାମୀ ଦୁଇଟି ୱିକେଟ ନେଇଥିଲେ। ସେହଭଳି ଦିପ୍ତୀ ଶର୍ମା ଓ ରାଜେଶ୍ବରୀ ଗୟକୱାର୍ଡ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ତେବେ ଡକୱର୍ଥ ଲୁଇସ ନିୟମ ପରେ ଦକ୍ଷିଣ ଆଫ୍ରିକାକୁ ବଜୟୀ ଘୋଷଣା କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.