ETV Bharat / sports

ଇଂଲଣ୍ଡ ଲିଜେଣ୍ଡସଠୁ 6 ରନରେ ପରାଜିତ ଇଣ୍ଡିଆନ ଲିଜେଣ୍ଡସ

author img

By

Published : Mar 10, 2021, 5:28 PM IST

ରୋଡ ସେଫଟି ୱାର୍ଲଡ ସିରିଜରେ ଇଂଲଣ୍ଡ ଲିଜେଣ୍ଡସଠାରୁ ପରାଜିତ ହେଲା ଇଣ୍ଡିଆନ ଲିଜେଣ୍ଡସ। ଇଂଲଣ୍ଡ ଲିଜେଣ୍ଡସ ଅଧିନାୟକ କେଭିନ ପିଟରସନଙ୍କ ଧୂଆଁଦାର 75 ରନ ବଳରେ ଦଳ 6 ରନରେ ଇଣ୍ଡିଆନ ଲିଜେଣ୍ଡସକୁ ମାତ ଦେଇଛି। ଅଧିକ ପଢ଼ନ୍ତୁ...

ଇଂଲଣ୍ଡ ଲିଜେଣ୍ଡସଠୁ 6 ରନରେ ପରାଜିତ ଇଣ୍ଡିଆନ ଲିଜେଣ୍ଡସ
ଇଂଲଣ୍ଡ ଲିଜେଣ୍ଡସଠୁ 6 ରନରେ ପରାଜିତ ଇଣ୍ଡିଆନ ଲିଜେଣ୍ଡସ

ରାୟପୁର: ରୋଡ ସେଫଟି ୱାର୍ଲଡ ସିରିଜରେ ଇଂଲଣ୍ଡ ଲିଜେଣ୍ଡସଠାରୁ ପରାଜିତ ହେଲା ଇଣ୍ଡିଆନ ଲିଜେଣ୍ଡସ। ଇଂଲଣ୍ଡ ଲିଜେଣ୍ଡସ ଅଧିନାୟକ କେଭିନ ପିଟରସନଙ୍କ ଧୁଆଁଦାର 75 ରନ ବଳରେ ଦଳ 6 ରନରେ ଇଣ୍ଡିଆନ ଲିଜେଣ୍ଡସକୁ ମାତ ଦେଇଛି। ନିର୍ଦ୍ଧାରିତ 20 ଓଭରରେ 189 ରନର ବିଶାଳ ଟାର୍ଗେଟ ଦେଇଥିଲା ଇଂଲଣ୍ଡ ଲିଜେଣ୍ଡସ। ଜବାବରେ ଇଣ୍ଡିଆନ ଲିଜେଣ୍ଡସ ବିଜୟ ଲକ୍ଷ୍ୟରୁ ମାତ୍ର 6 ରନ ପଛରେ ରହି ଯାଇଥିଲା।

189 ରନର ବିଶାଳ ଲକ୍ଷ୍ୟ ପିଛା କରୁଥିବା ଇଣ୍ଡିଆନ ଲିଜେଣ୍ଡସକୁ ଭଲ ଆରମ୍ଭ ମିଳି ପାରିନଥିଲା। ମାତ୍ରା 16 ରନରେ ହିଁ ଦଳ ବୀରେନ୍ଦ୍ର ସେହୱାଗ ଓ ମହମ୍ମଦ କୈଫଙ୍କ ୱିକେଟ ହରାଇଥିଲା। ଏହାପରେ ଦଳୀୟ ସ୍କୋର 17 ରନ ହୋଇଥିବା ବେଳେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମଣ୍ଟି ପାନେସରଙ୍କ ଶିକାର ହୋଇଥିଲେ। ଏହାପରେ ବିଶାଳ ବିଜୟ ଲକ୍ଷ୍ୟ ପିଛା କରିବା ମୁସ୍କିଲ ହୋଇ ପଡ଼ିଥିଲା।

ଏହାପରେ ଦଳୀୟ ସ୍କୋର 34 ରନ ହୋଇଥିବାବେଳେ ବଦ୍ରିନାଥ ଆଉଟ ହୋଇଥିଲେ। ଯୁବରାଜ ସିଂହଙ୍କ ଉପରେ ସଭିଁଙ୍କ ନଜର ରହିଥିବା ବେଳେ ସେ ମଧ୍ୟ ବେଶୀ ସମୟ ପଡ଼ିଆରେ ବିତାଇ ପାରିନଥିଲେ। 21ଟି ବଲରୁ 3ଟି ଚୌକା ବଳରେ ସେ ମାତ୍ର 22 ରନ କରିଥିଲେ। ଏହାପରେ ୟୁସୁଫ ପଠାନ ଓ ଇରଫାନ ପଠାନ ଷଷ୍ଠ ୱିକେଟ ପାଇଁ 43 ରନ ପାର୍ଟନରସିପ କରିଥିଲେ। ଏହାପରେ 17 ରନରେ ଆଉଟ ହୋଇଥିଲେ ୟୁସୁଫ ପଠାନ। ମନପ୍ରୀତ ଗୋନି ମାତ୍ର 16ଟି ବଲରୁ ଧୁଆଁଦାର 35 ରନ କରି ଆଉଟ ହୋଇଥିଲେ। ଇରଫାନ ପଠାନ 34ଟି ବଲରୁ 61 ରନ କରିଥିଲେ ସୁଦ୍ଧା ତାହା ବିଜୟ ପାଇଁ ଯଥେଷ୍ଟ ହୋଇ ନଥିଲା।

ଇଂଲଣ୍ଡ ପକ୍ଷରୁ ମଣ୍ଟି ପାନେସର 3ଟି, ଜେମ୍ସ ଟ୍ରେଡୱେଲ ଦୁଇଟି ଓ ରିୟାନ ସାଇଡ ବୋଟମ, ହୋଗାର୍ଡ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଦଳ ପକ୍ଷରୁ ପୁଣି କ୍ୟାପଟେନ କେଭିନ ପିଟରସନ 37 ବଲ୍‌ରୁ 6 ଚୌକା, 5 ଛକା ବଳରେ 75 ରନର ଧୁଆଁଧାର ଇଂନିସ ଖେଳିଥିଲେ ।

‌ମ୍ୟାଚର ଦ୍ବିତୀୟ ଓଭରରେ ପ୍ରଜ୍ଞାନ ଓଝାଙ୍କ ଓଭରରୁ ଦୁଇଟି ଛକା ସହ ମୋଟ 22 ରନ ସଂଗ୍ରହ କରିଥିଲେ । ଏହାପରେ ଯୁବରାଜ ସିଂହଙ୍କୁ ମଧ୍ୟ ପ୍ରଥମ ଦୁଇଟି ବଲରେ ଦୁଇଟି ଛକାରେ ସ୍ବାଗତ କରିଥିଲେ ପିଟରସନ। ଏଥିସହ 18 ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ଏହାଛଡ଼ା ଡାରେନ ମେଡି 29 ରନ୍, କରିଥିଲେ। ମାତ୍ର 3.5 ଓଭରରେ ଦଳ 45 ରନ ସ୍କୋର କରିଥିଲା।

ଭାରତ ପକ୍ଷରୁ ୟୁସୁଫ ପଠାନ 3ଟି ୱିକେଟ, ଇରଫାନ ପଠାନ ଓ ମୁନାଫ ପଟେଲ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.