ଆଣ୍ଟିଗୁଆ: ଏକ ନଭେମ୍ବରରେ ଭାରତୀୟ ମହିଳା କ୍ରିକେଟ ଟିମ ଓ ଇଣ୍ଡିଜ ମଦଅୟରେ 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ଏହା ପୂର୍ବରୁ ଟିମ୍ ଇଣ୍ଡିଆ ମହିଳା କ୍ରିକେଟର ମସ୍ତି କରୁଥିବା ଦେଖିବାକୁ ମିଳିଛି । ଟିମ୍ ଇଣ୍ଡିଆ ପ୍ରାୟ ସପ୍ତାହ ପୂର୍ବରୁ ଇଣ୍ଡିଜ ଗସ୍ତ କରିଛି । ଏହା ଭିତରେ ଖେଳାଳିମାନେ ରିଲାକ୍ସ ମୁଡରେ ଦେଖିବାକୁ ମିଳିଥିଲେ । ଯାହାର ଫଟୋ ବି ସୋସିଆଲ ମିଡିଆରେ ସେଟାର କରିଛନ୍ତି ।
ଚିମ୍ ଇଣ୍ଡିଆର ପ୍ରିୟା ପୁନିୟା ଓ ସୁଷମା ବର୍ମା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି । ପ୍ରିୟା ଫଟୋ ସେୟାର କରି ଲେଖିଛନ୍ତି ଯେ, ନିଜର ଆତ୍ମାକୁ ଯାହା ଶାନ୍ତି ଦିଏ ସେହି କାମ କରିବା ପାଇଁ ସମୟ ବାହାର କରିବା ଦରକାର ।
ଭାରତ- ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ନଭେମ୍ବର1ରେ ପ୍ରଥମ ଦିନିକିଆ ମ୍ୟାଚ, 3ନଭେମ୍ବରରେ 2ୟ ଓ 6ନଭେମ୍ବର ଛଅରେ 3ୟ ମ୍ୟାଚ ଖେଳାଯିବ ।