ETV Bharat / sports

2021 ଆରମ୍ଭରେ ଇଂଲଣ୍ଡ ବିପକ୍ଷରେ 5 ଟି-20 ମ୍ୟାଚ ଖେଳିବ ଭାରତ: ଗାଙ୍ଗୁଲି

ଆସନ୍ତା ବର୍ଷ ଆରମ୍ଭରେ ଭାରତ ଆସିବ ଇଂଲଣ୍ଡ ଟିମ । 4ଟି ଟେଷ୍ଟ, 3ଟି ଦିନିକିଆ ଓ 5ଟି ଟି-20 ଖେଳିବା ନେଇ ସୂଚନା ଦେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଅଧିକ ପଢ଼ନ୍ତୁ...

author img

By

Published : Nov 24, 2020, 7:27 PM IST

India will play five t-20Is against England, T-20 against England,  Saurav Ganguly, ଇଂଲଣ୍ଡ ବିପକ୍ଷରେ 5 ଟି-20 ଖେଳିବ ଭାରତ, ଭାରତ ଆସିବ ଇଂଲଣ୍ଡ ଟିମ୍‌, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି
ଇଂଲଣ୍ଡ ବିପକ୍ଷରେ 5 ଟି-20 ଖେଳିବ ଭାରତ: ଗାଙ୍ଗୁଲି

କୋଲକାତା: ଆସନ୍ତା ବର୍ଷ ଆରମ୍ଭରେ ଭାରତ-ଇଂଲଣ୍ଡ ବିପକ୍ଷରେ 5ଟି ଟି-20 ମ୍ୟାଚ ଖେଳିବ । ଏହି ସୂଚନା ଦେଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଆସନ୍ତା ବର୍ଷ ଆରମ୍ଭରେ ଇଂଲଣ୍ଡ ଭାରତ ଗସ୍ତ କରିବା ନେଇ ସୂଚନା ଦେଇଛନ୍ତି ଗାଙ୍ଗୁଲି ।

ଅହମଦାବାଦରେ ଭାରତ ବନାମ ଇଂଲଣ୍ଡ ଦିବା-ରାତ୍ର ଟେଷ୍ଟ ଆୟୋଜିତ ହେବା ନେଇ ଚର୍ଚ୍ଚା ହେଉଥିବାବେଳେ ବର୍ତ୍ତମାନ ଏନେଇ କୌଣସି ସ୍ପଷ୍ଟ ଘୋଷଣା ହୋଇନାହିଁ । ତେବେ ପୂର୍ବତନ ଅଧିନାୟକ ଗାଙ୍ଗୁଲି ମଙ୍ଗଳବାର କହିଛନ୍ତି ଯେ ଇଂଲଣ୍ଡ ଟିମ ଭାରତ ଗସ୍ତ ସମୟରେ 4ଟି ଟେଷ୍ଟ, 3ଟି ଦିନିକିଆ ଓ 5ଟି ଟି-20 ଖେଳିବ ।

‘‘ଇଂଲଣ୍ଡ ଭାରତ ଗସ୍ତ କରି 4ଟି ଟେଷ୍ଟ, 3ଟି ଦିନିକିଆ ଓ 5ଟି ଟି-20 ଖେଳିବ । ଦ୍ବିପାକ୍ଷିକ ମ୍ୟାଚ କରିବା ସହଜ ହେବ କାରଣ ସେଠାରେ କେବଳ 2ଟି ଟିମ ରହିଥିବେ । ଆମକୁ ସ୍ଥିତି ଉପରେ ଲଗାତାର ନଜର ରଖିବାକୁ ହେବ । ଅନେକ ଲୋକ କୋରୋନାର ଦ୍ବିତୀୟ ଲହରୀ ବିଷୟରେ କଥା ହେଉଛନ୍ତି, ତେଣୁ ଆମକୁ ସତର୍କ ରହିବାକୁ ହେବ,’’ ବୋଲି ଗାଙ୍ଗୁଲି କହିଛନ୍ତି ।

ଆଇପିଏଲର 14ତମ ସଂସ୍କରଣ ବିଷୟରେ ଗାଙ୍ଗୁଲି କହିଛନ୍ତି ଯେ, ‘‘ଆମେ ପରବର୍ତ୍ତୀ ଆଇପିଏଲକୁ ଭାରତରେ ହିଁ କରିବାକୁ ଚେଷ୍ଟା କରୁଛୁ । ଏହା ଭାରତ ପାଇଁ ଏକ ଟୁର୍ଣ୍ଣାମେଣ୍ଟ, ମୁଁ ସବୁବେଳେ ଲୋକଙ୍କୁ କହେ ଯେ ସେମାନେ ଏଠାକୁ ଆସି ଦେଖିବା ଦରକାର ଯେ ଭାରତ ପାଇଁ ଆଇପିଏଲ କଣ ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.