ETV Bharat / sports

ଭାରତୀୟ ପ୍ରଂଶସକ ଆଣିଲେ ସିଡନୀରେ ଜାତିଆଣ ଆକ୍ଷେପ ଅଭିଯୋଗ

author img

By

Published : Jan 16, 2021, 4:28 PM IST

ସିଡନୀ କ୍ରିକେଟ ଗ୍ରାଉଣ୍ଡର ସୁରକ୍ଷା ଅଧିକାରୀ ତାଙ୍କୁ ଟାର୍ଗେଟ କରିଥିଲେ ବୋଲି ଅଭିଯୋଗ କରିଛନ୍ତି, ସିଡନୀରେ ରହୁଥିବା କ୍ରୀଷ୍ଣା କୁମାର ନାମକ ଜଣେ ଭାରତୀୟ ଫ୍ୟାନ । ଅଧିକ ପଢନ୍ତୁ...

Indian fan complains of racism at SCG
ଭାରତୀୟ ପ୍ରଂଶସକ ଆଣିଲେ ସିଡନୀରେ ଜାତିଆଣ ଆକ୍ଷେପ ଅଭିଯୋଗ

ସିଡନୀ: ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ ଖେଳାଳି ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ ପ୍ରତି ହୋଇଥିବା ଜାତିଆଣ ଆକ୍ଷେପର ତଦନ୍ତ କରୁଛି କ୍ରିକେଟ ଅଷ୍ଟ୍ରେଲିଆ । ତେବେ ଆଉଜଣେ ଭାରତୀୟ ଆକ୍ଷେପର ଶିକାର ହୋଇଥିବା ଔପଚାରିକ ଭାବେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି । ଏଥର ଖେଳାଳି ନୁହଁନ୍ତି ବରଂ ଜଣେ ଭାରତୀୟ ଦର୍ଶକ, ସିଡନୀ ଷ୍ଟାଡିୟମରେ ଅଶାଳୀନ ଆକ୍ଷେପର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଜଣେ କାର୍ଯ୍ୟରତ ସୁରକ୍ଷା ଅଧିକାରୀ ଭାରତୀୟ ଦର୍ଶକ ଜଣଙ୍କୁ "ଯେଉଁଠୁ ଆସିଛ ସେଠାକୁ ଫେରିଯାଅ" ବୋଲି କହିଥିଲେ ।

ଏହି ଦର୍ଶକଙ୍କ ନାମ କ୍ରୀଷ୍ଣା କୁମାର ବୋଲି ଜଣାପଡିଛି, ଯିଏକି ସିଡନୀରେ ରୁହନ୍ତି । ସୋମବାର ସିଡନୀ ଟେଷ୍ଟର ପଞ୍ଚମ ଦିନରେ 4ଟି ବ୍ୟାନର ଷ୍ଟାଡିୟମ ଭିତରକୁ ଆଣିବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ରୋକାଯିବା ସହ ଦୁର୍ବ୍ୟବହାର କରାଯାଇଥିଲା । ଏହି ବ୍ୟାନରରେ ବର୍ଣ୍ଣବୈଷମ୍ୟ ବିରୋଧି ଲେଖା ରହିଥିଲା । "ପ୍ରତିଦ୍ବନ୍ଦ୍ବିତା ଭଲ, ଜାତିଆଣ ଆକ୍ଷେପ ନୁହେଁ", "ଜାତିଆଣ ଆକ୍ଷେପ ଅନୁଚିତ", "ବ୍ରାଉନ ଅନ୍ତର୍ଭୁକ୍ତ ଗୁରୁତ୍ବ ରଖେ", "କ୍ରିକେଟ ଅଷ୍ଟ୍ରେଲିଆ -- ଦୟାକରି ଅଧିକ ବିବିଧତା ଆଣ" ।

ଅଷ୍ଟ୍ରେଲିଆର ଏକ ପ୍ରମୁଖ ଗଣମାଧ୍ୟମ(ସିଡନୀ ମର୍ଣ୍ଣିଂ ହେଲାଲ୍ଡ)ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କୁମାରଙ୍କୁ ଗେଟ ପାଖରେ ରୋକିବା ସହ କୌଣସି ବି ଗୋଟିଏ ବ୍ୟାନର ଭିତରକୁ ନେବାକୁ ବାରଣ କରାଯାଇଥିଲା । ସୁରକ୍ଷା ଅଧିକାରୀ ବ୍ୟାନରର ସାଇଜ ବଡ ବୋଲି ବାରଣ କରୁଛନ୍ତି କହିଥିଲେ ।

ପରେ ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କୁ ଜଣାଇବାକୁ କହିଥିଲେ ଓ ପରେ ସୁରକ୍ଷା କର୍ମୀ ତାଙ୍କୁ ଚାଲିଯିବାକୁ କହିଥିଲେ । ବ୍ୟାନର କାର୍ ଭିତରେ ରଖି ଆସିବାକୁ କହିଥିଲେ ।

"ଏହା ଏକ(ବର୍ଣ୍ଣବୈଷମ୍ୟ) ଛୋଟ ଘଟଣା, ଯଦି ତୁମେ ଏହି ଘଟଣାକୁ ଉପସ୍ଥାପନ କରିବାକୁ ଚାହୁଁଛ, ତେବେ ଯେଉଁଠୁ ଆସିଛ ସେଠାକୁ ଚାଲିଯାଅ । ମୋ ପିଲାଙ୍କ ପେପର ରୋଲ୍‌ରେ ମୁଁ ଏହାକୁ ବନାଇଥିଲି । ଏହା ସାଇଜରେ ବହୁତ ଛୋଟ ଥିଲା ।" ଏହା କହିଛନ୍ତି ଭାରତୀୟ ଦର୍ଶକ କ୍ରୀଷ୍ଣା କୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

(With IANS inputs)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.