ETV Bharat / sports

ସଚିନ ଓ ଯୁବରାଜଙ୍କ ଧୂଆଁଦାର ବ୍ୟାଟିଂ, ୱେଷ୍ଟଇଣ୍ଡିଜ ଲିଜେଣ୍ଡସକୁ 219 ରନ ବିଜୟ ଲକ୍ଷ୍ୟ - ଇଣ୍ଡିଆନ ଲିଜେଣ୍ଡସର

ଷ୍ଟଇଣ୍ଡିଜ ଲିଜେଣ୍ଡସ ବିପକ୍ଷରେ ଇଣ୍ଡିଆନ ଲିଜେଣ୍ଡସର ଜବରଦସ୍ତ ପ୍ରଦର୍ଶନ। ଅଧିନାୟକ ସଚିନ ତେନ୍ଦୁଲକର ଓ ଯୁବରାଜ ସିଂହଙ୍କ ଧୂଆଁଦାର ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜ ଲିଜେଣ୍ଡସକୁ 219 ରନ ବିଜୟ ଲକ୍ଷ୍ୟ ଦେଇଛନ୍ତି। ଅଧିକ ପଢ଼ନ୍ତୁ...

ସଚିନ ଓ ଯୁବରାଜଙ୍କ ଧୂଆଁଦାର ବ୍ୟାଟିଂ, ୱେଷ୍ଟଇଣ୍ଡିଜ ଲିଜେଣ୍ଡସକୁ 219 ରନ ବିଜୟ ଲକ୍ଷ୍ୟ

author img

By

Published : Mar 17, 2021, 9:43 PM IST

ରାୟପୁର: ୱେଷ୍ଟଇଣ୍ଡିଜ ଲିଜେଣ୍ଡସ ବିପକ୍ଷରେ ଇଣ୍ଡିଆନ ଲିଜେଣ୍ଡସର ଜବରଦସ୍ତ ପ୍ରଦର୍ଶନ। ଅଧିନାୟକ ସଚିନ ତେନ୍ଦୁଲକର ଓ ଯୁବରାଜ ସିଂହଙ୍କ ଧୂଆଁଦାର ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜ ଲିଜେଣ୍ଡସକୁ 219 ରନ ବିଜୟ ଲକ୍ଷ୍ୟ ଦେଇଛନ୍ତି। ଏହି ମ୍ୟାଚରେ ସଚିନ ତେନ୍ଦୁଲକର 60 ରନ କରିଥିବା ବେଳେ ଯୁବରାଜ ସିଂହ 49 ରନ କରିଛନ୍ତି।

ରୋଡ ସେଫ୍ଟି ୱାର୍ଲଡ ସିରିଜରେ ଇଣ୍ଡିଆନ ଲିଜେଣ୍ଡସ ଓ ୱେଷ୍ଟଇଣ୍ଡିଜ ଲିଜେଣ୍ଡସ ମଧ୍ୟରେ ପ୍ରଥମ ସେମି ଫାଇନାଲ ଖେଳାଯାଉଛି। ଓପନିଂରେ ବିରେନ୍ଦର ସେହେୱାଗ ଓ ସଚିନ ତେନ୍ଦୁଲକର 56 ରନ ଯୋଡ଼ିଥିଲେ। ତେବେ ଟିନୋ ବେଷ୍ଟଙ୍କ ବଲରେ ସେହେୱାଗ ଆଉଟ ହୋଇଥିଲେ। ସେ 17ଟି ବଲରୁ 35 ରନ କରିଥିଲେ। ଏହାପରେ କୈଫ ମଧ୍ୟ 27 ରନ କରି ଆଉଟ ହୋଇ ପାଭେଲିୟନକୁ ଫେରଥିଲେ।

ୟୁସୁଫ ପଠାନ ମଧ୍ୟ 20ଟି ବଲରେ ତିନୋଟି ଛକା ଓ ଦୁଇଟି ଚୌକା ବଳରେ 37 ରନ କରିଥିଲେ। ଏହାସ ଯୁବରାଜ ସିଂହ ମଧ୍ୟ 20ଟି ବଲରେ ଗୋଟିଏ ଚୌକା ଓ 6ଟି ଛକା ବଳରେ ଅପରାଜିତ 49 ରନ କରିଛନ୍ତି। ଇଣ୍ଡିଆନ ଲିଜେଣ୍ଡସ ମାତ୍ର 3ଟି ୱିକେଟ ହରାଇ 218ରନ ବିଶାଳ ସ୍କୋର କରିଛି। ଯୁବରାଜ ଓ ସଚିନଙ୍କ ତେନ୍ଦୁଲକରଙ୍କ ମଧ୍ୟରେ ଚତୁର୍ଥ ୱିକେଟ ପାଇଁ 78 ରନ ପାର୍ଟନରସିପ ହୋଇଛି। ୱେଷ୍ଟଇଣ୍ଡିଜ ପକ୍ଷରୁ ଟିନୋ ବେଷ୍ଟ ଦୁଇଟି ରେୟାନ ଆଷ୍ଟିନ ଗୋଟିଏ ୱିକେଟ ନେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.